ପିପିଲି ଉପନିର୍ବାଚନ, ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା

The Sakala Picture
Published On

ପୁରୀ: ପିପିଲି ବିଧାନସଭା ଉପ-ନିର୍ବାଚନ ନିମନ୍ତେ ଆସନ୍ତା ୧୭ ତାରିଖ ଦିନ ମତଦାନ ହେବ । ମତଦାନ ନିମନ୍ତେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୦୨ଟି ଗାଡ଼ି ବ୍ୟବସ୍ଥା କରାଯାଇଛି । ମତଦାନ ଦିନ ସେମାନେ ରହୁଥିବା ସ୍ଥାନରୁ ସମ୍ପୃ୍କ୍ତ ମତଦାନ କେନ୍ଦ୍ରକୁ ନେବା ଆଣିବାରେ ସହାୟକ ହେବ । ମତଦାନର ୭ଦିନ ପୂର୍ବରୁ ଯୋଗ୍ୟ ଦିବ୍ୟାଙ୍ଗ ଭୋଟରମାନଙ୍କୁ ବାହାନ ପ୍ରମାଣ ପତ୍ର ବଣ୍ଟନ କରାଯିବ । ଏଥିସହ ବ୍ଲକ ମୁଖ୍ୟାଳୟରେ […]

ପୁରୀ: ପିପିଲି ବିଧାନସଭା ଉପ-ନିର୍ବାଚନ ନିମନ୍ତେ ଆସନ୍ତା ୧୭ ତାରିଖ ଦିନ ମତଦାନ ହେବ । ମତଦାନ ନିମନ୍ତେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୦୨ଟି ଗାଡ଼ି ବ୍ୟବସ୍ଥା କରାଯାଇଛି । ମତଦାନ ଦିନ ସେମାନେ ରହୁଥିବା ସ୍ଥାନରୁ ସମ୍ପୃ୍କ୍ତ ମତଦାନ କେନ୍ଦ୍ରକୁ ନେବା ଆଣିବାରେ ସହାୟକ ହେବ । ମତଦାନର ୭ଦିନ ପୂର୍ବରୁ ଯୋଗ୍ୟ ଦିବ୍ୟାଙ୍ଗ ଭୋଟରମାନଙ୍କୁ ବାହାନ ପ୍ରମାଣ ପତ୍ର ବଣ୍ଟନ କରାଯିବ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଏଥିସହ ବ୍ଲକ ମୁଖ୍ୟାଳୟରେ ମତଦାନ କେନ୍ଦ୍ର ଗୁଡିକ ପାଇଁ ୩୪୮ଟି ହ୍ବିଲ ଚେୟାର ପ୍ରସ୍ତୁତ ରହିଛି । ଦିବ୍ୟାଙ୍ଗ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ବୁଥରେ ଦୁଇଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ । ଏଥିପାଇଁ ଜାତୀୟ ସେବା ସଂସ୍ଥା, ନେହେରୁ ଯୁବ କେନ୍ଦ୍ର, ସ୍ବୟଂ ସହାୟକ ଗୋଷ୍ଠୀ, ବେସରକାରୀ ସଂସ୍ଥାର ସ୍ବେଚ୍ଛାସେବୀ ମାନଙ୍କୁ ଚିହ୍ନଟ କରାଯିବ ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ମତଦାନ ଦିନ ଭୋଟର ପରିଚୟ ପତ୍ର ନିଜ ସାଙ୍ଗରେ ଆଣିବାକୁ ଭୋଟର ମାନଙ୍କୁ ପରାମର୍ଶ ଦିଆଯାଇଛି । ଭୋଟର ପରିଚୟ ପତ୍ର ନ ଥିଲେ ଆଧାର କାର୍ଡ, ମହାତ୍ମା ଗାନ୍ଧି ନରେଗା କାର୍ଡ, ନିଜ ଫୋଟ ଥିବା ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ପାସବୁକ,ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ସ୍ବାସ୍ଥ୍ୟବୀମା କାର୍ଡ, ଡ୍ରଇଭିଂ ଲାଇସେନ୍ସ,, ପ୍ୟାନ କାର୍ଡ, ଆରଜିଆଇ ପକ୍ଷରୁ ଜାରି ସ୍ମାର୍ଟ କାର୍ଡ, ଭାରତୀୟ ପାସପୋର୍ଟ, ଫଟୋଥିବା ପେନସନ କାଗଜପତ୍ର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାରେ କାର୍ୟ୍ୟରତ ପରିଚୟ ପତ୍ର, ସାଂସଦ ଓ ବିଧାୟକ ମାନଙ୍କୁ ପ୍ରଦତ୍ତ ସରକାରୀ ପରିଚୟ ପତ୍ର ମଧ୍ୟରୁ ଯେ କୌଣସିକୁ ଭୋଟର ମାନେ ପରିଚୟ ପତ୍ର ଭାବେ ଦେଖାଇ ପାରିବେ ବୋଲି ପରାମର୍ଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଏତଦବ୍ୟତୀତ ପ୍ରାଥୀ ମାନେ ସଭା ଓ ଶୋଭାଯାତ୍ରା ସଂକ୍ରାନ୍ତୀୟ ବିଭିନ୍ନ ଅନୁମତି ପାଇଁ ଜିଲ୍ଲା ଜରୁରୀକାଳିନ କେନ୍ଦ୍ରକୁ ୧୯୫୦ ମାଧ୍ୟମରେ ଯୋଗାଯୋଗ କରିପାରିବେ । ଏହି ନମ୍ବରଟି ଦେୟମୁକ୍ତ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର