ସୁନ୍ଦରୀକୁ ଧରିବାକୁ ଚାଲିଛି ଉଦ୍ୟମ, ଯନ୍ତାରେ ଧରା ନ ଦେଲେ କରାଯିବ ଟ୍ରାଙ୍କୁଲାଇଜ୍

The Sakala Picture
Published On

ଅନୁଗୁଳ:ସାତକୋଶିଆ ରାଇଗୋଡା ରେଞ୍ଜରେ ଏନକ୍ଲୋଜର ଭିତରେ ଥିବା ସୁନ୍ଦରୀକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇ ଯାଇଛି। ଗତ ରବିବାର ଅପରାହ୍ନରୁ ମଧ୍ୟପ୍ରଦେଶର କାହ୍ନା ବ୍ୟଘ୍ର ପ୍ରକଳ୍ପରୁ ଆସିଥିବା ୬ଜଣିଆ ଟିମ ଲାଗିପଡିଛନ୍ତି କାମରେ। ସେଠାରୁ ଆସିଥିବା ସ୍ୱତନ୍ତ୍ର ଯନ୍ତାକୁ ଖୁଆଡ଼ ଭିତରେ ରଖା ଯାଇଛି। ଯନ୍ତା ଭିତରେ ଖାଇବାକୁ ଦିଆ ଯାଇଛି। ସୁନ୍ଦରୀ ଖାଇବାକୁ ଆସିବା କ୍ଷଣି ଯନ୍ତା ବନ୍ଦ କରିଦିଆଯିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ରବିବାର ସୁନ୍ଦରୀ ଖାଦ୍ୟ ଖାଇ ନଥିବା ଜଣା ପଡ଼ିଛି। […]

ଅନୁଗୁଳ:ସାତକୋଶିଆ ରାଇଗୋଡା ରେଞ୍ଜରେ ଏନକ୍ଲୋଜର ଭିତରେ ଥିବା ସୁନ୍ଦରୀକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇ ଯାଇଛି। ଗତ ରବିବାର ଅପରାହ୍ନରୁ ମଧ୍ୟପ୍ରଦେଶର କାହ୍ନା ବ୍ୟଘ୍ର ପ୍ରକଳ୍ପରୁ ଆସିଥିବା ୬ଜଣିଆ ଟିମ ଲାଗିପଡିଛନ୍ତି କାମରେ। ସେଠାରୁ ଆସିଥିବା ସ୍ୱତନ୍ତ୍ର ଯନ୍ତାକୁ ଖୁଆଡ଼ ଭିତରେ ରଖା ଯାଇଛି। ଯନ୍ତା ଭିତରେ ଖାଇବାକୁ ଦିଆ ଯାଇଛି। ସୁନ୍ଦରୀ ଖାଇବାକୁ ଆସିବା କ୍ଷଣି ଯନ୍ତା ବନ୍ଦ କରିଦିଆଯିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ରବିବାର ସୁନ୍ଦରୀ ଖାଦ୍ୟ ଖାଇ ନଥିବା ଜଣା ପଡ଼ିଛି। ତେବେ ସୋମବାରମଧ୍ୟ ସେହିପରି ଭାବେ ବ୍ୟବସ୍ଥା ରହିଛି। ସୁନ୍ଦରୀକୁ ପ୍ରଥମେ ଆଦୌ ଟ୍ରଙ୍କୁଲାଇଜ ନ କରିବା ପାଇଁ ନିର୍ଦେଶ ଥିବାରୁ ଏଭଳି ଉପାୟରେ ଧରିବାକୁ ଉଦ୍ୟମ କରା ଯାଇଛି। ତେବେ ଏହି ପ୍ରକ୍ରିୟା ହୁଏତ ଆହୁରି ୨ ରୁ ୩ ଦିନ ମଧ୍ୟ ଲାଗିପାରେ ବୋଲି ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର କହିଛନ୍ତି। କାହ୍ନାରୁ ଆସିଥିବା ଜଣେ ଏସିଏଫଙ୍କ ତତ୍ୱବାଧାନରେ ଡାକ୍ତର ଓ ବିଶେଷଜ୍ଞ ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ମାନେ ସେଠାରେ ସମ୍ପୂର୍ଣ ନିୟୋଜିତ ଅଛନ୍ତି।ତାଙ୍କୁ ସାତକୋଶିଆ ଡ଼ିଏଫଓ ଏବଂ ଏସିଏଫ ଙ୍କ ସମେତ ଅନ୍ୟ ବନ୍ୟ କର୍ମଚାରୀ ମାନେ ମଧ୍ୟପ୍ରଦେଶରୁ ଆସିଥିବା ଟିମକୁ ସାହାଯ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

ବହୁଦିନ ହେବ ଖୁଆଡ଼ ଭିତରେ ରହି ସୁନ୍ଦରୀ ତାର ହିଂସ୍ର ପ୍ରକୃତିକୁ ଫେରି ଆସିଥିବା ଯୋଗୁଁ ସହଜରେ ଯନ୍ତା ଭିତରେ ଥିବା ଖାଦ୍ୟ ପ୍ରତି ଲୋଭ ଗ୍ରସ୍ତ ହେଉନାହିଁ। ଯଦି ଯନ୍ତାରେ ସୁନ୍ଦରୀ ଧରା ନଦିଏ ତେବେ ସରକାରଙ୍କ ଠାରୁ ଅନୁମତି ଅଣାଯାଇ ତାକୁ ଟ୍ରଙ୍କୁଲାଇଜ କରାଯାଇ ଧରାଜୀବ ତାପରେ ମଧ୍ୟପ୍ରଦେଶରୁ ଆସିଥିବା ସ୍ୱତନ୍ତ୍ର ଯନ୍ତାରେ କାହ୍ନ। ବ୍ୟାଘ୍ର ପ୍ରକଳ୍ପରୁ ପଠା ଯିବ ବୋଲି ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର ପ୍ରକାଶ କରିଛନ୍ତି। ସୁନ୍ଦରୀ ଗଲାପରେ ସତକୋଶିଆରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପ ସମ୍ପୂର୍ଣ ବନ୍ଦ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଜଣାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

22 Mar 2021 By The Sakala

ସୁନ୍ଦରୀକୁ ଧରିବାକୁ ଚାଲିଛି ଉଦ୍ୟମ, ଯନ୍ତାରେ ଧରା ନ ଦେଲେ କରାଯିବ ଟ୍ରାଙ୍କୁଲାଇଜ୍

ଅନୁଗୁଳ:ସାତକୋଶିଆ ରାଇଗୋଡା ରେଞ୍ଜରେ ଏନକ୍ଲୋଜର ଭିତରେ ଥିବା ସୁନ୍ଦରୀକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇ ଯାଇଛି। ଗତ ରବିବାର ଅପରାହ୍ନରୁ ମଧ୍ୟପ୍ରଦେଶର କାହ୍ନା ବ୍ୟଘ୍ର ପ୍ରକଳ୍ପରୁ ଆସିଥିବା ୬ଜଣିଆ ଟିମ ଲାଗିପଡିଛନ୍ତି କାମରେ। ସେଠାରୁ ଆସିଥିବା ସ୍ୱତନ୍ତ୍ର ଯନ୍ତାକୁ ଖୁଆଡ଼ ଭିତରେ ରଖା ଯାଇଛି। ଯନ୍ତା ଭିତରେ ଖାଇବାକୁ ଦିଆ ଯାଇଛି। ସୁନ୍ଦରୀ ଖାଇବାକୁ ଆସିବା କ୍ଷଣି ଯନ୍ତା ବନ୍ଦ କରିଦିଆଯିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ରବିବାର ସୁନ୍ଦରୀ ଖାଦ୍ୟ ଖାଇ ନଥିବା ଜଣା ପଡ଼ିଛି। ତେବେ ସୋମବାରମଧ୍ୟ ସେହିପରି ଭାବେ ବ୍ୟବସ୍ଥା ରହିଛି। ସୁନ୍ଦରୀକୁ ପ୍ରଥମେ ଆଦୌ ଟ୍ରଙ୍କୁଲାଇଜ ନ କରିବା ପାଇଁ ନିର୍ଦେଶ ଥିବାରୁ ଏଭଳି ଉପାୟରେ ଧରିବାକୁ ଉଦ୍ୟମ କରା ଯାଇଛି। ତେବେ ଏହି ପ୍ରକ୍ରିୟା ହୁଏତ ଆହୁରି ୨ ରୁ ୩ ଦିନ ମଧ୍ୟ ଲାଗିପାରେ ବୋଲି ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର କହିଛନ୍ତି। କାହ୍ନାରୁ ଆସିଥିବା ଜଣେ ଏସିଏଫଙ୍କ ତତ୍ୱବାଧାନରେ ଡାକ୍ତର ଓ ବିଶେଷଜ୍ଞ ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ମାନେ ସେଠାରେ ସମ୍ପୂର୍ଣ ନିୟୋଜିତ ଅଛନ୍ତି।ତାଙ୍କୁ ସାତକୋଶିଆ ଡ଼ିଏଫଓ ଏବଂ ଏସିଏଫ ଙ୍କ ସମେତ ଅନ୍ୟ ବନ୍ୟ କର୍ମଚାରୀ ମାନେ ମଧ୍ୟପ୍ରଦେଶରୁ ଆସିଥିବା ଟିମକୁ ସାହାଯ୍ୟ କରୁଛନ୍ତି।

ବହୁଦିନ ହେବ ଖୁଆଡ଼ ଭିତରେ ରହି ସୁନ୍ଦରୀ ତାର ହିଂସ୍ର ପ୍ରକୃତିକୁ ଫେରି ଆସିଥିବା ଯୋଗୁଁ ସହଜରେ ଯନ୍ତା ଭିତରେ ଥିବା ଖାଦ୍ୟ ପ୍ରତି ଲୋଭ ଗ୍ରସ୍ତ ହେଉନାହିଁ। ଯଦି ଯନ୍ତାରେ ସୁନ୍ଦରୀ ଧରା ନଦିଏ ତେବେ ସରକାରଙ୍କ ଠାରୁ ଅନୁମତି ଅଣାଯାଇ ତାକୁ ଟ୍ରଙ୍କୁଲାଇଜ କରାଯାଇ ଧରାଜୀବ ତାପରେ ମଧ୍ୟପ୍ରଦେଶରୁ ଆସିଥିବା ସ୍ୱତନ୍ତ୍ର ଯନ୍ତାରେ କାହ୍ନ। ବ୍ୟାଘ୍ର ପ୍ରକଳ୍ପରୁ ପଠା ଯିବ ବୋଲି ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର ପ୍ରକାଶ କରିଛନ୍ତି। ସୁନ୍ଦରୀ ଗଲାପରେ ସତକୋଶିଆରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପ ସମ୍ପୂର୍ଣ ବନ୍ଦ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଜଣାଯାଇଛି।

https://www.thesakala.in/latest-odisha-news/angul/efforts-are-underway-to-capture-the-tigress-sundari/article-912
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର