ହାତୀ ଆକ୍ରମଣରେ ମହିଳା ଗୁରୁତର
ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ବଡକନ୍ଥ କୂଳ ପଞ୍ଚାୟତ କଞ୍ଜା ଗାଁ ରେ ପୁଣି ଜଣେ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣକ ସେହି ଗ୍ରାମର ଦେବକୀ ବିଶ୍ବାଳ (୪୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ଗ୍ରାମରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ ଦେବକୀ। ଫଳରେ ସେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀ ଭୟରେ […]
ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ବଡକନ୍ଥ କୂଳ ପଞ୍ଚାୟତ କଞ୍ଜା ଗାଁ ରେ ପୁଣି ଜଣେ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗୁରୁତର ଜଣକ ସେହି ଗ୍ରାମର ଦେବକୀ ବିଶ୍ବାଳ (୪୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ଗ୍ରାମରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ ଦେବକୀ। ଫଳରେ ସେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀ ଭୟରେ ଦେବକୀ ଖସି ପଡିବାରୁ ତାଙ୍କର ଗୋଡ଼ ଏବଂ ହାତ, ଶରୀରରେ ଗଭୀର ଆହତ ଲାଗିଛି ବୋଲି ସୂଚନା ମିଳିଛି। ତାଙ୍କୁ ସ୍ଥାନୀୟ ଲୋକେ ବନ୍ତଳା ପରେ ଅନୁଗୁଳ ମେଡିକାଲରେ ଭର୍ତି କରିଥିବା ସୂଚନା ମିଳିଛି।