ସୁନ୍ଦରଗଡ଼ ଜିଲ୍ଲାର ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ଯକ୍ରମର ସମୀକ୍ଷା କରିବେ ୫ଟି ସଚିବ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ଯକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ଯକ୍ରମ ଜରିଆରେ ଜିଲ୍ଲାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ବିଶେଷ ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଏହାଦ୍ବାରା ସ୍କୁଲର ପରିବେଶକୁ ଆକର୍ଷଣୀୟ କରାଯିବା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ । ଏହି ଅଭିଯାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ସୁନ୍ଦରଗଡ଼ […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ଯକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ଯକ୍ରମ ଜରିଆରେ ଜିଲ୍ଲାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ବିଶେଷ ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଏହାଦ୍ବାରା ସ୍କୁଲର ପରିବେଶକୁ ଆକର୍ଷଣୀୟ କରାଯିବା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ । ଏହି ଅଭିଯାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକର ଉନ୍ନତିକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ‘୫-ଟି’ ଅଧୀନରେ ରାଜ୍ୟ ସରକାର ବିଶେଷ ଅଭିଯାନ ଆରମ୍ଭ କରିଛନ୍ତି। ଜିଲ୍ଲାରେ ଥିବା ସମସ୍ତ ସରକାରୀ ହାଇସ୍କୁଲକୁ ଏହି ରୂପାନ୍ତରଣ କାର୍ଯ୍ଯକ୍ରମରେ ସାମିଲ କରାଯିବ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସ୍କୁଲ ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ ତ ସେନେଇ ଗୁରୁତ୍ୱ ଦିଆଯାଉଛି। ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ବଚ୍ଛ ଶୌଚାଳୟ ଆଦି ବିଷୟ ଲାଗି ପ୍ରାଥମିକତା ଦିଆଯାଉଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରରେ ମୋଟ ୪୮୨ଟି ଉଚ୍ଚ ବିଦ୍ୟାଳୟ ରହିଛି । ଏହା ଭିତରୁ ସରକାରୀ, ଅନୁଦାନପ୍ରାପ୍ତ ଓ ଟିଆର୍‌ଡବ୍ଲ୍ୟୁ ହାଇସ୍କୁଲକୁ ମିଶାଇ ମୋଟ ୩୮୩ଟି ସ୍କୁଲରେ ଏହି ନବୀକରଣ କାର୍ୟ୍ୟ କରାଯିବ। ଏହି କାର୍ୟ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ) ଏବଂ ଓମ୍ବାଡ୍‌ସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରଥମ ପର୍ୟ୍ୟାୟରେ ୪୦ଟି ସ୍କୁଲର ରୂପାନ୍ତରଣ କାର୍ୟ୍ୟ ହାତକୁ ନେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଆଜି ଦିନ ୧୧ଟାରେ ଭିଡିଓ କନଫରେନ୍ସ ଜରିଆରେ ଏହି କାର୍ୟ୍ୟକ୍ରମର ସମୀକ୍ଷା କରିବେ । ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

10 Apr 2021 By The Sakala

ସୁନ୍ଦରଗଡ଼ ଜିଲ୍ଲାର ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ଯକ୍ରମର ସମୀକ୍ଷା କରିବେ ୫ଟି ସଚିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ଯକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ଯକ୍ରମ ଜରିଆରେ ଜିଲ୍ଲାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ବିଶେଷ ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଏହାଦ୍ବାରା ସ୍କୁଲର ପରିବେଶକୁ ଆକର୍ଷଣୀୟ କରାଯିବା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ । ଏହି ଅଭିଯାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକର ଉନ୍ନତିକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ‘୫-ଟି’ ଅଧୀନରେ ରାଜ୍ୟ ସରକାର ବିଶେଷ ଅଭିଯାନ ଆରମ୍ଭ କରିଛନ୍ତି। ଜିଲ୍ଲାରେ ଥିବା ସମସ୍ତ ସରକାରୀ ହାଇସ୍କୁଲକୁ ଏହି ରୂପାନ୍ତରଣ କାର୍ଯ୍ଯକ୍ରମରେ ସାମିଲ କରାଯିବ।

ସ୍କୁଲ ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ ତ ସେନେଇ ଗୁରୁତ୍ୱ ଦିଆଯାଉଛି। ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ବଚ୍ଛ ଶୌଚାଳୟ ଆଦି ବିଷୟ ଲାଗି ପ୍ରାଥମିକତା ଦିଆଯାଉଛି ।

ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରରେ ମୋଟ ୪୮୨ଟି ଉଚ୍ଚ ବିଦ୍ୟାଳୟ ରହିଛି । ଏହା ଭିତରୁ ସରକାରୀ, ଅନୁଦାନପ୍ରାପ୍ତ ଓ ଟିଆର୍‌ଡବ୍ଲ୍ୟୁ ହାଇସ୍କୁଲକୁ ମିଶାଇ ମୋଟ ୩୮୩ଟି ସ୍କୁଲରେ ଏହି ନବୀକରଣ କାର୍ୟ୍ୟ କରାଯିବ। ଏହି କାର୍ୟ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ) ଏବଂ ଓମ୍ବାଡ୍‌ସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରଥମ ପର୍ୟ୍ୟାୟରେ ୪୦ଟି ସ୍କୁଲର ରୂପାନ୍ତରଣ କାର୍ୟ୍ୟ ହାତକୁ ନେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଆଜି ଦିନ ୧୧ଟାରେ ଭିଡିଓ କନଫରେନ୍ସ ଜରିଆରେ ଏହି କାର୍ୟ୍ୟକ୍ରମର ସମୀକ୍ଷା କରିବେ । ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର