ଉଦାହରଣ ପାଲଟିଛି କୁଷ୍ଠ ଦମ୍ପତିଙ୍କ ଉଦାରତା: ନିଜେ ଆକ୍ରାନ୍ତ ହୋଇ ବି ଅସହାୟଙ୍କ ସେବାରେ ବ୍ରତୀ

The Sakala Picture
Published On

ଭୁବନେଶ୍ବର: ଭିନ୍ନ ଏକ ଦମ୍ପତି । ଭିନ୍ନ ସେମାନଙ୍କ ମହାନତା । ଉଭୟ କୁଷ୍ଠ ଆକ୍ରାନ୍ତ ହୋଇ ବି ଅନ୍ୟ କୁଷ୍ଠ ଆକ୍ରାନ୍ତଙ୍କ ପାଇଁ ସେ ପାଲଟିଛନ୍ତି ସାହା ଭରସା । ସଂଘର୍ଷ ଭିତରେ ଅନ୍ୟମାନଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି ଏହି ଦମ୍ପତି । ଏମିତି ଜଣେ ଦମ୍ପତି ହେଉଛନ୍ତି ଗୁଣ୍ଡିଚା ଜେନା ଓ ଲତା ଜେନା। ଉଭୟଙ୍କ କାହାଣୀ ବି ବେଶ୍ ଏକାପରି। ସାହିପଡ଼ିଶାଙ୍କ ଘୃଣାର ଶିକାର ହୋଇ ୪୦ବର୍ଷରୁ ଉର୍ଦ୍ଧ୍ବ ହେବ ଗାଁ ଛାଡ଼ି […]

ଭୁବନେଶ୍ବର: ଭିନ୍ନ ଏକ ଦମ୍ପତି । ଭିନ୍ନ ସେମାନଙ୍କ ମହାନତା । ଉଭୟ କୁଷ୍ଠ ଆକ୍ରାନ୍ତ ହୋଇ ବି ଅନ୍ୟ କୁଷ୍ଠ ଆକ୍ରାନ୍ତଙ୍କ ପାଇଁ ସେ ପାଲଟିଛନ୍ତି ସାହା ଭରସା । ସଂଘର୍ଷ ଭିତରେ ଅନ୍ୟମାନଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି ଏହି ଦମ୍ପତି । ଏମିତି ଜଣେ ଦମ୍ପତି ହେଉଛନ୍ତି ଗୁଣ୍ଡିଚା ଜେନା ଓ ଲତା ଜେନା। ଉଭୟଙ୍କ କାହାଣୀ ବି ବେଶ୍ ଏକାପରି। ସାହିପଡ଼ିଶାଙ୍କ ଘୃଣାର ଶିକାର ହୋଇ ୪୦ବର୍ଷରୁ ଉର୍ଦ୍ଧ୍ବ ହେବ ଗାଁ ଛାଡ଼ି ଭୁବନେଶ୍ବର ଚାଲିଆସିଥିଲେ ଗୁଣ୍ଡିଚା । ଆଉ ଠିକ୍ ସେହିପରି ପରିବାର ଓ ଗାଁ ଲୋକଙ୍କ ଲାଞ୍ଛନାର ଶିକାର ହୋଇ ଭୁବନେଶ୍ବର ଆସି ବେସାହାରା ଜୀବନ ବିତାଇବା ଭିତରେ ଲତାଙ୍କ ସହ ଦେଖାହୁଏ । ଆଉ ସେବେଠାରୁ ଏକାଠି ବଞ୍ଚୁଛନ୍ତି ଉଭୟେ ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ବ ହେବ ସେ ରାମକୃଷ୍ଣ ଲେପ୍ରୋସୀ କଲୋନୀରେ ରହୁଛନ୍ତି। ପ୍ରଥମେ ଅନ୍ୟ କୁଷ୍ଠରୋଗୀଙ୍କ ପରି ସେମାନେ ବି ଅତି ଦୟନୀୟ ଜୀବନଯାପନ କରୁଥିଲେ। କେତେବେଳେ ବାହାରେ କାମ କରି ତ ଆଉ କେତେବେଳେ ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରନ୍ତି ଗୁଣ୍ଡିଚା ଓ ଲତା । ହେଲେ ସେମାନଙ୍କ ଉଦାର ମନୋଭାବ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି। ନିଜେ ଯେଉଁ ରୋଗରେ ପୀଡ଼ିତ ହୋଇ ଶାରୀରିକ କଷ୍ଟଠାରୁ ଆରମ୍ଭ କରି ମାନସିକଭାବେ ହତାଦର ହୋଇଥିଲେ, ସେହିଭଳି ଅନ୍ୟ ଲୋକଙ୍କ ପାଖରେ ସେ ବିପଦଆପଦରେ ଠିଆ ହୋଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ବାତ୍ୟା ହେଉ ଅବା ବର୍ଷା ସମୟରେ ସମସ୍ୟାଘେରରେ ନିଜ ବସ୍ତିବାସିନ୍ଦାଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଉଛନ୍ତି। ଏମିତିକି ବସ୍ତିକୁ ବିଭିନ୍ନ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଅସହାୟଙ୍କୁ ସହାୟତା ଦେଉଛନ୍ତି। ଏଥିପାଇଁ ବସ୍ତିରେ ସେମାନେ ସମସ୍ତଙ୍କର ପ୍ରିୟର ମଉସା ମାଉସୀ ପାଲଟିଯାଇଛନ୍ତି। ଉଭୟେ ଦିନକୁ ୫ଶହ ଟଙ୍କା ରୋଜଗାର କରୁଥିଲେ ବି ଯେତେବେଳେ ଯାହାର ଆବଶ୍ୟକ ପଡ଼େ ୫ ଶହ-୧ହଜାର ଟଙ୍କା ସାହାଯ୍ୟ କରନ୍ତି। ଏମିତିକି ମହାମାରୀ ସମୟରେ ଅନେକ କୁଷ୍ଠ ରୋଗୀ ଅସୁବିଧାରେ ଥିବାବେଳେ ଏହି ଦମ୍ପତି ଯଥା ସମ୍ଭବ ସହଯୋଗ ଯୋଗାଇଦିଅନ୍ତି। କେବଳ ସେତିକି ନୁହେଁ ନିଜ ରୋଜଗାରରେ ପୂରା ପରିବାରକୁ ପ୍ରତିପୋଷଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

ଏସମ୍ପର୍କରେ ଲତା ମାଉସୀ କୁହନ୍ତି, ଗାଁରେ କଟକଣା ହେବାରୁ ଭୁବନେଶ୍ବରରେ ଆସି ଜୀବନଯାପନ କଲୁ। ନିଜେ ଖଟି ଖାଇବା ସହ ଅନ୍ୟମାନଙ୍କୁ ସହଯୋଗର ହାତ ବଢ଼ାଇଲେ ଖୁସି ଲାଗେ । ସେମାନଙ୍କ ମୁହଁରେ ଥିବା ଖୁସି ଦେଖିଲେ, ନିଜ ଜୀବନ ସାର୍ଥକ ପରି ଲାଗେ । ନିଜର ସେଭଳି କୌଣସି ସାମର୍ଥ୍ୟ ନ ଥିଲେ ବି ଅନ୍ୟମାନଙ୍କ ପାଇଁ କିଛି ସହଯୋଗର ହାତ ବଢ଼ାଉଛୁ।

30 Sep 2021 By The Sakala

ଉଦାହରଣ ପାଲଟିଛି କୁଷ୍ଠ ଦମ୍ପତିଙ୍କ ଉଦାରତା: ନିଜେ ଆକ୍ରାନ୍ତ ହୋଇ ବି ଅସହାୟଙ୍କ ସେବାରେ ବ୍ରତୀ

ଭୁବନେଶ୍ବର: ଭିନ୍ନ ଏକ ଦମ୍ପତି । ଭିନ୍ନ ସେମାନଙ୍କ ମହାନତା । ଉଭୟ କୁଷ୍ଠ ଆକ୍ରାନ୍ତ ହୋଇ ବି ଅନ୍ୟ କୁଷ୍ଠ ଆକ୍ରାନ୍ତଙ୍କ ପାଇଁ ସେ ପାଲଟିଛନ୍ତି ସାହା ଭରସା । ସଂଘର୍ଷ ଭିତରେ ଅନ୍ୟମାନଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି ଏହି ଦମ୍ପତି । ଏମିତି ଜଣେ ଦମ୍ପତି ହେଉଛନ୍ତି ଗୁଣ୍ଡିଚା ଜେନା ଓ ଲତା ଜେନା। ଉଭୟଙ୍କ କାହାଣୀ ବି ବେଶ୍ ଏକାପରି। ସାହିପଡ଼ିଶାଙ୍କ ଘୃଣାର ଶିକାର ହୋଇ ୪୦ବର୍ଷରୁ ଉର୍ଦ୍ଧ୍ବ ହେବ ଗାଁ ଛାଡ଼ି ଭୁବନେଶ୍ବର ଚାଲିଆସିଥିଲେ ଗୁଣ୍ଡିଚା । ଆଉ ଠିକ୍ ସେହିପରି ପରିବାର ଓ ଗାଁ ଲୋକଙ୍କ ଲାଞ୍ଛନାର ଶିକାର ହୋଇ ଭୁବନେଶ୍ବର ଆସି ବେସାହାରା ଜୀବନ ବିତାଇବା ଭିତରେ ଲତାଙ୍କ ସହ ଦେଖାହୁଏ । ଆଉ ସେବେଠାରୁ ଏକାଠି ବଞ୍ଚୁଛନ୍ତି ଉଭୟେ ।

ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ବ ହେବ ସେ ରାମକୃଷ୍ଣ ଲେପ୍ରୋସୀ କଲୋନୀରେ ରହୁଛନ୍ତି। ପ୍ରଥମେ ଅନ୍ୟ କୁଷ୍ଠରୋଗୀଙ୍କ ପରି ସେମାନେ ବି ଅତି ଦୟନୀୟ ଜୀବନଯାପନ କରୁଥିଲେ। କେତେବେଳେ ବାହାରେ କାମ କରି ତ ଆଉ କେତେବେଳେ ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରନ୍ତି ଗୁଣ୍ଡିଚା ଓ ଲତା । ହେଲେ ସେମାନଙ୍କ ଉଦାର ମନୋଭାବ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି। ନିଜେ ଯେଉଁ ରୋଗରେ ପୀଡ଼ିତ ହୋଇ ଶାରୀରିକ କଷ୍ଟଠାରୁ ଆରମ୍ଭ କରି ମାନସିକଭାବେ ହତାଦର ହୋଇଥିଲେ, ସେହିଭଳି ଅନ୍ୟ ଲୋକଙ୍କ ପାଖରେ ସେ ବିପଦଆପଦରେ ଠିଆ ହୋଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି।

ବାତ୍ୟା ହେଉ ଅବା ବର୍ଷା ସମୟରେ ସମସ୍ୟାଘେରରେ ନିଜ ବସ୍ତିବାସିନ୍ଦାଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଉଛନ୍ତି। ଏମିତିକି ବସ୍ତିକୁ ବିଭିନ୍ନ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଅସହାୟଙ୍କୁ ସହାୟତା ଦେଉଛନ୍ତି। ଏଥିପାଇଁ ବସ୍ତିରେ ସେମାନେ ସମସ୍ତଙ୍କର ପ୍ରିୟର ମଉସା ମାଉସୀ ପାଲଟିଯାଇଛନ୍ତି। ଉଭୟେ ଦିନକୁ ୫ଶହ ଟଙ୍କା ରୋଜଗାର କରୁଥିଲେ ବି ଯେତେବେଳେ ଯାହାର ଆବଶ୍ୟକ ପଡ଼େ ୫ ଶହ-୧ହଜାର ଟଙ୍କା ସାହାଯ୍ୟ କରନ୍ତି। ଏମିତିକି ମହାମାରୀ ସମୟରେ ଅନେକ କୁଷ୍ଠ ରୋଗୀ ଅସୁବିଧାରେ ଥିବାବେଳେ ଏହି ଦମ୍ପତି ଯଥା ସମ୍ଭବ ସହଯୋଗ ଯୋଗାଇଦିଅନ୍ତି। କେବଳ ସେତିକି ନୁହେଁ ନିଜ ରୋଜଗାରରେ ପୂରା ପରିବାରକୁ ପ୍ରତିପୋଷଣ କରୁଛନ୍ତି।

ଏସମ୍ପର୍କରେ ଲତା ମାଉସୀ କୁହନ୍ତି, ଗାଁରେ କଟକଣା ହେବାରୁ ଭୁବନେଶ୍ବରରେ ଆସି ଜୀବନଯାପନ କଲୁ। ନିଜେ ଖଟି ଖାଇବା ସହ ଅନ୍ୟମାନଙ୍କୁ ସହଯୋଗର ହାତ ବଢ଼ାଇଲେ ଖୁସି ଲାଗେ । ସେମାନଙ୍କ ମୁହଁରେ ଥିବା ଖୁସି ଦେଖିଲେ, ନିଜ ଜୀବନ ସାର୍ଥକ ପରି ଲାଗେ । ନିଜର ସେଭଳି କୌଣସି ସାମର୍ଥ୍ୟ ନ ଥିଲେ ବି ଅନ୍ୟମାନଙ୍କ ପାଇଁ କିଛି ସହଯୋଗର ହାତ ବଢ଼ାଉଛୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର