ମିଶନ ଶକ୍ତି ସଚିବଙ୍କୁ ଭେଟିଲେ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟର ମହିଳା

The Sakala Picture
Published On

ଭୁବନେଶ୍ୱର: ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଭେଟିଲେ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟର ମହିଳା । ମିଶନ ଶକ୍ତି ଦେଶରେ ଉଦାହରଣ ସୃଷ୍ଟି କରିଛି । ମିଶନ ଶକ୍ତିର ମହିଳାମାନେ ସମାଜର ବିକାଶ ଦିଗରେ ପ୍ରମୁଖ ଭୂମିକା ନେଉଛନ୍ତି । ମିଶନ ଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ସାମାଜିକ, ଅର୍ଥନୈତିକ ଓ ମାନସିକ କ୍ଷେତ୍ରରେ ମହିଳାଙ୍କୁ ଆଗକୁ ନେବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ବହୁତ ଗୁରୁତ୍ୱପୂର୍ଣ ଭୂମିକା […]

ଭୁବନେଶ୍ୱର: ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଭେଟିଲେ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟର ମହିଳା । ମିଶନ ଶକ୍ତି ଦେଶରେ ଉଦାହରଣ ସୃଷ୍ଟି କରିଛି । ମିଶନ ଶକ୍ତିର ମହିଳାମାନେ ସମାଜର ବିକାଶ ଦିଗରେ ପ୍ରମୁଖ ଭୂମିକା ନେଉଛନ୍ତି । ମିଶନ ଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ସାମାଜିକ, ଅର୍ଥନୈତିକ ଓ ମାନସିକ କ୍ଷେତ୍ରରେ ମହିଳାଙ୍କୁ ଆଗକୁ ନେବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ବହୁତ ଗୁରୁତ୍ୱପୂର୍ଣ ଭୂମିକା ରହିଛି। ସେମାନଙ୍କର ଦାବିକୁ ନେଇ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟର ସଦସ୍ୟମାନେ ମିଶନ ଶକ୍ତି ସଚିବଙ୍କ ସହ ଲୋକସେବା ଭବନରେ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟ ଅଧ୍ୟକ୍ଷ ସୁବାସ ସିଂଙ୍କ ନେତୃତ୍ୱରେ ଦାବି ଉପସ୍ଥାପନ କରିବା ସହ ଏନେଇ ବିଚାର କରିବାକୁ ଅନୁରୋଧ କରିଛନ୍ତି । ସ୍ଥାୟୀ ନିଯୁକ୍ତି, ପାରିଶ୍ରମିକ ଓ ଗସ୍ତ ଖର୍ଚ୍ଚ ବୃଦ୍ଧି, ଋଣ ପରିମାଣ ବୃଦ୍ଧି, ଆକାଉଣ୍ଟ ପେମେଣ୍ଟ, ଇଏସଆଇ ଓ ଚିକିତ୍ସା ଭିତ୍ତିକ ଛୁଟି ମଞ୍ଜୁର, ଆଇକାର୍ଡ ଓ ଡ୍ରେସକୋଡ୍ ଭଳି ଦାବି ପ୍ରମୁଖ ଦାବି ରଖିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଦାବି ନେଇ ନିଷ୍ପତ୍ତି ନିଆଯିବ ବୋଲି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପ୍ରତିଶ୍ରୁତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର