ଆଜି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ହେବ ଶେଷକୃତ୍ୟ; ଶୋଭାଯାତ୍ରାରେ ସହର ପରିକ୍ରମା ପରେ ରାଜଘାଟରେ ହେବ ଅନ୍ତିମ ସଂସ୍କାର

The Sakala Picture
Published On

ପଦ୍ମପୁର: ଆଜି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ହେବ ଶେଷକୃତ୍ୟ। ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ପଦ୍ମପୁର ରାଜଘାଟରେ ହେବ ଅନ୍ତିମ ସଂସ୍କାର। ଗତକାଲି ତାଙ୍କ ପାର୍ଥବ ଶରୀର ପଦ୍ମପୁରରେ ପହଂଚିବା ପରେ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ । ଏହା ପରେ ତାଙ୍କ ମରଶରୀର ପଦ୍ମପୁର ବିଜେଡି କାର୍ଯ୍ୟାଳୟରେ ରଖାଯାଇଛି । ସେଠାରେ ଅନେକ ନେତା ଓ କର୍ମୀ ଶେଷ ଦର୍ଶନ କରିଥିଲେ । ବିଧାୟକଙ୍କ ଅକାଳ ବିୟୋଗରେ […]

ପଦ୍ମପୁର: ଆଜି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ହେବ ଶେଷକୃତ୍ୟ। ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ପଦ୍ମପୁର ରାଜଘାଟରେ ହେବ ଅନ୍ତିମ ସଂସ୍କାର। ଗତକାଲି ତାଙ୍କ ପାର୍ଥବ ଶରୀର ପଦ୍ମପୁରରେ ପହଂଚିବା ପରେ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ । ଏହା ପରେ ତାଙ୍କ ମରଶରୀର ପଦ୍ମପୁର ବିଜେଡି କାର୍ଯ୍ୟାଳୟରେ ରଖାଯାଇଛି । ସେଠାରେ ଅନେକ ନେତା ଓ କର୍ମୀ ଶେଷ ଦର୍ଶନ କରିଥିଲେ । ବିଧାୟକଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଥିଲେ ପଦ୍ମପୁର ବିଧାୟକ ବିଜୟ ବରିହା । ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ ବିଜୟ ରଞ୍ଜନ ସିଂ ବରିହା । ପଦ୍ମପୁରରୁ ୫ ଥର ବିଧାୟକ ହୋଇଥିଲେ। ବିଧାୟକଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର