ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଯନ୍ତ୍ରୀ, ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ ନେଉଥିଲେ ୫୦ ହଜାର ଲାଞ୍ଚ

The Sakala Picture
Published On

ଅନୁଗୋଳ: ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ ଯନ୍ତ୍ରୀ। ଅନୁଗୋଳ ଉଠା ଜଳସେଚନ ବିଭାଗର ଉପ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଶରତ ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଦୁଇଟି ପ୍ରକଳ୍ପର ଇଲେକ୍ଟ୍ରିକାଲ ଏଷ୍ଟିମେଟ ଦେବା ପାଇଁ ଠିକାଦାର ଶ୍ରୀକାନ୍ତ ଦେହୁରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଯନ୍ତ୍ରୀଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଅନୁଗୋଳ ଜିଲ୍ଲା ଖଲାରୀ ଗାଁର ଠିକାଦାର ଶ୍ରୀକାନ୍ତ ଦେହୁରୀଙ୍କୁ ଯନ୍ତ୍ରୀ ଜଣକ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। […]

ଅନୁଗୋଳ: ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ ଯନ୍ତ୍ରୀ। ଅନୁଗୋଳ ଉଠା ଜଳସେଚନ ବିଭାଗର ଉପ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଶରତ ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଦୁଇଟି ପ୍ରକଳ୍ପର ଇଲେକ୍ଟ୍ରିକାଲ ଏଷ୍ଟିମେଟ ଦେବା ପାଇଁ ଠିକାଦାର ଶ୍ରୀକାନ୍ତ ଦେହୁରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଯନ୍ତ୍ରୀଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ବଢ଼ିଲାଣି ତାତି, ମେ’ ଯାଏ ସ୍ୱାଭାବିକଠାରୁ ଅଧିକ ତାମପାତ୍ରା ହେବାନେଇ ଆଶଙ୍କା

ଅନୁଗୋଳ ଜିଲ୍ଲା ଖଲାରୀ ଗାଁର ଠିକାଦାର ଶ୍ରୀକାନ୍ତ ଦେହୁରୀଙ୍କୁ ଯନ୍ତ୍ରୀ ଜଣକ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରୀକାନ୍ତ ଅନୁଗୋଳ ଭିଜିଲାନ୍ସ ବିଭାଗରେ ଫେରାଦ ହୋଇଥିଲେ । ପୂର୍ବ ଯୋଜନା ଅନୁଯାୟୀ ଆଜି ଶ୍ରୀକାନ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଯନ୍ତ୍ରୀ ଶରତ ପ୍ରଧାନଙ୍କୁ ମାଡିବସିଥିଲା ଭିଜିଲାନ୍ସ ଟିମ୍ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ବିଷାକ୍ତ ଆମୋନିଆ ଗ୍ୟାସ ଲିକ୍, ପ୍ରବଳ ଦୁର୍ଗନ୍ଧ ହେବା ସହ ଲୋକେ ଅଣନିଶ୍ବାସୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp