ତିନି ନିଷ୍ପାପ ଶିଶୁଙ୍କୁ ନିର୍ମମ ହତ୍ୟା କରି କୂଅରେ ଫୋପାଡ଼ି ଦେଲା ନୃଶଂସ ବାପା

The Sakala Picture
Published On

ସୁନ୍ଦରଗଡ଼: କଂସେଇ ସାଜିଲା ନିଜ ଜନ୍ମ କଲା ବାପା । ନିଜର ୩ ଜଣ ନିଷ୍ପାପ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କରି କୂଅରେ ଫୋପାଡ଼ି ଦେଇଛି ନୃଶଂସ ବାପା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ କୋଇଡା ଥାନା କୁଲାମୁଣ୍ଡା ଗାଁରେ । ସ୍ଵାମୀ-ସ୍ତ୍ରୀଙ୍କ କଳି ଭିତରେ ଜଣେ ମଦ୍ୟପ ବାପା ତାର ୩ ଛୁଆଙ୍କୁ କୂଅକୁ ଟେକି ଫିଙ୍ଗି ଦେଇଛି। ୩ ଛୁଆଙ୍କୁ ମାରିବା ପରେ ସମସ୍ତଙ୍କୁ କୂଅରେ ଫୋପାଡ଼ି ଦେଇ […]

ସୁନ୍ଦରଗଡ଼: କଂସେଇ ସାଜିଲା ନିଜ ଜନ୍ମ କଲା ବାପା । ନିଜର ୩ ଜଣ ନିଷ୍ପାପ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କରି କୂଅରେ ଫୋପାଡ଼ି ଦେଇଛି ନୃଶଂସ ବାପା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ କୋଇଡା ଥାନା କୁଲାମୁଣ୍ଡା ଗାଁରେ । ସ୍ଵାମୀ-ସ୍ତ୍ରୀଙ୍କ କଳି ଭିତରେ ଜଣେ ମଦ୍ୟପ ବାପା ତାର ୩ ଛୁଆଙ୍କୁ କୂଅକୁ ଟେକି ଫିଙ୍ଗି ଦେଇଛି। ୩ ଛୁଆଙ୍କୁ ମାରିବା ପରେ ସମସ୍ତଙ୍କୁ କୂଅରେ ଫୋପାଡ଼ି ଦେଇ ଅଭିଯୁକ୍ତ ବାପା ଫେରାର ହୋଇଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସୂଚନା ଅନୁସାରେ, ଗତକାଲି ରାତିରେ କୁଲାମୁଣ୍ଡା ସାହିର ପାଣ୍ଡୁ ମୁଣ୍ଡା ମଦ ପିଇ ଘରକୁ ଫେରିବା ପରେ କୌଣସି କାରଣକୁ ନେଇ ନିଜ ସ୍ତ୍ରୀ ଧୁବଲି ମୁଣ୍ଡାକୁ ମାରିବା ପାଇଁ ଟାଙ୍ଗିଆ ଉଠାଇଥିଲା। ହେଲେ ଜୀବନ ବିକଳରେ ସେ ଦୌଡି ପଳେଇଯାଇଥିଲେ। ସେହି ସମୟରେ ଘରେ ଥିବା ତିନି ଶିଶୁ ସୀମା ମୁଣ୍ଡା (୦୫ ) ରାଜୁ ମୁଣ୍ଡା (୨) ଓ ଦୁଇ ମାସର ଝିଅକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା। ପରେ ତିନି ମୃତ ଶିଶୁଙ୍କୁ କୁଅରେ ପକାଇ ଥିବା ମାଆ ଅଭିଯୋଗ କରିଛି। ଖବର ପାଇ ଆଜି ସକାଳୁ ଅଗ୍ନିଶମବାହିନୀ କୂଅରୁ ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି। ସେପଟେ ଏଭଳି ଅମାନୁଷିକ ଘଟଣା ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ମାରିଛି ମଦ୍ୟପ ବାପା । କୋଇଡ଼ା ଥାନା ପୋଲିସ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର