ଡ଼େରଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଇଞ୍ଜିନିୟର ନିଖୋଜ

The Sakala Picture
Published On

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଡ଼େରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ଭିତରେ ଜଣେ ଯୁବ ଇଞ୍ଜିନିୟର ପାଣି ବୁଡ଼ି ନିଖୋଜ ହୋଇ ଯାଇଛନ୍ତି। ସୂଚନା ଅନୁଯାୟୀ, ନାଲକୋର ୩ / ୪ ଜଣ ଯୁବକ ରବିବାର ବର୍ଷାରେ ଡ଼େରଜାଙ୍ଗ ଜଳ ସେଚନ ପ୍ରକଳ୍ପକୁ ବୁଲିବାକୁ ଯାଇଥିଲେ । ସେଠାରେ ସେମାନେ ଜଳ ଭଣ୍ଡାରେ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ବିଭାଂଶୁ ହୋତା ( ୨୮ ) ନାମକ ଜଣେ ଯୁବକ ପାଣିରେ […]

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଡ଼େରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ଭିତରେ ଜଣେ ଯୁବ ଇଞ୍ଜିନିୟର ପାଣି ବୁଡ଼ି ନିଖୋଜ ହୋଇ ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

ସୂଚନା ଅନୁଯାୟୀ, ନାଲକୋର ୩ / ୪ ଜଣ ଯୁବକ ରବିବାର ବର୍ଷାରେ ଡ଼େରଜାଙ୍ଗ ଜଳ ସେଚନ ପ୍ରକଳ୍ପକୁ ବୁଲିବାକୁ ଯାଇଥିଲେ । ସେଠାରେ ସେମାନେ ଜଳ ଭଣ୍ଡାରେ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ବିଭାଂଶୁ ହୋତା ( ୨୮ ) ନାମକ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ । ତାଙ୍କର ପତ୍ତା ମିଳି ନାହିଁ । ଖବରପାଇ ଅନୁଗୁଳ ସଦର ଥାନା ଓ ଜରପଡ଼ା ଥାନା ପୁଲିସ ସହ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗେଜା ଖୋଜି ଆରମ୍ଭ କରିଛନ୍ତି । ୬ ଜଣ ଅଗ୍ନିଶମ କର୍ମଚାରୀ ଜଳଭଣ୍ଡାରରେ ଖୋଜା ଖୋଜି କରୁଛନ୍ତି । ତେବେ ତୁହାକୁ ତୁହା ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ଯ ବାଧାପ୍ରାପ୍ତ ହେଉଛି । ଖବର ଲେଖା ହେବା ପର୍ଯ୍ଯନ୍ତ ବିଭାଂଶୁଙ୍କ ପତ୍ତା ମିଳି ନାହିଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

07 Aug 2022 By The Sakala

ଡ଼େରଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଇଞ୍ଜିନିୟର ନିଖୋଜ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଡ଼େରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ଭିତରେ ଜଣେ ଯୁବ ଇଞ୍ଜିନିୟର ପାଣି ବୁଡ଼ି ନିଖୋଜ ହୋଇ ଯାଇଛନ୍ତି।

ସୂଚନା ଅନୁଯାୟୀ, ନାଲକୋର ୩ / ୪ ଜଣ ଯୁବକ ରବିବାର ବର୍ଷାରେ ଡ଼େରଜାଙ୍ଗ ଜଳ ସେଚନ ପ୍ରକଳ୍ପକୁ ବୁଲିବାକୁ ଯାଇଥିଲେ । ସେଠାରେ ସେମାନେ ଜଳ ଭଣ୍ଡାରେ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ବିଭାଂଶୁ ହୋତା ( ୨୮ ) ନାମକ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ । ତାଙ୍କର ପତ୍ତା ମିଳି ନାହିଁ । ଖବରପାଇ ଅନୁଗୁଳ ସଦର ଥାନା ଓ ଜରପଡ଼ା ଥାନା ପୁଲିସ ସହ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗେଜା ଖୋଜି ଆରମ୍ଭ କରିଛନ୍ତି । ୬ ଜଣ ଅଗ୍ନିଶମ କର୍ମଚାରୀ ଜଳଭଣ୍ଡାରରେ ଖୋଜା ଖୋଜି କରୁଛନ୍ତି । ତେବେ ତୁହାକୁ ତୁହା ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ଯ ବାଧାପ୍ରାପ୍ତ ହେଉଛି । ଖବର ଲେଖା ହେବା ପର୍ଯ୍ଯନ୍ତ ବିଭାଂଶୁଙ୍କ ପତ୍ତା ମିଳି ନାହିଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

https://www.thesakala.in/latest-odisha-news/angul/engineer-missing-after-drowning-in-derjang-dam/article-13953
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର