ଓଡ଼ିଶାର ବିକାଶ କାର୍ଯ୍ୟ ବୁଲି ଦେଖିବେ ୧୮୩ ଆଇଏଏସ୍‍ ଶିକ୍ଷାନବୀଶ, ପରଖିବେ ‘୫-ଟି’ ଉପକ୍ରମର ଲୋକାଭିମୁଖୀ କାର୍ଯ୍ୟର ସଫଳତା

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶାର ବିକାଶ କାର୍ଯ୍ୟ ବୁଲି ଦେଖିବେ ୧୮୩ ଆଇଏଏସ୍‍ ଶିକ୍ଷାନବୀଶ। ରାଜ୍ୟର ୬ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜ୍ଞାନ ଆହରଣ କରିବେ। ଉତ୍ତରାଖଣ୍ଡର ମଶୁରୀ ସ୍ଥିତ ଲାଲ୍‍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍‍ ଆଡମିନଷ୍ଟ୍ରେସନ୍‍ରେ ୨୦୨୧ ବ୍ୟାଚ୍‍ର ପ୍ରଶିକ୍ଷାର୍ଥୀମାନେ ଚଳିତ ମାସ ୨୯ ତାରିଖରୁ ଜୁନ୍‍ ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରିବେ। ଆଇଏଏସ୍‍ ଶିକ୍ଷାନବୀଶଙ୍କ ଜିଲ୍ଲା ଗସ୍ତ ସମୟରେ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ […]

ଭୁବନେଶ୍ୱର : ଓଡ଼ିଶାର ବିକାଶ କାର୍ଯ୍ୟ ବୁଲି ଦେଖିବେ ୧୮୩ ଆଇଏଏସ୍‍ ଶିକ୍ଷାନବୀଶ। ରାଜ୍ୟର ୬ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜ୍ଞାନ ଆହରଣ କରିବେ। ଉତ୍ତରାଖଣ୍ଡର ମଶୁରୀ ସ୍ଥିତ ଲାଲ୍‍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍‍ ଆଡମିନଷ୍ଟ୍ରେସନ୍‍ରେ ୨୦୨୧ ବ୍ୟାଚ୍‍ର ପ୍ରଶିକ୍ଷାର୍ଥୀମାନେ ଚଳିତ ମାସ ୨୯ ତାରିଖରୁ ଜୁନ୍‍ ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରିବେ। ଆଇଏଏସ୍‍ ଶିକ୍ଷାନବୀଶଙ୍କ ଜିଲ୍ଲା ଗସ୍ତ ସମୟରେ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଗୋପବନ୍ଧୁ ଏକାଡେମୀ ଅଫ୍‍ ଆଡମିନ୍‍ଷ୍ଟ୍ରେସନ୍‍ର ମହାନିର୍ଦ୍ଦେଶକ ରଞ୍ଜନା ଚୋପ୍ରା ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସୂଚନା ଅନୁସାରେ ଏକାଡେମୀର ୧୮୧ ଜଣ ଆଇଏଏସ୍‍ ଶିକ୍ଷାନବୀଶ ଏବଂ ରୟାଲ ଭୁଟାନ୍‍ ସର୍ଭିସର ଦୁଇ ଜଣ ଅଧିକାରୀ ଓଡ଼ିଶା ଆସୁଛନ୍ତି। ସେମାନେ ଗଞ୍ଜାମ, କେନ୍ଦୁଝର, ଢ଼େଙ୍କାନାଳ, ବାଲେଶ୍ୱର, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଯିବେ। ପ୍ରତି ଦଳରେ ୧୦ ଜଣ ଲେଖାଏଁ ଅଧିକାରୀ ରହିବେ। ସେମାନଙ୍କ ସହିତ ଜିଲ୍ଲା ସ୍ତରର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଗସ୍ତ ସମୟରେ ଶିକ୍ଷାନବୀଶମାନେ ସ୍କୁଲ ରୂପାନ୍ତରଣ, ବିଏସ୍‍କେୱାଇ ଯୋଜନାର କାର୍ଯ୍ୟାନ୍ୱୟନ, ମିଶନ୍‍ ଶକ୍ତି, କ୍ରୀଡ଼ା ଭିତ୍ତିଭୂମି, ଜାଗା ମିଶନ୍‍, ଡ୍ରିଙ୍କ୍‍ ଫ୍ରମ୍‍ ଟ୍ୟାପ୍‍, ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଆଦି ବୁଲି ଦେଖିବେ। ବିଶେଷକରି ‘୫-ଟି’ ଉପକ୍ରମ ଜରିଆରେ ଲୋକଙ୍କ ଜୀବନଧାରଣ ମାନରେ କିପରି ପରିବର୍ତ୍ତନ ଆସିଛି ତାହା ପରଖିବେ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ମିଳିତ ଜାତିସଂଘ ଠାରୁ ଆରମ୍ଭ କରି କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଠାରୁ ପ୍ରଶଂସା ସାଉଣ୍ଟି ଥିବା ବେଳେ ଏତେ ସଂଖ୍ୟକ ଆଇଏଏସ୍‍ ଅଧିକାରୀଙ୍କ ପରିଦର୍ଶନ ବେଶ୍‍ ଗୁରୁତ୍ୱବହନ କରୁଛି। ଶିକ୍ଷାନବୀଶଙ୍କ ଗସ୍ତ ସମୟରେ ସେମାନଙ୍କ ରହିବା, ପରିବହନ, ଖାଦ୍ୟ ପେୟ ବ୍ୟବସ୍ଥା କରିବା ଦାୟିତ୍ୱ ଜିଲ୍ଲାପାଳଙ୍କୁ ଦିଆଯାଇଛି। ନିକଟରେ ୧୧ ରାଜ୍ୟ ଓ ୪ଟି କେନ୍ଦ୍ର ଶାସୀତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ସେମାନେ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହିତ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେହିପରି ମଧ୍ୟ ପ୍ରଦେଶର ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ ଓଡ଼ିଶା ଗସ୍ତରେ ଆସି ‘୫-ଟି’ ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରିଥିଲେ। ମଧ୍ୟପ୍ରଦେଶ ସରକାର ଅନୁରୂପ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର