ନବୀନଙ୍କୁ ଭେଟିଲେ ଅଖିଳେଶ

ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟ ଦେଖାଯାଉଛି

Sakala Desk Picture
Published On

ଓଡ଼ିଶା ଗସ୍ତରେ ଥିବା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ସୌଜନ୍ୟମୂଳକ ସାକ୍ଷାତ ବେଳେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ସାକ୍ଷାତ ସମ୍ପର୍କରେ ନବୀନ ନିଜ ଏକ୍ସରେ ଉଲ୍ଲେଖ କରିବା ସହ ଅଖିଳେଶଙ୍କୁ ଭେଟି ଖୁସି ଲାଗିଲା ବୋଲି କହିଛନ୍ତି। ଅନେକ ସମସାମୟିିକ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି ବୋଲି ନବୀନ କହିବା ସହ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଅଖିଳେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅଖିଳେଶ ଯାଦବ କହିଛନ୍ତି ଯେ ନବୀନ ପଟ୍ଟନାୟକ ଜଣେ ବରିଷ୍ଠ ନେତା। ଓଡ଼ିଶାର ବିକାଶରେ ନବୀନ ପଟ୍ଟନାୟକ ଓ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ବହୁତ ବଡ଼ ଅବଦାନ ରହିଛି। ବିଶେଷକରି ଗରିବଙ୍କ ସମ୍ମାନ ଓ ଓଡ଼ିଶାର ଉନ୍ନତି ପାଇଁ ସେ ଯେଉଁ ବିକାଶ କରିଛନ୍ତି, ତାହା ସ୍ପଷ୍ଟ ଭାବେ ଦେଖାଯାଉଛି। ସାଧାରଣଲୋକଙ୍କ ଜୀବନଧାରା ବଦଳାଇବା ପାଇଁ ନବୀନ ବାବୁ ଚେଷ୍ଟା କରିଛନ୍ତି। ଲୋକଙ୍କ ଜୀବନଧାରା କିପରି ବଦଳିବ ଓ ସେମାନେ ସମ୍ମାନର ସହ ବଞ୍ଚିବେ, ସେନେଇ ସରକାରରେ ରହି ନବୀନ ପଟ୍ଟନାୟକ କାର୍ଯ୍ୟ କରିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ରହିଥିଲା। ମୋ ପିତା  ନବୀନ ବାବୁଙ୍କ ପିତାଙ୍କ ସହ ମିଶି କାମ କରିଛନ୍ତି। ଆଜି ଆମେ ଦୁଇ ଜଣ ବିଜେପି ବିରୋଧରେ ଲଢେ଼ଇ କରୁଛୁ।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ରାଜ୍ୟର ଅନେକ ଦିନ ପର୍ଯ୍ୟନ୍ତ ଶାସନରେ ରହି ସେ ଲୋକଙ୍କ ସହ ସେବା କରିଛନ୍ତି। ନବୀନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ମୋ ସହ ଭଲଭାବେ ବସି କଥା ହେଲେ ବୋଲି ଅଖିଳେଶ କହିଛନ୍ତି। ଅଖିଳେଶ ଯାଦବ ଶୁକ୍ରବାର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପି ସରକାର ଉପରେ ବର୍ଷିଥିଲେ। ବିଜେପି ଯେଉଁଠାରେ ଦୁର୍ବଳ ହେଉଛି ଓ ନିଜର ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପାଳନ କରି ପାରୁନାହିଁ, ସେଠାରେ ସେମାନେ ସାମ୍ପ୍ରଦାୟିକ ରାସ୍ତା ଆପଣାଉଛନ୍ତି ବୋଲି ଅଖିଳେଶ କହିଥିଲେ। ସମାଜବାଦୀ ପାର୍ଟି ବିଭାଜନ ରାଜନୀତି କରେ ନାହିଁ। ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରେ। ବିଭାଜନ ରାଜନୀତିର ଅନ୍ତ ହେବା ଦରକାର ବୋଲି ଅଖିଳେଶ କହିଛନ୍ତି।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

17 Jan 2026 By Sakala Desk

ନବୀନଙ୍କୁ ଭେଟିଲେ ଅଖିଳେଶ

ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟ ଦେଖାଯାଉଛି

ଓଡ଼ିଶା ଗସ୍ତରେ ଥିବା ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ସୌଜନ୍ୟମୂଳକ ସାକ୍ଷାତ ବେଳେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ସାକ୍ଷାତ ସମ୍ପର୍କରେ ନବୀନ ନିଜ ଏକ୍ସରେ ଉଲ୍ଲେଖ କରିବା ସହ ଅଖିଳେଶଙ୍କୁ ଭେଟି ଖୁସି ଲାଗିଲା ବୋଲି କହିଛନ୍ତି। ଅନେକ ସମସାମୟିିକ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି ବୋଲି ନବୀନ କହିବା ସହ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଅଖିଳେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅଖିଳେଶ ଯାଦବ କହିଛନ୍ତି ଯେ ନବୀନ ପଟ୍ଟନାୟକ ଜଣେ ବରିଷ୍ଠ ନେତା। ଓଡ଼ିଶାର ବିକାଶରେ ନବୀନ ପଟ୍ଟନାୟକ ଓ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ବହୁତ ବଡ଼ ଅବଦାନ ରହିଛି। ବିଶେଷକରି ଗରିବଙ୍କ ସମ୍ମାନ ଓ ଓଡ଼ିଶାର ଉନ୍ନତି ପାଇଁ ସେ ଯେଉଁ ବିକାଶ କରିଛନ୍ତି, ତାହା ସ୍ପଷ୍ଟ ଭାବେ ଦେଖାଯାଉଛି। ସାଧାରଣଲୋକଙ୍କ ଜୀବନଧାରା ବଦଳାଇବା ପାଇଁ ନବୀନ ବାବୁ ଚେଷ୍ଟା କରିଛନ୍ତି। ଲୋକଙ୍କ ଜୀବନଧାରା କିପରି ବଦଳିବ ଓ ସେମାନେ ସମ୍ମାନର ସହ ବଞ୍ଚିବେ, ସେନେଇ ସରକାରରେ ରହି ନବୀନ ପଟ୍ଟନାୟକ କାର୍ଯ୍ୟ କରିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ରହିଥିଲା। ମୋ ପିତା  ନବୀନ ବାବୁଙ୍କ ପିତାଙ୍କ ସହ ମିଶି କାମ କରିଛନ୍ତି। ଆଜି ଆମେ ଦୁଇ ଜଣ ବିଜେପି ବିରୋଧରେ ଲଢେ଼ଇ କରୁଛୁ।

ରାଜ୍ୟର ଅନେକ ଦିନ ପର୍ଯ୍ୟନ୍ତ ଶାସନରେ ରହି ସେ ଲୋକଙ୍କ ସହ ସେବା କରିଛନ୍ତି। ନବୀନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ମୋ ସହ ଭଲଭାବେ ବସି କଥା ହେଲେ ବୋଲି ଅଖିଳେଶ କହିଛନ୍ତି। ଅଖିଳେଶ ଯାଦବ ଶୁକ୍ରବାର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେପି ସରକାର ଉପରେ ବର୍ଷିଥିଲେ। ବିଜେପି ଯେଉଁଠାରେ ଦୁର୍ବଳ ହେଉଛି ଓ ନିଜର ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପାଳନ କରି ପାରୁନାହିଁ, ସେଠାରେ ସେମାନେ ସାମ୍ପ୍ରଦାୟିକ ରାସ୍ତା ଆପଣାଉଛନ୍ତି ବୋଲି ଅଖିଳେଶ କହିଥିଲେ। ସମାଜବାଦୀ ପାର୍ଟି ବିଭାଜନ ରାଜନୀତି କରେ ନାହିଁ। ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରେ। ବିଭାଜନ ରାଜନୀତିର ଅନ୍ତ ହେବା ଦରକାର ବୋଲି ଅଖିଳେଶ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର