ଚାନ୍ଦୁଆ ସହରରେ ମହା ଲଢ଼େଇ: ‘ନବୀନ’ ନିର୍ଣ୍ଣାୟକ, ଆଜି ୬ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ସମାବେଶ

The Sakala Picture
Published On

ଭୁବନେଶ୍ୱର: ଚାନ୍ଦୁଆ ସହର ପିପିଲିରେ ଏବେ ମହାସମର। ୪ଦଶନ୍ଧି ମଧ୍ୟରେ ପ୍ରଥମଥର ଲାଗି ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ ବିଜେଡି ଏଠାରେ ଲଢ଼େଇକୁ ବାହାରିଛି। ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ସେନାପତି କରି ପିପିଲି ଦୁର୍ଗରେ ନିଜର ବିଜୟ ପତାକା ଉଡ଼ାଇବାକୁ ବିଜେଡି ରୀତିମତ ରଣନୀତି ପ୍ରସ୍ତୁତ କରିଛି। ଅନ୍ୟପକ୍ଷରେ ପ୍ରଦୀପଙ୍କ ଅବର୍ତ୍ତମାନକୁ ସୁଯୋଗ ମନେକରି ପ୍ରତିପକ୍ଷ ବିଜେପି ପିପିଲିରେ ପ୍ରଥମଥର ପାଇଁ ପଦ୍ମ ଫୁଟାଇବାକୁ ଦିନରାତି ଏକ କରି ଦେଇଛି। ଦଳର ସ୍ଥାନୀୟ ନେତାଙ୍କଠାରୁ ଆରମ୍ଭ […]

ଭୁବନେଶ୍ୱର: ଚାନ୍ଦୁଆ ସହର ପିପିଲିରେ ଏବେ ମହାସମର। ୪ଦଶନ୍ଧି ମଧ୍ୟରେ ପ୍ରଥମଥର ଲାଗି ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ ବିଜେଡି ଏଠାରେ ଲଢ଼େଇକୁ ବାହାରିଛି। ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ସେନାପତି କରି ପିପିଲି ଦୁର୍ଗରେ ନିଜର ବିଜୟ ପତାକା ଉଡ଼ାଇବାକୁ ବିଜେଡି ରୀତିମତ ରଣନୀତି ପ୍ରସ୍ତୁତ କରିଛି। ଅନ୍ୟପକ୍ଷରେ ପ୍ରଦୀପଙ୍କ ଅବର୍ତ୍ତମାନକୁ ସୁଯୋଗ ମନେକରି ପ୍ରତିପକ୍ଷ ବିଜେପି ପିପିଲିରେ ପ୍ରଥମଥର ପାଇଁ ପଦ୍ମ ଫୁଟାଇବାକୁ ଦିନରାତି ଏକ କରି ଦେଇଛି। ଦଳର ସ୍ଥାନୀୟ ନେତାଙ୍କଠାରୁ ଆରମ୍ଭ କରି ଜାତୀୟ ନେତା ପର୍ଯ୍ୟନ୍ତ ପିପିଲିରେ ଡ଼େରା ପକାଇଛନ୍ତି। ସେହିପରି କଂଗ୍ରେସ ରାଜ୍ୟସ୍ତରୀୟ ନେତାମାନେ ମଧ୍ୟ ପିପିଲିରେ ନିଜ ପତିଆରା ବାହାଲ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ସ୍ଥିତିରେ ପିପିଲି ଉପନିର୍ବାଚନ ନେତାଙ୍କ ପାଇଁ ଲଢ଼େଇ ପାଲଟିଛି ଆଉ ଭୋଟରଙ୍କ ପାଇଁ ଉତ୍ସବ। ଏହି ସ୍ଥିତିରେ ‘ନବୀନ’ ଶକ୍ତିରେ ବଳିଆର ହୋଇଛନ୍ତି ରୁଦ୍ର। ନବୀନଙ୍କ ପ୍ରତି ତଳସ୍ତରରେ ରହିଥିବା ଶ୍ରଦ୍ଧା ଓ ସମ୍ମାନ ରୁଦ୍ରଙ୍କ ସପକ୍ଷରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଅଳ୍ପ କିଛି ସ୍ଥାନକୁ ଛାଡ଼ିଦେଲେ ସାରା ନିର୍ବାଚନମଣ୍ଡଳୀରେ ଏହା ପ୍ରତିଫଳିତ ହୋଇଛି। ଏହି ସ୍ଥିତିରେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ପିପିଲି ଓ ଡ଼େଲାଙ୍ଗ ବ୍ଲକର ୬ଟି ସ୍ଥାନରେ ଭରଚ୍ୟୁଆଲ ସମାବେଶରେ ଯୋଗ ଦେବେ।

ଆହୁରି ପଢ଼ନ୍ତୁ: ଓମ୍‌ଫେଡ୍‌ର ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ବଜାରକୁ ଆସିବ ପ୍ୟାକେଜ୍‌ଡ୍ ପାଣି ଏବଂ ଆଇସକ୍ରିମ୍

ପିପିଲି ଓ ଡ଼େଲାଙ୍ଗ ବ୍ଲକ୍‍ର ୬ଟି ଜୋନ ଓ ପିପିଲି ପୌରାଞ୍ଚଳକୁ ନେଇ ଗଠିତ ପିପିଲି ନିର୍ବାଚନମଣ୍ଡଳୀରେ କେବଳ ପୌରାଞ୍ଚଳକୁ ଛାଡ଼ିଦେଲେ ସବୁଆଡ଼େ ଦେଖାଦେଇଛି ଉତ୍ସବର ଋତୁ। ଡ଼େଲାଙ୍ଗ ବ୍ଲକର ସମସ୍ତ ୩ଟି ଜୋନ୍‍ ଓ ପିପିଲି ବ୍ଲକର ଦୁଇ ଓ ୩ ନମ୍ବର ଜୋନରେ ବିଜେଡିର ସ୍ଥିତି ଅନ୍ୟମାନଙ୍କଠାରୁ ଆଗରେ ରହିଛି। ତେବେ ଏହି ବ୍ୟବଧାନ କେଉଁଠି କେତେ ହେବ ତାହା ପୂର୍ବାନୁମାନ କରିବା ଏବେଠାରୁ ଅପରିପକ୍ୱତା ହେବ। ତେବେ ପିପିଲି ଜୋନ୍‍ ନମ୍ବର ୧ ଓ ପିପିଲି ପୌରାଞ୍ଚଳରେ ବିଜେଡି-ବିଜେପି ମଧ୍ୟରେ ଚାଲିଛି କଡ଼ା ମୁକାବିଲା। ୬ଟି ଜୋନ୍‍ ଓ ପୌରାଞ୍ଚଳରେ ଚାଲିଥିବା ଲଢ଼େଇରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୁର୍ବଳ ମନେ ହେଉଛି। ଡ଼େଲାଙ୍ଗ ବ୍ଲକର ଜୋନ ୧ ଓ ୨ରେ କଂଗ୍ରେସର ପାରମ୍ପରିକ ଭୋଟର ଏକ ସିଂହଭାଗ ଗତ ନିର୍ବାଚନଠାରୁ ବିଜେପି ସପକ୍ଷରେ ପରିବର୍ତ୍ତିତ ହୋଇ ସାରିଥିଲା। ମାତ୍ର ଏବେ ସେଥିରୁ କିଛି କଂଗ୍ରେସକୁ ଫେରିଥିବା ଲକ୍ଷ୍ୟ କରାଯାଉଛି, ଆଉ କିଛି ଭୋଟର ବିଜେଡି ଆଡ଼କୁ ମୁହାଁଇଛନ୍ତି। ସେହିପରି ଜୋନ ୩ରେ କଂଗ୍ରେସର ସ୍ଥିତି ୨୦୧୨ ଜିଲା ପରିଷଦ ନିର୍ବାଚନ ପରଠାରୁ କ୍ରମାଗତ ଭାବରେ ନିମ୍ନାଭିମୁଖୀ ହୋଇଛି ଏବଂ ଏଠାରେ ସିିପିଏମ୍‍-ଏଲ୍‍ ବରଂ କଂଗ୍ରେସ ଠାରୁ ବେଶ୍‍ ଭଲ ସ୍ଥିତିରେ ଥିବା କୁହାଯାଉଛି। ପିପିଲି ବ୍ଲକ୍‍ର ୨ ଓ ୩ ନମ୍ବର ଜୋନରେ ମଧ୍ୟ ଡ଼େଲାଙ୍ଗ ବ୍ଲକର ୧ ଓ ୨ ନମ୍ବର ଜୋନ ପରି ସ୍ଥିତି। ମାତ୍ର ଏହି ନିର୍ଣ୍ଣାୟକ ଭୋଟର ଗୋଷ୍ଠୀ କେଉଁ ଆଡ଼କୁ କେତେ ପରିମାଣରେ ଯିବେ ତାହା ଏବେ ବି ଆକଳନ କରିବା କଷ୍ଟକର ବ୍ୟାପାର। ପିପିଲି ବ୍ଲକ୍‍ର ଏକ ନମ୍ବର ଜୋନରେ କଂଗ୍ରେସ ଏକପ୍ରକାର ଉଭାନ। ଏଠାରେ ସିଧାସଳଖ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ଚାଲିଛି। କେଉଁ ଅଞ୍ଚଳରେ ବିଜେପି ଆଗରେ ଅଛି ତ କେଉଁଠି ବିଜେଡି। ତେବେ ଦୁଇ ଦଳ ମଧ୍ୟରେ ଚାଲିଥିବା ଏହି ଲଢ଼େଇରେ ‘ନବୀନ’ ଶକ୍ତି ରୁଦ୍ରଙ୍କୁ ଅଧିକ ବଳଶାଳୀ କରିଛି।

ଆହୁରି ପଢ଼ନ୍ତୁ: ଆସିକା ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଧାୟକଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

ବିଜେଡି ପ୍ରତି ସବୁସ୍ତରରେ ଗ୍ରହଣୀୟତା ରହିଛି। ସଂଖ୍ୟାଧିକ ପିପିଲି ଓ ଡ଼େଲାଙ୍ଗବାସୀଙ୍କ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ହେଉଛନ୍ତି ଆଦର୍ଶ। ନବୀନଙ୍କୁ ଭୁରିଭୁରି ପ୍ରଶଂସା କରିବାରେ କେହି ଥକୁ ନାହାନ୍ତି। ମାତ୍ର ବିଜେଡିର ତଳସ୍ତରରେ ରହିଥିବା କର୍ମୀମାନଙ୍କ ପାଇଁ ଅନେକସ୍ଥାନରେ ରୁଦ୍ରଙ୍କ ପାଇଁ ସୃଷ୍ଟି ହୋଇଛି ସମସ୍ୟା। କିଏ ବାରମ୍ବାର ଆବେଦନ କରି ଭତ୍ତାଟିଏ ପାଇ ନାହିଁ ତ କିଏ ବ୍ଲକ୍‍ କାର୍ଯ୍ୟାଳୟ ୧୦ ଚକ୍କର ମାରିବା ପରେ ମଧ୍ୟ ଘର ଖଣ୍ଡେ ପାଇନାହିଁ। ଏହାକୁ ନେଇ ତଳସ୍ତରରେ ଯେଉଁ କିଛି ଅସନ୍ତୋଷ ରହିଛି ତାହାକୁ ପୁଞ୍ଜି କରିବାକୁ ବିଜେପି ଲାଗିପଡ଼ିଛି ଓ ଅନ୍ୟପକ୍ଷରେ ପଞ୍ଚାୟତ ବା ଜୋନ ଦାୟିତ୍ୱରେ ଥିବା ବିଜେଡି ନେତାମାନେ ଏହାକୁ ସମାଧାନ କରିବାକୁ ଲାଗି ପଡ଼ିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ କେବଳ ଦଳର ସଭାପତି ବା ମୁଖ୍ୟମନ୍ତ୍ରୀ ଭାବରେ ପରିଚିତ ନୁହନ୍ତି; ସେ ଏକ ‘ବ୍ରାଣ୍ଡ’ରେ ପରିଣତ ହୋଇଛନ୍ତି। ନବୀନ ଛାପ ହିଁ ରୁଦ୍ରଙ୍କ ପାଇଁ ସବୁଠୁ ବଡ଼ ଆଶୀର୍ବାଦ ହୋଇଛି। ରୁଦ୍ରଙ୍କ ପଛରେ ଠିଆ ହୋଇଛି ନବୀନଙ୍କ ବିଶାଳ ନିରବ ସେନା ତଥା ମହିଳା ଶକ୍ତି। ଗାଁ ଗାଁରେ ଏହି ମହିଳାମାନେ ବିଜେଡିକୁ ବିଜୟୀ କରିବାକୁ ଶପଥ ନେଇଛନ୍ତି। ନିଜ ପକ୍ଷରୁ ମହିଳାମାନେ ଗାଁ ଗାଁରେ ସମାବେଶ ଓ ସଭା ଆୟୋଜନ କରୁଛନ୍ତି। ଗାଁ ଗହଳିରେ ରାସ୍ତାର ଏପଟରୁ ସେପଟ ଝୁଲୁଛି ବିଭିନ୍ନ ଦଳର ପତାକା।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର