ପିଆରଏମ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟଙ୍କ ବିରୋଧରେ ସଂଘାତିକ ଅଭିଯୋଗ

The Sakala Picture
Published On

ବାରିପଦା: ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ଡାକ୍ତର ରିତାଞ୍ଜଳି ବେହେରାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଡେମୋ କ୍ଲାସ ପାଇଁ ବିନା ଅନୁମତିରେ ମହିଳାଙ୍କୁ ଉଲଗ୍ନ କରୁଥିବା ନେଇ ଅଭିଯୋଗ କରିଛନ୍ତି ରୋଗୀଙ୍କ ପରିବାର ଲୋକେ। ଜୈନିକା ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ପ୍ରସବ ହେବା ପରେ ସୋମବାର ପରିବାରଙ୍କ […]

ବାରିପଦା: ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ଡାକ୍ତର ରିତାଞ୍ଜଳି ବେହେରାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଡେମୋ କ୍ଲାସ ପାଇଁ ବିନା ଅନୁମତିରେ ମହିଳାଙ୍କୁ ଉଲଗ୍ନ କରୁଥିବା ନେଇ ଅଭିଯୋଗ କରିଛନ୍ତି ରୋଗୀଙ୍କ ପରିବାର ଲୋକେ। ଜୈନିକା ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ପ୍ରସବ ହେବା ପରେ ସୋମବାର ପରିବାରଙ୍କ ବିନା ଅନୁମତିରେ ତାଙ୍କୁ ଉଲଗ୍ନ କରି ବିଭାଗ ମୁଖ୍ୟ ଡେମୋ କ୍ଲାସ କରିଛନ୍ତି ବୋଲି ପ୍ରସୂତିଙ୍କ ପରିବାର ଅଭିଯୋଗ କରିଛନ୍ତି। ଏନେଇ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଡା ରବୀନ୍ଦ୍ର କୁମାର ମିଶ୍ରଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ସମ୍ପୃକ୍ତ ପ୍ରସୂତିଙ୍କ ପରିବାର। ଡାକ୍ତର ରିତାଞ୍ଜଳିଙ୍କ ବିରୁଦ୍ଧରେ ଥାନାରେ ଆଇନ ଅନୁଯାୟୀ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ପ୍ରସୂତିଙ୍କ ପରିବାର। ସେପଟେ ଅଭିଯୋଗକୁ ମିଥ୍ୟା କହି ଖଣ୍ଡନ କରିଛନ୍ତି ଡାକ୍ତର ରିତାଞ୍ଜଳି ବେହେରା।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର