୫୦୦ ଟଙ୍କା ଭତା ପାଇଁ ବୃଦ୍ଧା ଖର୍ଚ୍ଚ କରନ୍ତି ୩୦୦ ଟଙ୍କା

The Sakala Picture
Published On

କରଞ୍ଜିଆ : ୫୦୦ ଟଙ୍କା ଭତ୍ତା ପାଇଁ ୩୦୦ ଟଙ୍କା ଖର୍ଚ୍ଚ କରନ୍ତି ଜଣେ ବୃଦ୍ଧା, ସେ ନିଜର ଭତା ନେବା ପାଇଁ ୩୦୦ ଟଙ୍କା ଅଟୋ ଭଡା ଦେଉଥିଵା ଏଭଳି ଚିତ୍ର ସାମ୍ନାକୁ ଆସିଛି କରଞ୍ଜିଆ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖ ରେ କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ ଅନ୍ତର୍ଗତ ଡିଆଯୋଡି ଗ୍ରାମର ୯୨ ବର୍ଷୀୟା ବୃଦ୍ଧା ରତନୀ ବେହେରା ଙ୍କୁ ବ୍ୟାଙ୍କ ସମ୍ମୁଖ ରେ ଅଟୋ ରେ ଶୋଇଥିବା ଦେଖି ଆମେ ତାଙ୍କୁ କଣ […]

କରଞ୍ଜିଆ : ୫୦୦ ଟଙ୍କା ଭତ୍ତା ପାଇଁ ୩୦୦ ଟଙ୍କା ଖର୍ଚ୍ଚ କରନ୍ତି ଜଣେ ବୃଦ୍ଧା, ସେ ନିଜର ଭତା ନେବା ପାଇଁ ୩୦୦ ଟଙ୍କା ଅଟୋ ଭଡା ଦେଉଥିଵା ଏଭଳି ଚିତ୍ର ସାମ୍ନାକୁ ଆସିଛି କରଞ୍ଜିଆ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖ ରେ କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ ଅନ୍ତର୍ଗତ ଡିଆଯୋଡି ଗ୍ରାମର ୯୨ ବର୍ଷୀୟା ବୃଦ୍ଧା ରତନୀ ବେହେରା ଙ୍କୁ ବ୍ୟାଙ୍କ ସମ୍ମୁଖ ରେ ଅଟୋ ରେ ଶୋଇଥିବା ଦେଖି ଆମେ ତାଙ୍କୁ କଣ ହୋଇଛି ବୋଲି ଜାଣିବାକୁ ଚାହିଁବାରୁ ଏଭଳି ଚିତ୍ର ସାମ୍ନା କୁ ଆସିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବୃଦ୍ଧା ଙ୍କୁ ସାହାଯ୍ୟ କରିବାକୁ ତାଙ୍କ ଝିଅ ସାବିତ୍ରୀ ମଧ୍ୟ ସାଥିରେ ଆସିଥିଲେ ହେଲେ ବ୍ୟାଙ୍କ ସମ୍ମୁଖ ରେ ଭିଡ଼ ଥିବା ଯୋଗୁଁ ସେ ଲାଇନ ରେ ଥିଲେ ତେବେ ଦୀର୍ଘ ଦୁଇଘଣ୍ଟା ପର୍ଯ୍ୟନ୍ତ ରତନୀ ବେହେରା ଙ୍କ ଝିଅ ସାବିତ୍ରୀ ବେହେରା ନିଜ ମାଙ୍କୁ ଖରାରେ ଏକୁଟିଆ ଛାଡି ବ୍ୟାଙ୍କ ରେ ଲାଇନ ଲଗେଇ ଟଙ୍କା ଉଠାଇଥିଲେ। ଅଧିକ ବୟସ ହେତୁ ରତନୀ ଙ୍କୁ ଭତ୍ତାଟଙ୍କା ଘରେ ପ୍ରଦାନ କରାଯିବା କଥା ହେଲେ ମିଳିପାରି ନଥିବା ପ୍ରକାଶ କରିଛନ୍ତି ରତନୀ ଙ୍କ ଝିଅ ସାବୀତ୍ରୀ।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ପ୍ରବଳ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ସତ୍ୱେ ବ୍ୟାଙ୍କ ସମ୍ମୁଖ ରେ ଲୋକେ ଘଣ୍ଟା ଘଣ୍ଟା ଠିଆ ହେଉଛନ୍ତି କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ଛାଉଣୀ ବ୍ୟବସ୍ଥା କରିଛନ୍ତି ନା ପିଇବା ପାଣି ର ବ୍ୟବସ୍ଥା ନା ଅଛି ଫ୍ୟାନ ର ବ୍ୟବସ୍ଥା ଅଛି। ତେବେ ଏସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ପଚାରିବାରୁ ଅତ୍ୟନ୍ତ ହେୟଜ୍ଞାନ କଲାଭଳି ଉତ୍ତର ରଖିଥିେଲ। ଦୂରଦୂରାନ୍ତର ଗ୍ରାମରୁ ବ୍ୟାଙ୍କ କୁ ଟଙ୍କା ଉଠାଣ ପାଇଁ ଆସୁଥିବା ବୃଦ୍ଧ ଵୃଦ୍ଧା, ବରିଷ୍ଠ ନାଗରିକଙ୍କ ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କିଭଳି ବ୍ୟବହାର ଥିବ ତାହା ଏହି ଘଟଣା ରୁ ଅନୁମାନ କରାଯାଇପାରେ।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

ବ୍ଲକ ପ୍ରଶାସନ ମଧ୍ୟ ବ୍ୟାଙ୍କ ମିତ୍ର ମାଧ୍ୟମ ରେ ଟଙ୍କା ଉଠାଣ ବିଷୟ ରେ ଲୋକଙ୍କୁ ସଚେତନ କରେଇବାରେ ବିଫଳ ହୋଇଛି ଏବଂ ଲୋକଙ୍କ ନିକଟକୁ ସମସ୍ତ ସୁବିଧା ଯୋଗେଇବାରେ ବିଫଳ ହୋଇଛି । ତେବେ ଏଥିପାାଇଁ କିଏ ଦାୟୀ ବ୍ଲକ ପ୍ରଶାସନ ନା ବ୍ୟାଙ୍କ କତୃପକ୍ଷ ଏହାହିଁ ସାଧାରଣରେ ଆଲୋଚନା ହେବା ସହିତ ପ୍ରତିକାର ଦାବୀ କରିଛନ୍ତି ।

14 Jun 2022 By The Sakala

୫୦୦ ଟଙ୍କା ଭତା ପାଇଁ ବୃଦ୍ଧା ଖର୍ଚ୍ଚ କରନ୍ତି ୩୦୦ ଟଙ୍କା

କରଞ୍ଜିଆ : ୫୦୦ ଟଙ୍କା ଭତ୍ତା ପାଇଁ ୩୦୦ ଟଙ୍କା ଖର୍ଚ୍ଚ କରନ୍ତି ଜଣେ ବୃଦ୍ଧା, ସେ ନିଜର ଭତା ନେବା ପାଇଁ ୩୦୦ ଟଙ୍କା ଅଟୋ ଭଡା ଦେଉଥିଵା ଏଭଳି ଚିତ୍ର ସାମ୍ନାକୁ ଆସିଛି କରଞ୍ଜିଆ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖ ରେ କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ ଅନ୍ତର୍ଗତ ଡିଆଯୋଡି ଗ୍ରାମର ୯୨ ବର୍ଷୀୟା ବୃଦ୍ଧା ରତନୀ ବେହେରା ଙ୍କୁ ବ୍ୟାଙ୍କ ସମ୍ମୁଖ ରେ ଅଟୋ ରେ ଶୋଇଥିବା ଦେଖି ଆମେ ତାଙ୍କୁ କଣ ହୋଇଛି ବୋଲି ଜାଣିବାକୁ ଚାହିଁବାରୁ ଏଭଳି ଚିତ୍ର ସାମ୍ନା କୁ ଆସିଛି।

ବୃଦ୍ଧା ଙ୍କୁ ସାହାଯ୍ୟ କରିବାକୁ ତାଙ୍କ ଝିଅ ସାବିତ୍ରୀ ମଧ୍ୟ ସାଥିରେ ଆସିଥିଲେ ହେଲେ ବ୍ୟାଙ୍କ ସମ୍ମୁଖ ରେ ଭିଡ଼ ଥିବା ଯୋଗୁଁ ସେ ଲାଇନ ରେ ଥିଲେ ତେବେ ଦୀର୍ଘ ଦୁଇଘଣ୍ଟା ପର୍ଯ୍ୟନ୍ତ ରତନୀ ବେହେରା ଙ୍କ ଝିଅ ସାବିତ୍ରୀ ବେହେରା ନିଜ ମାଙ୍କୁ ଖରାରେ ଏକୁଟିଆ ଛାଡି ବ୍ୟାଙ୍କ ରେ ଲାଇନ ଲଗେଇ ଟଙ୍କା ଉଠାଇଥିଲେ। ଅଧିକ ବୟସ ହେତୁ ରତନୀ ଙ୍କୁ ଭତ୍ତାଟଙ୍କା ଘରେ ପ୍ରଦାନ କରାଯିବା କଥା ହେଲେ ମିଳିପାରି ନଥିବା ପ୍ରକାଶ କରିଛନ୍ତି ରତନୀ ଙ୍କ ଝିଅ ସାବୀତ୍ରୀ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ସତ୍ୱେ ବ୍ୟାଙ୍କ ସମ୍ମୁଖ ରେ ଲୋକେ ଘଣ୍ଟା ଘଣ୍ଟା ଠିଆ ହେଉଛନ୍ତି କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ଛାଉଣୀ ବ୍ୟବସ୍ଥା କରିଛନ୍ତି ନା ପିଇବା ପାଣି ର ବ୍ୟବସ୍ଥା ନା ଅଛି ଫ୍ୟାନ ର ବ୍ୟବସ୍ଥା ଅଛି। ତେବେ ଏସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ପଚାରିବାରୁ ଅତ୍ୟନ୍ତ ହେୟଜ୍ଞାନ କଲାଭଳି ଉତ୍ତର ରଖିଥିେଲ। ଦୂରଦୂରାନ୍ତର ଗ୍ରାମରୁ ବ୍ୟାଙ୍କ କୁ ଟଙ୍କା ଉଠାଣ ପାଇଁ ଆସୁଥିବା ବୃଦ୍ଧ ଵୃଦ୍ଧା, ବରିଷ୍ଠ ନାଗରିକଙ୍କ ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କିଭଳି ବ୍ୟବହାର ଥିବ ତାହା ଏହି ଘଟଣା ରୁ ଅନୁମାନ କରାଯାଇପାରେ।

ବ୍ଲକ ପ୍ରଶାସନ ମଧ୍ୟ ବ୍ୟାଙ୍କ ମିତ୍ର ମାଧ୍ୟମ ରେ ଟଙ୍କା ଉଠାଣ ବିଷୟ ରେ ଲୋକଙ୍କୁ ସଚେତନ କରେଇବାରେ ବିଫଳ ହୋଇଛି ଏବଂ ଲୋକଙ୍କ ନିକଟକୁ ସମସ୍ତ ସୁବିଧା ଯୋଗେଇବାରେ ବିଫଳ ହୋଇଛି । ତେବେ ଏଥିପାାଇଁ କିଏ ଦାୟୀ ବ୍ଲକ ପ୍ରଶାସନ ନା ବ୍ୟାଙ୍କ କତୃପକ୍ଷ ଏହାହିଁ ସାଧାରଣରେ ଆଲୋଚନା ହେବା ସହିତ ପ୍ରତିକାର ଦାବୀ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର