ପୋଖରୀରୁ ୩ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ: ପୋଖରୀରୁ ୩ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଇନ୍ଦିପୁର ଗ୍ରାମ ନିକଟରେ ଥିବା ନଟା ପୋଖରୀରେ ତିନି ଗୋଟି ନବଜାତକ ଶିଶୁ ମୃତ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି । ମୃତଦେହ ଗୁଡ଼ିକୁ କେହି ଜନ୍ମ ପରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତିନିଟି ମୃତଦେହ ଶିଶୁ କନ୍ୟାଙ୍କର। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ […]
ଢେଙ୍କାନାଳ: ପୋଖରୀରୁ ୩ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଇନ୍ଦିପୁର ଗ୍ରାମ ନିକଟରେ ଥିବା ନଟା ପୋଖରୀରେ ତିନି ଗୋଟି ନବଜାତକ ଶିଶୁ ମୃତ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି । ମୃତଦେହ ଗୁଡ଼ିକୁ କେହି ଜନ୍ମ ପରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତିନିଟି ମୃତଦେହ ଶିଶୁ କନ୍ୟାଙ୍କର। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି
ତେବେ ମୃତ ଶିଶୁ ଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା ଏବେ ଏହା ସନ୍ଦେହ ଘେରରେ। ଏକକାଳୀନ ୩ଟି ନବଜାତକଙ୍କ ମୃତଦେହକୁ ଦେଖି ଗ୍ରାମବାସୀ ଭୟଭିତ ହୋଇଯାଇଛନ୍ତି ।






