ଅବପାତରେ ପରିଣତ ହେଲା ଲଘୁଚାପ, ୨୪ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବ

The Sakala Picture
Published On

ଭୁବନେଶ୍ବର : ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଦକ୍ଷିଣ ଆଣ୍ଡମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଅବପାତର ରୂପ ନେଇଛି। ଏହା ବର୍ତ୍ତମାନ ପୁରୀଠୁ ୧୩ଶହ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ବିଶାଖାପାଟଣାଠୁ ୧୨୭୦ କିମି ଦୂରରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି। ୧୦ ମେ ସୁଦ୍ଧା ଏହା ଉତ୍ତପଶ୍ଚିମ ଦିଗରେ […]

ଭୁବନେଶ୍ବର : ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଦକ୍ଷିଣ ଆଣ୍ଡମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଅବପାତର ରୂପ ନେଇଛି। ଏହା ବର୍ତ୍ତମାନ ପୁରୀଠୁ ୧୩ଶହ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ବିଶାଖାପାଟଣାଠୁ ୧୨୭୦ କିମି ଦୂରରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

୧୦ ମେ ସୁଦ୍ଧା ଏହା ଉତ୍ତପଶ୍ଚିମ ଦିଗରେ ଗତି କରି ପଶ୍ଚିମକେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବ ଓ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ । ପରେ ଏହା ନିଜର ଦିଗ ବଦଳାଇ ଉତ୍ତରପୂର୍ବ ଦିଗରେ ଗତି କରିବ ଓ ଓଡ଼ିଶା ଉପକୂଳ ହୋଇ ଉତ୍ତରପଶ୍ଚିମ ବଙ୍ଗୋପସାଗରଆଡକୁ ଗତି କରିବ । ଏହି ବାତ୍ୟା ପ୍ରକୃତରେ କେଉଁଠାରେ ଲାଣ୍ଡଫଲ କରିବ ସେ ନେଇ ଆଇଏମଡି ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଏହା ଲାଣ୍ଡଫଲ ନକରିବାର ସମ୍ଭାବନା ରହିଛି ବୋଲି ବିଭାଗ ସୂଚନା ଦେଇଛି । ତେବେ ଡିପ୍ରେସନ ବାତ୍ୟାରୂପ ନେବା ପରେ ହିଁ ଏହାର ପ୍ରକୃତ ଗତିପଥ ସଂପର୍କରେ ପୂର୍ବାନୁମାନ କରିହେବ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସେପେଟ ସମ୍ଭାବ୍ୟ ବାତ୍ୟକୁ ଦୃଷ୍ଟିରେ ରଖ୍ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ମତ୍ସ୍ୟଜୀବୀ ମାନଙ୍କୁ ୮ ତାରିଖ ଠାରୁ ମାଛ ଧରିବାକୁ ଗଭୀର ସମୁଦ୍ର ମଝିକୁ ନଯିବା ପାଇଁ ବାରଣ କରିବା ସହ ଯେଉଁ ମତ୍ସ୍ୟଜୀବୀ ମାନେ ମାଛ ଧରିବାକୁ ସମୁଦ୍ର ମଝିକୁ ଯାଇଛନ୍ତି ୮ ତାରିଖ ଶୁଦ୍ଧା ଫେରି ଆସିବାକୁ ସତର୍କ କରିଦେଇଛନ୍ତି ।କେତେ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଛନ୍ତି ଓ ୮ ତାରିଖ ଦିନ ସୁଦ୍ଧା। କେତେଜଣ ଫେରିଛନ୍ତି ସେ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ବାତ୍ୟାକୁ ଦୃଷ୍ଟିରେ ରଖ୍ ବିଭାଗ ତରଫରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଜିଲ୍ଲା ସ୍ତରରେ ଅଫିସର ଓ ସ୍ବତନ୍ତ୍ର ରିଲିଫ କମିଶନର ଙ୍କ କାର୍ୟ୍ୟାଳୟ ମଧ୍ୟରେ ସମନ୍ବୟ ରଖିବାକୁ ମଧ୍ୟ ଜଣାଇଛନ୍ତି। ଏହା ସହ ଜିଲ୍ଲା ସ୍ତରରେ ମତ୍ସ୍ୟଜୀବୀ ମାନଙ୍କୁ ନିୟମିତ ଭାବେ ସତର୍କ ସୂଚନା ଜାରୀ କରିବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ପାରମ୍ପରିକ ମତ୍ସ୍ୟଜୀବୀ ମାନେ ଉଚ୍ଚ ଜୁଆର ସୃଷ୍ଟିର ଆଶଙ୍କା ଥିବାରୁ ସେମାନଙ୍କର ଡଙ୍ଗା ଗୁଡିକୁ ନିରାପଦ ସ୍ଥାନରେ ରଖିବା ପାଇଁ ସତର୍କ କରି ଦିଆଯାଇଛି ।ଇଣ୍ଡିଆନ ନେଭି, କୋଷ୍ଟ ଗାର୍ଡ କମାଣ୍ଡର ଙ୍କୁ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନଙ୍କୁ ୮ ତାରିଖ ପୂର୍ବରୁ ନିରାପଦ ଭାବେ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ୮ ତାରିଖ ସୁଦ୍ଧା ସମୁଦ୍ରରେ ଜାହାଜ ଓ ମାଛ ଧରା ବୋଟ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ମାନବ ସମ୍ବଳ ଓ ଆବଶ୍ୟକ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି ।

ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ କୃଷକମାନଙ୍କୁ ନିୟମିତ ଭାବେ ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଜାରି ରଖିବେ । ଯାହାଫଳରେ କି କୃଷକମାନେ, ପନିପରିବା/ ଉଦ୍ୟାନ କୃଷି, ଧାନ ଓ ଅମଳ ହୋଇଥିବା ଫସଲ ଓ ମଣ୍ଡିରେ ଗଛିତଥିବା ଧାନ ସବୁକୁ ସୁରକ୍ଷିତ ରଖପାରିବେ ।ଜିଲ୍ଲାସ୍ତରରେ କୃଷି ଭିରିକ ନିର୍ଦ୍ଦେଶାବଳୀ ଓ ଏହାର ସୁରକ୍ଷା ଦିଗରେ ନିୟମିତ ଭାବେ କୃଷି ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ କୃଷକମାନଙ୍କୁ ସଚେତନ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ।

ଭିନ୍ନକ୍ଷମ, ବାଳା ଓ ବୃଦ୍ଧାଶ୍ରମରେ ରହୁଥିବା ବ୍ୟକ୍ତିମାନଙ୍କର ଏକ ତାଲିକା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯିବ ଯଦି ସେଭଳି କୌଣସି ସମସ୍ୟା ଉପୁଯେ ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିରାପଦ ଭାବେ ସ୍ଥାନାନ୍ତରିତ କରାଯିବା ସହ ସେମାନଙ୍କ ପାଇଁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟ ସ୍ଥଳିରେ ରଖାଯିବା ସହ ଖାଦ୍ୟପେୟ ଓ ପାନୀୟ ଜଳ ସୁବନ୍ଦୋବସ୍ତ କରାଯିବ ।

ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ୧୮ ଟି ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନାଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ ର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇ ସ୍ବତନ୍ତ୍ର ରିଲିଫ କମିଶନର କ୍ଷତିଗ୍ରସ୍ତ ଘର ଗୁଡିକୁ ଜିଓ ଟ୍ୟାଗ୍ କରିବା ସହ ଚାଷର କ୍ଷୟକ୍ଷତି ସମ୍ପର୍କିତ ସମସ୍ତ ଫଟୋ ଓ ତଥ୍ୟା କେସ୍‌ ରେକର୍ଡ ଗୁଡିକୁ ନଥ୍ ଭୁକ୍ତ କରିବା ଉଚିତ୍, ସହାୟତା ପାଇବାକୁ ଥିବା ହିତାଧିକାରୀ ମାନଙ୍କର କ୍ଷତିଗ୍ରସ୍ତ ଘର ଗୁଡିକର ଫଟୋ ଗ୍ରାଫିକ ପ୍ରମାଣ ବାଧ୍ୟତାମୂଳରକ ବୋଲି ଦର୍ଶାଇଛନ୍ତି ।ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ କିଛି ଗୃହ ଯୋଗାଇ ଦିଆଯାଇଅଛି । ଏହାର ଏକ ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ଯଦି କୌଣସି ଗୃହ ବାତ୍ୟା ହାରା କ୍ଷତିଗ୍ରସ୍ତ ହୁଏ ଏହାକୁ ଚିହ୍ନଟ କରିବାରେ ଏହି ତାଲିକା ସହାୟତା କରିବ ।

07 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର