ଆସୁଛି ଆଉ ଏକ ଲଘୁଚାପ

The Sakala Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ମଧ୍ୟପ୍ରଦେଶ ଆଡ଼କୁ ଚାଲିଯାଇଛି। ଫଳରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ତେବେ ୨୮ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପରେ ପୁଣି ରାଜ୍ୟକୁ ବର୍ଷା ଫେରିବ। ୨୮ରେ ହେବାକୁ ଥିବା ଲଘୁଚାପର ପ୍ରଭାବ ୨୭ ତାରିଖରୁ ଆରମ୍ଭ ହେବ। ଏହା ପ୍ରଭାବରେ ସେହି ଦିନ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ୨୮ରୁ ବର୍ଷାର ପ୍ରକୋପ ବଢିବା ସହିତ ମୟୂରଭଞ୍ଜ, ବାଲେଶ୍ୱର, […]

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ମଧ୍ୟପ୍ରଦେଶ ଆଡ଼କୁ ଚାଲିଯାଇଛି। ଫଳରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ତେବେ ୨୮ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପରେ ପୁଣି ରାଜ୍ୟକୁ ବର୍ଷା ଫେରିବ। ୨୮ରେ ହେବାକୁ ଥିବା ଲଘୁଚାପର ପ୍ରଭାବ ୨୭ ତାରିଖରୁ ଆରମ୍ଭ ହେବ। ଏହା ପ୍ରଭାବରେ ସେହି ଦିନ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ୨୮ରୁ ବର୍ଷାର ପ୍ରକୋପ ବଢିବା ସହିତ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୨୮ ତାରିଖରେ ବଙ୍ଗଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଉତ୍ତର ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ୨୭ ରୁ ୩୦ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବା ସହିତ ବର୍ଷା ହେବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ଏହି ଲଘୁଚାପ ପ୍ରଭାବରେ ବାଲେଶ୍ୱର ବ୍ୟତୀତ ସମସ୍ତ ଉପକୂଳ ଓ ସଂଲଗ୍ନ ୧୦ ଜିଲ୍ଲା ସହିତ କେନ୍ଦୁଝର ଓ ଢେଙ୍କାନାଳରେ ଜୁଲାଇ ୩୧ ପର୍ଯ୍ୟନ୍ତ ସମୁଦାୟ ବର୍ଷା କମ୍‍ (୨୦-୨୫ ମିମି)ରହିବ। ଭୁବନେଶ୍ୱର ଓ କଟକରେ ୨୮ ଓ ୨୯ରେ ୧୦ରୁ ୧୫ ମିମି ବର୍ଷା ହୋଇପାରେ। ବାଲେଶ୍ୱର ଓ ମୟୂରଭଞ୍ଜରେ ୨୭ରୁ ୩୦ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୬୦ରୁ ୧୦୦ ମିମି ଓ ମୟୂରଭଞ୍ଜରେ କେତୋଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ହୋଇପାରେଷ ୨୯ ଓ ୩୦ରେ ଅଧିକ ବର୍ଷା ହେବ। ବାକି ଜିଲ୍ଲାରେ ସମୁଦାୟ ବର୍ଷା ୪୦-୬୦ ମିମି ବର୍ଷା ହେବ। ୨୯ରେ ଅବିଭକ୍ତ କୋରାପୁଟ, ଅବିଭକ୍ତ କନ୍ଧମାଳ, ଅବିଭକ୍ତ ବଲାଙ୍ଗୀର ଓ ଅବିଭକ୍ତ କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରାୟତଃ ପ୍ରବଳ (୬୦ ମିମି)ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି। ୩୦ରେ ଦକ୍ଷିଣ ସୀମାନ୍ତ ଓ ପଶ୍ଚିମ ସୀମାନ୍ତ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ପ୍ରଫେସର ପଶୁପାଳକ କହିଛନ୍ତି ଗତ ୨୧ ତାରିଖରେ କରାଯାଇଥିବା ଆକଳନ ମୁତାବକ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଅଧିକ୍‍ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଅନେକ ଜିଲ୍ଲାରେ କମ୍‍ ବର୍ଷା ହୋଇଛି। ଏ ପର୍ଯ୍ୟନ୍ତ ୧୩ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ଗତ ଲଘୁଚାପ ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ଚାଷ କାମ ଆଗେଇଛି। ଚଳିତ ମାସ ଶେଷ ସୁଦ୍ଧା ଅନେକ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିବ। ଗଞ୍ଜାମ, ଗଜପତି ସମେତ କେତକ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଚାଷ କାମରେ ଅସୁବିଧା ଜାରି ରହିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଗତ ଲଘୁଚାପ ପ୍ରଭାବରେ କିଛି ଜିଲ୍ଲାରେ ଭଲ ବର୍ଷା ହୋଇଛି। ଯାହାଦ୍ୱାରା ବେଉଷଣ କାର୍ଯ୍ୟ ଆଗେଇ ଚାଲିଥିବା ପାଣିପାଗ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

26 Jul 2021 By The Sakala

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ମଧ୍ୟପ୍ରଦେଶ ଆଡ଼କୁ ଚାଲିଯାଇଛି। ଫଳରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ତେବେ ୨୮ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପରେ ପୁଣି ରାଜ୍ୟକୁ ବର୍ଷା ଫେରିବ। ୨୮ରେ ହେବାକୁ ଥିବା ଲଘୁଚାପର ପ୍ରଭାବ ୨୭ ତାରିଖରୁ ଆରମ୍ଭ ହେବ। ଏହା ପ୍ରଭାବରେ ସେହି ଦିନ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେବେ ୨୮ରୁ ବର୍ଷାର ପ୍ରକୋପ ବଢିବା ସହିତ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୨୮ ତାରିଖରେ ବଙ୍ଗଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଉତ୍ତର ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ୨୭ ରୁ ୩୦ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିବା ସହିତ ବର୍ଷା ହେବ।

ଏହି ଲଘୁଚାପ ପ୍ରଭାବରେ ବାଲେଶ୍ୱର ବ୍ୟତୀତ ସମସ୍ତ ଉପକୂଳ ଓ ସଂଲଗ୍ନ ୧୦ ଜିଲ୍ଲା ସହିତ କେନ୍ଦୁଝର ଓ ଢେଙ୍କାନାଳରେ ଜୁଲାଇ ୩୧ ପର୍ଯ୍ୟନ୍ତ ସମୁଦାୟ ବର୍ଷା କମ୍‍ (୨୦-୨୫ ମିମି)ରହିବ। ଭୁବନେଶ୍ୱର ଓ କଟକରେ ୨୮ ଓ ୨୯ରେ ୧୦ରୁ ୧୫ ମିମି ବର୍ଷା ହୋଇପାରେ। ବାଲେଶ୍ୱର ଓ ମୟୂରଭଞ୍ଜରେ ୨୭ରୁ ୩୦ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୬୦ରୁ ୧୦୦ ମିମି ଓ ମୟୂରଭଞ୍ଜରେ କେତୋଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ହୋଇପାରେଷ ୨୯ ଓ ୩୦ରେ ଅଧିକ ବର୍ଷା ହେବ। ବାକି ଜିଲ୍ଲାରେ ସମୁଦାୟ ବର୍ଷା ୪୦-୬୦ ମିମି ବର୍ଷା ହେବ। ୨୯ରେ ଅବିଭକ୍ତ କୋରାପୁଟ, ଅବିଭକ୍ତ କନ୍ଧମାଳ, ଅବିଭକ୍ତ ବଲାଙ୍ଗୀର ଓ ଅବିଭକ୍ତ କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରାୟତଃ ପ୍ରବଳ (୬୦ ମିମି)ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି। ୩୦ରେ ଦକ୍ଷିଣ ସୀମାନ୍ତ ଓ ପଶ୍ଚିମ ସୀମାନ୍ତ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ।

ପ୍ରଫେସର ପଶୁପାଳକ କହିଛନ୍ତି ଗତ ୨୧ ତାରିଖରେ କରାଯାଇଥିବା ଆକଳନ ମୁତାବକ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଅଧିକ୍‍ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଅନେକ ଜିଲ୍ଲାରେ କମ୍‍ ବର୍ଷା ହୋଇଛି। ଏ ପର୍ଯ୍ୟନ୍ତ ୧୩ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ଗତ ଲଘୁଚାପ ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ଚାଷ କାମ ଆଗେଇଛି। ଚଳିତ ମାସ ଶେଷ ସୁଦ୍ଧା ଅନେକ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିବ। ଗଞ୍ଜାମ, ଗଜପତି ସମେତ କେତକ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଚାଷ କାମରେ ଅସୁବିଧା ଜାରି ରହିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଗତ ଲଘୁଚାପ ପ୍ରଭାବରେ କିଛି ଜିଲ୍ଲାରେ ଭଲ ବର୍ଷା ହୋଇଛି। ଯାହାଦ୍ୱାରା ବେଉଷଣ କାର୍ଯ୍ୟ ଆଗେଇ ଚାଲିଥିବା ପାଣିପାଗ କେନ୍ଦ୍ର କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର