ମନୋରଞ୍ଜନ
ଓଡ଼ିଶା
ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣା: ୭ ଦିନ ପାଇଁ ସ୍କୁଲ୍ ଛୁଟି
ଖୋର୍ଦ୍ଧା: ନବୋଦୟ ବିଦ୍ୟାଳୟ ଦଣ୍ଡିସ ସଂକ୍ରମିତ ଘଟଣା। ୭ଦିନ ପାଇଁ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଛୁଟି ଘୋଷଣା । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଅଧ୍ୟକ୍ଷ । ଅଭିଭାବକଙ୍କୁ ନିଜ ପିଲାମାନଙ୍କୁ ସ୍କୁଲରୁ ନେଇଯିବାକୁ ନୋଟିସ । ନବୋଦୟ ବିଦ୍ୟାଳୟ ସମିତି କମିଶନରଙ୍କ ନେତୃତ୍ୱରେ ଟିମ୍ ପହଞ୍ଚି ସ୍ଥିତି ପରଖିଲେ। କେମିତି କେଉଁ ପରିସ୍ଥିତିରେ ରୋଗ ବଢିଲା ସେ ନେଇ ଯାଞ୍ଚ କରିଥିଲା ଟିମ୍ । ଏହାପରେ ଟିମ୍ ନିଷ୍ପତ୍ତି ନେଇଛି । ଗତ କିଛିଦିନ ଧରି ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ରୋଗକୁ ନେଇ ଆତଙ୍କ ଖେଳିଯାଇଛି । ବିଦ୍ୟାଳୟର ପ୍ରାୟ ୫୦ରୁ ଅଧିକ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଜନସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ବିଦ୍ୟାଳୟକୁ ଗସ୍ତ କରିଥିଲେ । ସ୍ଥିତି ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ବି ନେଇଥିଲେ ।





