ରୋଗୀଙ୍କୁ ବାଧୁଛି ଔଷଧ ଚିଠା: ବ୍ରାଣ୍ଡେଡ଼ କମ୍ପାନୀର ଔଷଧ ଲେଖି ମାଲାମାଲ ହେଉଛନ୍ତି ଅସାଧୁ ଡାକ୍ତର

The Sakala Picture
Published On

ଅନୁଗୁଳ: ବଜାରରେ ଜେନେରିକ ଚାହିଦା ରହିଛି। ହେଲେ ଡ଼ାକ୍ତର ଏହି ଔଷଧ ଚିଠା ଲେଖୁ ନହାନ୍ତି । ସରକାରୀ ବେସରକାରୀ ଡ଼ାକ୍ତରଖାନା ଆସୁଥିବା ବହୁ ଗରିବ ଲୋକ ଆର୍ଥିକ ଶୋଷଣର ଶୀକାର ହେଉଛନ୍ତି । ମାତ୍ର ୧୦/୧୫ଟଙ୍କାରେ ଉପଲବ୍ଧ ହେଉଥିବା ଜେନେରିକ ମେଡ଼ିସିନ ବଦଳରେ ଶହଶହ ଟଙ୍କା ବ୍ରାଣ୍ଡେଡ଼ କମ୍ପାନୀର ଔଷଧ ଚିଠାଲେଖି ଡ଼ାକ୍ତରମାନେ ମାଲାମାଲ ହେଉଥିବା ବେଳେ ସାଧାରଣ ଗରିବ ଲୋକ ଶୋଷଣର ଶିକାର ହେଉଛନ୍ତି । ଫଳରେ ସରକାରୀ ଡ଼ାକ୍ତରଖାନାରେ ଜନଔଷଧ ଭଣ୍ଡାର ଖାଲି […]

ଅନୁଗୁଳ: ବଜାରରେ ଜେନେରିକ ଚାହିଦା ରହିଛି। ହେଲେ ଡ଼ାକ୍ତର ଏହି ଔଷଧ ଚିଠା ଲେଖୁ ନହାନ୍ତି । ସରକାରୀ ବେସରକାରୀ ଡ଼ାକ୍ତରଖାନା ଆସୁଥିବା ବହୁ ଗରିବ ଲୋକ ଆର୍ଥିକ ଶୋଷଣର ଶୀକାର ହେଉଛନ୍ତି । ମାତ୍ର ୧୦/୧୫ଟଙ୍କାରେ ଉପଲବ୍ଧ ହେଉଥିବା ଜେନେରିକ ମେଡ଼ିସିନ ବଦଳରେ ଶହଶହ ଟଙ୍କା ବ୍ରାଣ୍ଡେଡ଼ କମ୍ପାନୀର ଔଷଧ ଚିଠାଲେଖି ଡ଼ାକ୍ତରମାନେ ମାଲାମାଲ ହେଉଥିବା ବେଳେ ସାଧାରଣ ଗରିବ ଲୋକ ଶୋଷଣର ଶିକାର ହେଉଛନ୍ତି । ଫଳରେ ସରକାରୀ ଡ଼ାକ୍ତରଖାନାରେ ଜନଔଷଧ ଭଣ୍ଡାର ଖାଲି ପଡ଼ୁଥିବା ବେଳେ ଡ଼ାକ୍ତରଖାନା ପାଖଆଖରେ ଖୋଲାଯାଇଥିବା ଘରୋଇ ମେଡ଼ିସିନ ଷ୍ଟୋର ଗୁଡ଼ିକରେ ରୋଗୀଙ୍କ ଗହଳିଲାଗି ରହିଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଜେନେରିକ ମେଡ଼ିସିନକୁ ଅନାହୃତ କରିବା ସକାଶେ ଏହାର ବ୍ୟବହାର ରୋଗ ଉପଶମ ପାଇଁ ନୁହେଁ ବୋଲି ଲୋକଙ୍କ ମଧ୍ୟରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇ ଏହି ଔଷଧର ପ୍ରସାରକୁ ପ୍ରତିହିତ କରାଯାଇଥିବା ବେଳେ ମେଡିସିନ ବଜାରକୁ ଦେଶର ପ୍ରମୁଖ ବ୍ରାଣ୍ଡେଡ଼ କମ୍ପାନୀ ମାଡ଼ି ବସିଛନ୍ତି । ତାଳଚେର ମୁଖ୍ୟ ଚିକିତ୍ସାଳୟ ସମେତ ଆଖ ପାଖରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୈନିକ ହଜାର ହଜାର ରୋଗୀ ବିଭିନ୍ନ ରୋଗନେଇ ଡ଼ାକ୍ତରଖାନା ଆସୁଥିବା ବେଳେ ଏହାର ୧୦ ପ୍ରତିଶତ ରୋଗୀ ଜନଔଷଧ ଭଣ୍ଡାର ପାଖ ମାଡ଼ୁନାହାନ୍ତି। ସେହିଭଳି ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତ ରୋଗୀ ଜନଔଷଧ ଭଣ୍ଡାରରୁ ଔଷଧ କିଣୁଛନ୍ତି ।

ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ, କେନ୍ଦ୍ର ସରକାରଙ୍କ ଏମସିଆଇ (ମେଡ଼ିକାଲ କାଉନସିଲ ଅଫ ଇଣ୍ଡିଆ)ଙ୍କ କଡ଼ା ତାଗିଦ୍ ସତ୍ୱେ ସରକାରୀ ଡ଼ାକ୍ତରଖାନାରେ ଡ଼ାକ୍ତରମାନଙ୍କର ଜେନେରିକ ମେଡ଼ିସିନ୍ ଚିଠା ଲେଖିବା କେତେ ଅନ୍ତରିକତା ରହିଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିବା ସେମାନେ ଡ଼ାକ୍ତରମାନଙ୍କୁ ଏଥିପାଇଁ ଦାୟୀ କରିବା ବଦଳରେ ଜନଔଷଧ ଭଣ୍ଡାରରେ ପର୍ଯ୍ଯାପ୍ତ ମେଡ଼ିସିନ ରଖାଯାଉନଥିବା କଥାକୁ ଗୁରୁତ୍ୱ ଦେଇଛନ୍ତି ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର