୨୦୩୬ ସୁଦ୍ଧା ଦେଶର ଶୀର୍ଷ ସମୃଦ୍ଧ ରାଜ୍ୟରେ ପରିଣତ ହେବ ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ ପୂର୍ବରୁ ଓଡ଼ିଶାକୁ ଦେଶର ଶୀର୍ଷ ସମୃଦ୍ଧ ରାଜ୍ୟରେ ପରିଣତ କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପ୍ରତିରୋଧୀ କାର୍ଯ୍ୟକ୍ରମ ପ୍ରସ୍ତୁତି, ଖାଦ୍ୟ ସୁରକ୍ଷା, ଶିକ୍ଷାରେ ରୂପାନ୍ତରୀକରଣ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା କେବଳ ଦେଶର ଅନ୍ୟ ରାଜ୍ୟ ନୁହେଁ; ଅନେକ ବିଦେଶୀ ରାଷ୍ଟ୍ର ପାଇଁ ଉଦାହରଣ ପାଲଟିଛି। ଏହିକ୍ରମରେ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ […]

ଭୁବନେଶ୍ୱର : ଆସନ୍ତା ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ ପୂର୍ବରୁ ଓଡ଼ିଶାକୁ ଦେଶର ଶୀର୍ଷ ସମୃଦ୍ଧ ରାଜ୍ୟରେ ପରିଣତ କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପ୍ରତିରୋଧୀ କାର୍ଯ୍ୟକ୍ରମ ପ୍ରସ୍ତୁତି, ଖାଦ୍ୟ ସୁରକ୍ଷା, ଶିକ୍ଷାରେ ରୂପାନ୍ତରୀକରଣ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା କେବଳ ଦେଶର ଅନ୍ୟ ରାଜ୍ୟ ନୁହେଁ; ଅନେକ ବିଦେଶୀ ରାଷ୍ଟ୍ର ପାଇଁ ଉଦାହରଣ ପାଲଟିଛି। ଏହିକ୍ରମରେ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ଅଧିକ ସମୃଦ୍ଧ କରିବା ନିମନ୍ତେ ଶିଳ୍ପାୟନ ଓ ପୁଞ୍ଜି ନିବେଶ ଉପରେ ସର୍ବଦା ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସ୍ଥିର ସରକାର, ସୁସ୍ଥ ଶିଳ୍ପ ନୀତି ଓ ନିବେଶ ଅନୁକୂଳ ପରିବେଶ ଯୋଗୁଁ ଓଡ଼ିଶା ଦେଶବିଦେଶର ନିବେଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି। ଆଇଟି, ପେଟ୍ରୋ କେମିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଧାତବ ଶିଳ୍ପ, ବୟନ ଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନିବେଶ ନିମନ୍ତେ ଦେଶର ନିବେଶକମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଏପରିକି କୋଭିଡ଼ ସମୟରେ ମଧ୍ୟ ଓଡ଼ିଶାକୁ ଆସିଛି ବିପୁଳ ପୁଞ୍ଜି। ଏହି ନିବେଶର ଆଉ ଏକ ଅଧ୍ୟାୟ ଏବେ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ରୋମ୍‍ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇରେ ପହଞ୍ଚିଛନ୍ତି ଏବଂ ରାଜ୍ୟ ଓ ଦେଶର ବହୁ ନିବେଶକଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ବହୁ ଶିଳ୍ପ ସଂସ୍ଥାର ମୁଖ୍ୟମାନଙ୍କ ସହ ଆଲୋଚନା ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏକ ଆର୍ଥିର୍କ ଦୁର୍ବଳ ରାଜ୍ୟକୁ ସବଳ ରାଜ୍ୟରେ ପରିଣତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୫ରୁ ଯେଉଁ ପଦକ୍ଷେପ ନେଇଥିଲେ ତାହା ଏକ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ପଥ ପରିଷ୍କାର କରିଥିଲା। ନିଅଣ୍ଟିଆ ରାଜ୍ୟ ଓଡ଼ିଶା ୨୦୧୦ ବେଳକୁ ଆର୍ଥିର୍କ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବାକୁ ସକ୍ଷମ ହୋଇଥିଲା ଏବଂ ରାଜ୍ୟ ସରକାର ସମତୁଲ ବଜେଟ୍‍ ପ୍ରସ୍ତୁତ କରିବାକୁ ସମର୍ଥ ହୋଇଥିଲେ। ମାତ୍ର ୨୦୧୦ ମସିହା ପରେ ରାଜ୍ୟରେ ଶିଳ୍ପାୟନର ଦ୍ରୁତ ଯାତ୍ରା ଆରମ୍ଭ ହୋଇଥିଲା। ୨୦୧୬ ଓ ୨୦୧୮ରେ ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍ରେ ବିପୁଳ ନିବେଶର ପଥ ସୁଗମ ହୋଇଥିଲା। ଜାପାନ, ଚୀନ, ଇଟାଲୀ, ଜର୍ମାନୀ, ସାଉଦୀ ଆରବ, ଦକ୍ଷିଣ କୋରିଆ ସମେତ ରେଲିଆନ୍ସ ଇଣ୍ଡଷ୍ଟ୍ରିଜ୍‍, ବିର୍ଲା, ଟାଟା ସନ୍ସ ଆଦି କମ୍ପାନୀଗୁଡ଼ିକୁ ମଧ୍ୟ ପାଖାପାଖି ୫ ଲକ୍ଷ କୋଟି ଟଙ୍କାର ନିବେଶ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ସେହିପରି କୋଭିଡ୍‍ ସମୟରେ ଓଡ଼ିଶାରେ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ବିଭିନ୍ନ ନିବେଶ ହୋଇ ପାରିଥିଲା। ଏହି ନିବେଶ ରାଜ୍ୟକୁ ଆର୍ଥିକ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାବେଳେ ଲକ୍ଷଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।ଯୁବକମାନେ ରାଜ୍ୟର ସମ୍ଭାବନା ବୋଲି ମୁଖ୍ୟମନ୍ତ୍ରୀ ସର୍ବଦା କହି ଆସିଛନ୍ତି। ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ସରକାର ହାତକୁ ନେଉଛନ୍ତି। ଯୁବପିଢ଼ି ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଶିଳ୍ପାୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ନିବେଶକ ସମ୍ମେଳନ ଏହି ଦୃଷ୍ଟିରୁ ବହୁ ଗୁରୁତ୍ୱବହନ କରୁଛି। ଶିଳ୍ପ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏକକ ବାତାୟନ ବ୍ୟବସ୍ଥା, ଜମି ଯୋଗାଣ ନିମନ୍ତେ ସ୍ୱତନ୍ତ୍ର ନୀତି, ବିଦ୍ୟୁତ୍‍ ଓ ଜଳ ଯୋଗାଣ ନିମନ୍ତେ ସରଳ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଅବଗତ କରିବେ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଏହା ସହ ଓଡ଼ିଶାରେ ନିବେଶ ନିମନ୍ତେ ବିଦେଶୀ ଶିଳ୍ପପତି, ପ୍ରବାସୀ ଓଡ଼ିଆ ଓ ଦେଶର ବିଭିନ୍ନ ଶିଳ୍ପ ସଂସ୍ଥାକୁ ନିମନ୍ତ୍ରଣ କରିବେ ବୋଲି ସୂଚନା ମିଳିଛି। ଦୁବାଇର ଓବରୟ ହୋଟେଲଠାରେ ଅନୁଷ୍ଠିତ ଏହି ସମାବେଶରେ ବିଦ୍ୟୁତ୍‍, ରିଫାଇନାରୀ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍‍ ଶିଳ୍ପ ସହ ରିୟଲ ଇଷ୍ଟେଟ୍‍, ରାସାୟନିକ ଶିଳ୍ପ, ଇସ୍ପାତ ଓ ଆନୁଷଙ୍ଗିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ବିଭିନ୍ନ ନିବେଶକମାନଙ୍କ ସହ ଆଲୋଚନା ହେବ। ଦେଶ ବିଦେଶର ନିବେଶକଙ୍କ ସହ ଓଡ଼ିଶାର ଏକ ଶିଳ୍ପ ପ୍ରତିନିଧିଦଳ ମଧ୍ୟ ଏହି ସମ୍ମେଳନରେ ଯୋଗ ଦେବେ। ସୂଚନା ଅନୁସାରେ ଓଡ଼ିଶାରୁ ଇମ୍‍ଫା, ଟାଟା, ବେଦାନ୍ତ, ଆଇଓସିଏଲ୍‍ ପରି ବଡ଼ବଡ଼ ଶିଳ୍ପ ସଂସ୍ଥା ଯୋଗ ଦେବେ। ସେହିପରି କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଇସ୍ପାତ କାରଖାନା ସ୍ଥାପନ ନିମନ୍ତେ ଆଗ୍ରହ ପ୍ରକାଶ କରି ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ଜେଏସ୍‍ଡ଼ବ୍ଲ୍ୟୁ ଓ ନିପ୍ପନ ଷ୍ଟିଲ୍‍ ମଧ୍ୟ ଏହି ସମାବେଶରେ ଯୋଗ ଦେବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର