ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ଆଜି ପ୍ରସ୍ତୁତି ବୈଠକ

The Sakala Picture
Published On

ଭୁବନେଶ୍ବର: ବିଜେଡିର ଧାନନଗର ରଣନୀତି ନେଇ ଆଜି ସନ୍ଧ୍ଯାରେ ଏକ ପ୍ରସ୍ତୁତି ବୈଠକ ବସିବ । ସାଂଗଠନିକ ସ୍ଥିତି ନେଇ ଆଲୋଚନା ହେବ ।  ବୈଠକରେ ଜିଲ୍ଲାର  ସମସ୍ତ ବିଧାୟକ, ସାଂସଦ, ପର୍ଯ୍ଯବେକ୍ଷକ ଓ ତୃଣମୂଳ ସଙ୍ଗଠନର କର୍ମକର୍ତ୍ତା ମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଶୂନ୍ୟ ହୋଇଥିବା ଧାମନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି । ଚଳିତ ମାସ ୭ […]

ଭୁବନେଶ୍ବର: ବିଜେଡିର ଧାନନଗର ରଣନୀତି ନେଇ ଆଜି ସନ୍ଧ୍ଯାରେ ଏକ ପ୍ରସ୍ତୁତି ବୈଠକ ବସିବ । ସାଂଗଠନିକ ସ୍ଥିତି ନେଇ ଆଲୋଚନା ହେବ ।  ବୈଠକରେ ଜିଲ୍ଲାର  ସମସ୍ତ ବିଧାୟକ, ସାଂସଦ, ପର୍ଯ୍ଯବେକ୍ଷକ ଓ ତୃଣମୂଳ ସଙ୍ଗଠନର କର୍ମକର୍ତ୍ତା ମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ସୂଚନା ଅନୁଯାୟୀ, ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଶୂନ୍ୟ ହୋଇଥିବା ଧାମନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି । ଚଳିତ ମାସ ୭ ତାରିଖରୁ ନିର୍ବାଚନପ୍ରକ୍ରିୟା ଆରମ୍ଭ ହେବ ଓ ନଭେମ୍ବର ୩ ତାରିଖରେ ଭୋଟ ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ଖବର ଅନୁଯାୟୀ, ୨୦୧୦ ପରେ ରାଜ୍ୟରେ ଅନୁଷ୍ଠିତ ସମସ୍ତ ଉପନିର୍ବାଚନରେ ବିଜେଡି ଅପରାଜେୟ ରହିଛି । ଦଳର ସଭାପତିଙ୍କ ଲକ୍ଷ୍ୟଭେଦୀ ରଣକୌଶଳ ନିକଟରେ ବିରୋଧୀ ନତମସ୍ତକ ହୋଇଛନ୍ତି । ପ୍ରତ୍ୟେକ ଉପନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ୱାର୍ଡସ୍ତର ପ୍ରସ୍ତୁତିଠାରୁ ଭୋଟ ପର୍ଯ୍ୟନ୍ତ ଯୋଜନାବଦ୍ଧ ଭାବରେ ପରିଚାଳନା କରିବା କ୍ଷେତ୍ରରେ ପ୍ରତିପକ୍ଷ ରାଜନୈତିକ ଦଳଗୁଡ଼ିକ ବିଜେଡିର ସମକକ୍ଷ ହୋଇପାରି ନାହାନ୍ତି । ୨୦୧୯ ସାଧାରଣ ଓ ବିଧାନସଭା ନିର୍ବାଚନ ପରେ ପାଟକୁରା ନିର୍ବାଚନ ଓ ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ, ପିପିଲି ଉପନିର୍ବାଚନରେ ବିଜେଡି ଏକତରଫା ବିଜୟୀ ହୋଇଛି । ଏପରିକି ୨୦୧୯ରେ ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବିଜୟୀ ହୋଇଥିବା ବିଜେପି ଉପନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲା । ତିର୍ତ୍ତୋଲ, ପିପିଲି ଓ ବିଜେପୁରରେ ଉପନିର୍ବାଚନ ଭୋଟ ସଂଖ୍ୟା ପୂର୍ବଠାରୁ ଢେ଼ର ଅଧିକ ବୃଦ୍ଧି ପାଇଥିଲା । ବିଜେପୁର ଭିନ୍ନ ଅନ୍ୟ ଉପନିର୍ବାଚନଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ସ୍ଥାନକୁ ପ୍ରଚାର କରିବାକୁ ଯାଇ ନ ଥିଲେ; କିନ୍ତୁ ତାଙ୍କର ରଣନୀତି ଦଳକୁ ବିଶାଳ ବିଜୟ ଦେଇଥିଲା ।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

06 Oct 2022 By The Sakala

ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ଆଜି ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ବିଜେଡିର ଧାନନଗର ରଣନୀତି ନେଇ ଆଜି ସନ୍ଧ୍ଯାରେ ଏକ ପ୍ରସ୍ତୁତି ବୈଠକ ବସିବ । ସାଂଗଠନିକ ସ୍ଥିତି ନେଇ ଆଲୋଚନା ହେବ ।  ବୈଠକରେ ଜିଲ୍ଲାର  ସମସ୍ତ ବିଧାୟକ, ସାଂସଦ, ପର୍ଯ୍ଯବେକ୍ଷକ ଓ ତୃଣମୂଳ ସଙ୍ଗଠନର କର୍ମକର୍ତ୍ତା ମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଶୂନ୍ୟ ହୋଇଥିବା ଧାମନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି । ଚଳିତ ମାସ ୭ ତାରିଖରୁ ନିର୍ବାଚନପ୍ରକ୍ରିୟା ଆରମ୍ଭ ହେବ ଓ ନଭେମ୍ବର ୩ ତାରିଖରେ ଭୋଟ ।

ଖବର ଅନୁଯାୟୀ, ୨୦୧୦ ପରେ ରାଜ୍ୟରେ ଅନୁଷ୍ଠିତ ସମସ୍ତ ଉପନିର୍ବାଚନରେ ବିଜେଡି ଅପରାଜେୟ ରହିଛି । ଦଳର ସଭାପତିଙ୍କ ଲକ୍ଷ୍ୟଭେଦୀ ରଣକୌଶଳ ନିକଟରେ ବିରୋଧୀ ନତମସ୍ତକ ହୋଇଛନ୍ତି । ପ୍ରତ୍ୟେକ ଉପନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ୱାର୍ଡସ୍ତର ପ୍ରସ୍ତୁତିଠାରୁ ଭୋଟ ପର୍ଯ୍ୟନ୍ତ ଯୋଜନାବଦ୍ଧ ଭାବରେ ପରିଚାଳନା କରିବା କ୍ଷେତ୍ରରେ ପ୍ରତିପକ୍ଷ ରାଜନୈତିକ ଦଳଗୁଡ଼ିକ ବିଜେଡିର ସମକକ୍ଷ ହୋଇପାରି ନାହାନ୍ତି । ୨୦୧୯ ସାଧାରଣ ଓ ବିଧାନସଭା ନିର୍ବାଚନ ପରେ ପାଟକୁରା ନିର୍ବାଚନ ଓ ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ, ପିପିଲି ଉପନିର୍ବାଚନରେ ବିଜେଡି ଏକତରଫା ବିଜୟୀ ହୋଇଛି । ଏପରିକି ୨୦୧୯ରେ ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବିଜୟୀ ହୋଇଥିବା ବିଜେପି ଉପନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲା । ତିର୍ତ୍ତୋଲ, ପିପିଲି ଓ ବିଜେପୁରରେ ଉପନିର୍ବାଚନ ଭୋଟ ସଂଖ୍ୟା ପୂର୍ବଠାରୁ ଢେ଼ର ଅଧିକ ବୃଦ୍ଧି ପାଇଥିଲା । ବିଜେପୁର ଭିନ୍ନ ଅନ୍ୟ ଉପନିର୍ବାଚନଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ସ୍ଥାନକୁ ପ୍ରଚାର କରିବାକୁ ଯାଇ ନ ଥିଲେ; କିନ୍ତୁ ତାଙ୍କର ରଣନୀତି ଦଳକୁ ବିଶାଳ ବିଜୟ ଦେଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର