ଆକ୍ଟିଭ୍ ମୁଡରେ ଡ୍ରଗ୍ କଣ୍ଟ୍ରୋଲର୍: ଚାଲିଛି ଚଢାଉ, ଜବତ ହେଲାଣି ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନକଲି ଔଷଧ

The Sakala Picture
Published On

କଟକ: ଅସଲି ବ୍ରାଣ୍ଡରେ ନକଲି ଔଷଧ ବିକ୍ରି ନେଇ ରାଜଧାନୀରୁ ଅଭିଯୋଗ ଆସିବା ପରେ ଆକ୍ଟିଭ୍ ମୁଡରେ ଡ୍ରଗ୍ କଣ୍ଟ୍ରୋଲର୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଔଷଧ ଦୋକାନରେ ଚାଲିଛି ଚଢ଼ାଉ । ଜବତ ହେଉଛି ଟେଲମା ୪୦ ସହ ଅନ୍ୟ କିଛି ଔଷଧ । ଖବର ଅନୁଯାୟୀ, ଅନ୍ୟ ସ୍ଥାନ ଭଳି କଟକରେ ମଧ୍ୟ ଚାଲିଛି ମାରାଥନ ଚଢ଼ାଉ । ସହରର ବିଭିନ୍ନ ହୋଲସେଲ୍ ଓ ରିଟେଲ ମେଡିସିନ ଦୋକାନରେ ଯାଞ୍ଚ […]

କଟକ: ଅସଲି ବ୍ରାଣ୍ଡରେ ନକଲି ଔଷଧ ବିକ୍ରି ନେଇ ରାଜଧାନୀରୁ ଅଭିଯୋଗ ଆସିବା ପରେ ଆକ୍ଟିଭ୍ ମୁଡରେ ଡ୍ରଗ୍ କଣ୍ଟ୍ରୋଲର୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଔଷଧ ଦୋକାନରେ ଚାଲିଛି ଚଢ଼ାଉ । ଜବତ ହେଉଛି ଟେଲମା ୪୦ ସହ ଅନ୍ୟ କିଛି ଔଷଧ ।

ଆହୁରି ପଢ଼ନ୍ତୁ: ଡିଏପି ଏବଂ ୟୁରିଆ ବଦଳରେ କମ୍ପ୍ଲେକ୍ସ ସାର ଓ ଆମୋନିୟମ ସଲଫେଟ୍ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ଖବର ଅନୁଯାୟୀ, ଅନ୍ୟ ସ୍ଥାନ ଭଳି କଟକରେ ମଧ୍ୟ ଚାଲିଛି ମାରାଥନ ଚଢ଼ାଉ । ସହରର ବିଭିନ୍ନ ହୋଲସେଲ୍ ଓ ରିଟେଲ ମେଡିସିନ ଦୋକାନରେ ଯାଞ୍ଚ କରାଯାଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ଟେଲମା ୪୦ ଓ ଅନ୍ୟ ମେଡିସିନ ଜବତ କରିବା ସହ ତାର ବିକ୍ରି ବନ୍ଦ କରାଯାଇଛି । ଯାଞ୍ଚ ପ୍ରକ୍ରିୟାରେ ଔଷଧ ବ୍ୟବସାୟ ବହୁଳ ଭାବେ ପ୍ରଭାବିତ ହୋଇଛି । ଯାଞ୍ଚ କରାଯାଉଥିବା ଏଜେନ୍ସିର ଔଷଧ ବିକ୍ରିକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। କଟକର ଭିଆର ଡ୍ରଗ ଏଜେନ୍ସି, ପୂଜା ଏଣ୍ଟରପ୍ରାଇଜର୍ସ ଭଳି ଏଜେନ୍ସି ଜବତ ହୋଇଥିବା ମେଡିସିନ୍ କିଣିଥିଲେ । ଏନେଇ ସମସ୍ତ ତଥ୍ୟ ସେମାନେ ବିଭାଗକୁ ଦେଇଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ଭୁବନେଶ୍ବରରେ ୩ଜଣ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଜାରି ରହିଛି ଚଢ଼ାଉ । ଗ୍ଲେନମାର୍କ କମ୍ପାନୀର ଲୋଗୋ ବ୍ୟବହାର କରି ଟେଲମା ୪୦ ଓ ଟେଲମା AM ଔଷଧର ନକଲି କରି ବଜାରକୁ ଛଡ଼ାଯାଇଥିବା ଜଣାପଡିବା ପରେ ଚାଲିଛି ଚଢ଼ାଉ। ସେହିପରି ସମ୍ବଲପୁରର ବିଭିନ୍ନ ମେଡିସିନ ଦେକାନରେ ମଧ୍ୟ ଚଢ଼ାଉ ହୋଇଛି ।

ଆହୁରି ପଢ଼ନ୍ତୁ: ମନଗଢ଼ା ମନ୍ତବ୍ୟ ଦେଇ ଫସିଗଲେ ବିଜେପି ସାଂସଦ: ଭର୍ତ୍ତୃହରି ମହତାବଙ୍କୁ ବିଜେଡି ସାଂସଦଙ୍କ କଟୁ ଭର୍ତ୍ସନା

09 Sep 2022 By The Sakala

ଆକ୍ଟିଭ୍ ମୁଡରେ ଡ୍ରଗ୍ କଣ୍ଟ୍ରୋଲର୍: ଚାଲିଛି ଚଢାଉ, ଜବତ ହେଲାଣି ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନକଲି ଔଷଧ

କଟକ: ଅସଲି ବ୍ରାଣ୍ଡରେ ନକଲି ଔଷଧ ବିକ୍ରି ନେଇ ରାଜଧାନୀରୁ ଅଭିଯୋଗ ଆସିବା ପରେ ଆକ୍ଟିଭ୍ ମୁଡରେ ଡ୍ରଗ୍ କଣ୍ଟ୍ରୋଲର୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଔଷଧ ଦୋକାନରେ ଚାଲିଛି ଚଢ଼ାଉ । ଜବତ ହେଉଛି ଟେଲମା ୪୦ ସହ ଅନ୍ୟ କିଛି ଔଷଧ ।

ଖବର ଅନୁଯାୟୀ, ଅନ୍ୟ ସ୍ଥାନ ଭଳି କଟକରେ ମଧ୍ୟ ଚାଲିଛି ମାରାଥନ ଚଢ଼ାଉ । ସହରର ବିଭିନ୍ନ ହୋଲସେଲ୍ ଓ ରିଟେଲ ମେଡିସିନ ଦୋକାନରେ ଯାଞ୍ଚ କରାଯାଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ଟେଲମା ୪୦ ଓ ଅନ୍ୟ ମେଡିସିନ ଜବତ କରିବା ସହ ତାର ବିକ୍ରି ବନ୍ଦ କରାଯାଇଛି । ଯାଞ୍ଚ ପ୍ରକ୍ରିୟାରେ ଔଷଧ ବ୍ୟବସାୟ ବହୁଳ ଭାବେ ପ୍ରଭାବିତ ହୋଇଛି । ଯାଞ୍ଚ କରାଯାଉଥିବା ଏଜେନ୍ସିର ଔଷଧ ବିକ୍ରିକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। କଟକର ଭିଆର ଡ୍ରଗ ଏଜେନ୍ସି, ପୂଜା ଏଣ୍ଟରପ୍ରାଇଜର୍ସ ଭଳି ଏଜେନ୍ସି ଜବତ ହୋଇଥିବା ମେଡିସିନ୍ କିଣିଥିଲେ । ଏନେଇ ସମସ୍ତ ତଥ୍ୟ ସେମାନେ ବିଭାଗକୁ ଦେଇଥିବା କହିଛନ୍ତି ।

ଭୁବନେଶ୍ବରରେ ୩ଜଣ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଜାରି ରହିଛି ଚଢ଼ାଉ । ଗ୍ଲେନମାର୍କ କମ୍ପାନୀର ଲୋଗୋ ବ୍ୟବହାର କରି ଟେଲମା ୪୦ ଓ ଟେଲମା AM ଔଷଧର ନକଲି କରି ବଜାରକୁ ଛଡ଼ାଯାଇଥିବା ଜଣାପଡିବା ପରେ ଚାଲିଛି ଚଢ଼ାଉ। ସେହିପରି ସମ୍ବଲପୁରର ବିଭିନ୍ନ ମେଡିସିନ ଦେକାନରେ ମଧ୍ୟ ଚଢ଼ାଉ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର