ସବୁ ଥାନା ଅଧିକାରୀଙ୍କୁ ଡିସିପିଙ୍କ ନିର୍ଦ୍ଦେଶ , ପାତାଳରେ ଥିଲେ ବି ନିଖୋଜ ଶିଶୁଙ୍କୁ ଉଦ୍ଧାର କର

The Sakala Picture
Published On

ଭୁବନେଶ୍ୱର ରାଜଧାନୀରେ ନିଖୋଜ ହେଉଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ବିଭିନ୍ନ ସମୟରେ ଅନେକ ଅପରେସନ୍‍ କରୁଛି। କିନ୍ତୁ ଏହି ସବୁ ଅପରେସନ୍‍ ରାଜଧାନୀରେ ଫେଲ୍‍ ମାରିଥିବା ଦେଖିବାକୁ ମିଳୁଛି। କାରଣ ବିିଗତ ୧୦ ବର୍ଷରେ ରାଜଧାନୀରେ ନିଖୋଜ ହୋଇଥିବା ୧ହଜାର ୫୪୯ ଜଣ ଶିଶୁଙ୍କ ପତ୍ତା ମିଳୁନି। ଏନେଇ ଗତ ଏପ୍ରିଲ ୨୪ରେ ‘ସକାଳ’ ଖବର କାଗଜରେ ‘ରାଜଧାନୀରେ ମୁସ୍କାନ ଫେଲ୍‍’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପୁଲିସ ତତ୍ପରତା ଦେଖାଇଛି। ତେଣୁ […]

ଭୁବନେଶ୍ୱର ରାଜଧାନୀରେ ନିଖୋଜ ହେଉଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ବିଭିନ୍ନ ସମୟରେ ଅନେକ ଅପରେସନ୍‍ କରୁଛି। କିନ୍ତୁ ଏହି ସବୁ ଅପରେସନ୍‍ ରାଜଧାନୀରେ ଫେଲ୍‍ ମାରିଥିବା ଦେଖିବାକୁ ମିଳୁଛି। କାରଣ ବିିଗତ ୧୦ ବର୍ଷରେ ରାଜଧାନୀରେ ନିଖୋଜ ହୋଇଥିବା ୧ହଜାର ୫୪୯ ଜଣ ଶିଶୁଙ୍କ ପତ୍ତା ମିଳୁନି। ଏନେଇ ଗତ ଏପ୍ରିଲ ୨୪ରେ ‘ସକାଳ’ ଖବର କାଗଜରେ ‘ରାଜଧାନୀରେ ମୁସ୍କାନ ଫେଲ୍‍’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପୁଲିସ ତତ୍ପରତା ଦେଖାଇଛି। ତେଣୁ ଏହି ନିଖୋଜ ଶିଶୁ ପାତାଳରେ ଥିଲେ ବି ଖୋଜି ଆଣିବାକୁ ଡିସିପି ଉମାଶଙ୍କର ଦାଶ ରାଜଧାନୀର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଯେଉଁ ଅଧିକାରୀ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ଫେଲ୍‍ ମାରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ। ତେଣୁ ପୁରୁଣା ଫାଇଲ୍‍ ଖୋଲି ଏହି ନିଖୋଜ ମାମଲାକୁ ତଦନ୍ତ କରିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଲକ୍‍ଡାଉନ ସମୟରେ ଥାନାର ଗାଡ଼ି ନେଇ ନିଖୋଜ ଶିଶୁଙ୍କ ଉଦ୍ଧାର କରିବାକୁ କୁହାଯାଇଛି। ନିଖୋଜ ଶିଶୁଙ୍କ ଉଦ୍ଧାର କରିବା ପାଇଁ ଏକ ଅପରେସନ୍‍ କରିବା ପାଇଁ ଡିସିପି କହିଛନ୍ତି।
୧୦ ବର୍ଷରେ ୧,୫୪୯ ଶିଶୁଙ୍କ ପତ୍ତା ମିଳୁନି
ଗତ ୧୦ ବର୍ଷରେ ରାଜଧାନୀରେ ୪ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଯାଇଥିବା ନେଇ ୨୨ଟି ଥାନାରେ ରିପୋର୍ଟ ହୋଇଥିଲା। ସେଥିରୁ ପୁଲିସ ୨ହଜାର ୮୮୯ ଜଣ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। କିନ୍ତୁ ବାକି ୧ହଜାର ୫୪୯ ଶିଶୁଙ୍କ ପତ୍ତା ଏପର୍ଯ୍ୟନ୍ତ ପୁଲିସ ପାଇପାରି ନାହିଁ। ସୂଚନା ଅଧିକାର ତଥ୍ୟ ଅନୁସାରେ ଖଣ୍ଡଗିରି ଥାନା ଅଞ୍ଚଳରୁ ୧୦ ବର୍ଷରେ ୭୨୦ ଶିଶୁ ନିଖୋଜ ହୋଇଥିବା ବେଳେ ମାତ୍ର ୫୧୦ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଜଟଣୀ ଥାନାରେ ୬୦୧ ନିଖୋଜ ହୋଇଥିବା ନେଇ ରିପୋର୍ଟ ହୋଇଥିବା ବେଳେ ୩୪୮ ଶିଶୁ ଉଦ୍ଧାର କରାଯାଇଥିଲା। ଏୟାରପୋର୍ଟ ଥାନାରେ ୧୮ଜଣ ଶିଶୁ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ୫ଜଣଙ୍କୁ ଉଦ୍ଧାର କରାଯାଇଥିଲା। ମଞ୍ଚେଶ୍ୱର ଥାନାରେ ୬୬୪ଟି ନିଖୋଜ ରିପୋର୍ଟ ହୋଇଥିବା ବେଳେ ୩୭୨ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଇନ୍‍ଫୋସିଟି ଥାନାରେ ୮ଜଣ ଶିଶୁଙ୍କ ପତ୍ତା ପୁଲିସ ଏପର୍ଯ୍ୟନ୍ତ ପାଇନି। ନୂଆପଲ୍ଲୀ ଥାନା ପୁଲିସ ୯ଜଣ ନିଖୋଜ ଶିଶୁଙ୍କ ପତ୍ତା ପାଇନି। ଖାରବେଳନଗର ଥାନା ୭ଜଣ, ଲିଙ୍ଗରାଜ ୩୩, ଲକ୍ଷ୍ମୀସାଗର ଥାନା ୧୫, ମହିଳା ଥାନା ପୁଲିସ ୯ଜଣ, ଚନ୍ଦ୍ରଶେଖପୁର ଥାନା ପୁଲିସ ୭୦ ଜଣ ନିଖୋଜ ଶିଶୁଙ୍କ ପତ୍ତା ପାଇନି। ସହିଦନଗର ଥାନା ପୁଲିସ ୧୬୫ ଜଣ, ଧଉଳି ଥାନା ୩୧ ଜଣ, ବାଲିଅନ୍ତା ୮୦ ଜଣ, ବାଲିପାଟଣା ୯୧, ଚନ୍ଦକା ଥାନା ୬୮ ଜଣ ତମାଣ୍ଡୋ ଥାନା ୮୪, ନନ୍ଦନକାନନ ୨୦ ଜଣ,ଏୟାରଫିଲ୍ଡ ୭୫ ଜଣ ଜଣ ନିଖୋଜ ଶିଶୁ ଉଦ୍ଧାର ହୋଇପାରି ନାହାନ୍ତି।

31 May 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର