କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ୬ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ

The Sakala Picture
Published On

କେନ୍ଦୁଝର: ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ୬ ଶିଶୁର ଜୀବନ ।କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଶିଶୁ ବିଭାଗରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ଆଉ ଶିଶୁମାନଙ୍କ ମୃତ୍ୟୁ ପାଇଁ ଡାକ୍ତର ସମ୍ପୁର୍ଣ୍ଣ ଭାବେ ଦାୟୀ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କର ପରିବାର ଲୋକ। ଶନିବାର ରାତି ୯ଟାରୁ ପରଦିନ ୧୨ଟା ଯାଏ କୌଣସି ଡାକ୍ତର ନବଜାତକ ଆଇସିୟୁ ବିଭାଗକୁ ଦେଖିବାକୁ ଆସିନଥିଲେ । ସଠିକ୍ ସମୟରେ ଡାକ୍ତର ନଆସିଥିବାରୁ ଶିଶୁ ମାନଙ୍କୁ ସଠିକ୍ […]

କେନ୍ଦୁଝର: ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ୬ ଶିଶୁର ଜୀବନ ।କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଶିଶୁ ବିଭାଗରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ଆଉ ଶିଶୁମାନଙ୍କ ମୃତ୍ୟୁ ପାଇଁ ଡାକ୍ତର ସମ୍ପୁର୍ଣ୍ଣ ଭାବେ ଦାୟୀ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କର ପରିବାର ଲୋକ। ଶନିବାର ରାତି ୯ଟାରୁ ପରଦିନ ୧୨ଟା ଯାଏ କୌଣସି ଡାକ୍ତର ନବଜାତକ ଆଇସିୟୁ ବିଭାଗକୁ ଦେଖିବାକୁ ଆସିନଥିଲେ । ସଠିକ୍ ସମୟରେ ଡାକ୍ତର ନଆସିଥିବାରୁ ଶିଶୁ ମାନଙ୍କୁ ସଠିକ୍ ଚିକିତ୍ସା ମିଳିପାରିନଥିଲା । ଯାହାପାଇଁ ଏହି ଅଘଟଣ ଘଟିଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକେ।

ଆହୁରି ପଢ଼ନ୍ତୁ: ତାତିରେ ସିଝୁଛି ସାରା ଓଡ଼ିଶା; ଆଜି ଜାଳିବ, କାଲିଠୁ କାଳବୈଶାଖୀ

୬ ନବଜାତଶିଶୁଙ୍କ ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶିଶୁଙ୍କ ସମ୍ପର୍କୀୟମାନଙ୍କ ସହ ସାଧାରଣ ଲୋକ ମେଡିକାଲ ଭିତରକୁ ଧସେଇ ପସିବା ସହ ହଙ୍ଗାମା କରୁଥିବା ଜଣାପଡିଛି। ଶିଶୁ ମୃତ୍ୟୁ ଅଭିଯୋଗ ପରେ ଘଟଣାସ୍ଥଳରେ ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ ପହଞ୍ଚିଥିବା ବେଳେ ପୁଲିସ ପକ୍ଷରୁ ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

ଅନ୍ୟପଟେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଶିଶୁ ବିଭାଗରେ ୨ ସପ୍ତାହରେ ୧୩ ଜଣ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଡିଏମ୍‌ଓ କିଶୋର ପୃଷ୍ଟି ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେବା ପରେ ଡାକ୍ତର ପୃଷ୍ଟି ପ୍ରତିକ୍ରିୟା ଦେଇ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହା ସହିତ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ମୋଟ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ତେବେ ଏହା ପଛରେ ଡାକ୍ତରଙ୍କ ଅବହେଳା ଅଭିଯୋଗକୁ ସେ ସ୍ୱୀକାର କରି ନାହାନ୍ତି। ଏନେଇ ତଦନ୍ତ ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ସିଆର୍‌ଏଫ୍‌ଏମ୍‌ ଯୋଜନା ବାଟବଣା: ସାରା ରାଜ୍ୟରେ ଦୁର୍ନୀତିର ପାହାଡ଼

18 Sep 2022 By The Sakala

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ୬ ନବଜାତ ଶିଶୁଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦୁଝର: ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ୬ ଶିଶୁର ଜୀବନ ।କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଶିଶୁ ବିଭାଗରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ଆଉ ଶିଶୁମାନଙ୍କ ମୃତ୍ୟୁ ପାଇଁ ଡାକ୍ତର ସମ୍ପୁର୍ଣ୍ଣ ଭାବେ ଦାୟୀ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କର ପରିବାର ଲୋକ। ଶନିବାର ରାତି ୯ଟାରୁ ପରଦିନ ୧୨ଟା ଯାଏ କୌଣସି ଡାକ୍ତର ନବଜାତକ ଆଇସିୟୁ ବିଭାଗକୁ ଦେଖିବାକୁ ଆସିନଥିଲେ । ସଠିକ୍ ସମୟରେ ଡାକ୍ତର ନଆସିଥିବାରୁ ଶିଶୁ ମାନଙ୍କୁ ସଠିକ୍ ଚିକିତ୍ସା ମିଳିପାରିନଥିଲା । ଯାହାପାଇଁ ଏହି ଅଘଟଣ ଘଟିଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକେ।

୬ ନବଜାତଶିଶୁଙ୍କ ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶିଶୁଙ୍କ ସମ୍ପର୍କୀୟମାନଙ୍କ ସହ ସାଧାରଣ ଲୋକ ମେଡିକାଲ ଭିତରକୁ ଧସେଇ ପସିବା ସହ ହଙ୍ଗାମା କରୁଥିବା ଜଣାପଡିଛି। ଶିଶୁ ମୃତ୍ୟୁ ଅଭିଯୋଗ ପରେ ଘଟଣାସ୍ଥଳରେ ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ ପହଞ୍ଚିଥିବା ବେଳେ ପୁଲିସ ପକ୍ଷରୁ ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଶିଶୁ ବିଭାଗରେ ୨ ସପ୍ତାହରେ ୧୩ ଜଣ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଡିଏମ୍‌ଓ କିଶୋର ପୃଷ୍ଟି ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେବା ପରେ ଡାକ୍ତର ପୃଷ୍ଟି ପ୍ରତିକ୍ରିୟା ଦେଇ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହା ସହିତ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ମୋଟ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ତେବେ ଏହା ପଛରେ ଡାକ୍ତରଙ୍କ ଅବହେଳା ଅଭିଯୋଗକୁ ସେ ସ୍ୱୀକାର କରି ନାହାନ୍ତି। ଏନେଇ ତଦନ୍ତ ହେବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର