ଇନଷ୍ଟାଗ୍ରାମରେ କ୍ରୀଡ଼ାପ୍ରେମୀଙ୍କ ସହ 5T ସଚିବଙ୍କ ଲାଇଭ ବିଚାରବିମର୍ଶ, ହକି ବିଶ୍ବକପ୍‌ ଉପରେ ବିଭିନ୍ନ ପ୍ରଶ୍ନର ଦେଲେ ଉତ୍ତର

The Sakala Picture
Published On

ଭୁବନେଶ୍ବର :  ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ଆସନ୍ତା ମାସ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ। ଚଳିତ ଥର ଭୁବନେଶ୍ବର ସମେତ ରାଉରକେଲାରେ ହକି ବିଶ୍ବକପ୍‌ ଖେଳାଯିବ। କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମୋଟ ୪୪ଟି ମ୍ୟାଚ ଯେଉଁଥିରେ ରାଉରକେଲାରେ ୨୦ ଓ ଭୁବନେଶ୍ବରରେ ୨୪ଟି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଲଗାତର ଦ୍ବିତୀୟ ଥର ପାଇଁ ଓଡିଶା ହକି ବିଶ୍ବକପ୍‌ ଆୟୋଜନ କରୁଥିବା ବେଳେ […]

ଭୁବନେଶ୍ବର :  ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ଆସନ୍ତା ମାସ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ। ଚଳିତ ଥର ଭୁବନେଶ୍ବର ସମେତ ରାଉରକେଲାରେ ହକି ବିଶ୍ବକପ୍‌ ଖେଳାଯିବ। କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମୋଟ ୪୪ଟି ମ୍ୟାଚ ଯେଉଁଥିରେ ରାଉରକେଲାରେ ୨୦ ଓ ଭୁବନେଶ୍ବରରେ ୨୪ଟି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଲଗାତର ଦ୍ବିତୀୟ ଥର ପାଇଁ ଓଡିଶା ହକି ବିଶ୍ବକପ୍‌ ଆୟୋଜନ କରୁଥିବା ବେଳେ ଏହାକୁ ନେଇ ସାରା ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି। ହକି ବିଶ୍ବକପ୍‌ ପାଇଁ ଅନ୍‌ଲାଇନ ଟିକେଟ ବ୍ରିକି ସରିଥିବା ବେଳେ ଆଜିଠୁ ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଅଫଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି। ତେବେ ଟିକେଟ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଟିକେଟ କାଉଣ୍ଟର ଦିନ ୧୧ଟାରେ ଖୋଲୁଥିବା ବେଳେ କ୍ରୀଡ଼ାପ୍ରେମୀ ଭୋର ୫ଟାରୁ ଲାଇନ୍‌ରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଚଳିତ ହକି ବିଶ୍ବକପ୍‌କୁ ପୂର୍ବ ଅପେକ୍ଷା ଅଧିକ ରୋମାଞ୍ଚକର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ଆଜି ସନ୍ଧ୍ୟା ୭ଟାରେ ଇନଷ୍ଟାଗ୍ରାମରେ ଲାଇଭ ଆସି ୫ଟି ସଚିବ ଭିକେ ପାଣ୍ଡିଆନ ହକି ବିଶ୍ୱକପ୍ ୨୦୨୩ ଉପରେ ଦର୍ଶକଙ୍କ ସହ ଯୋଗାଯୋଗ କରିବା ସହ ଆଗାମୀ ମେଗା ଇଭେଣ୍ଟ ବିଷୟରେ ମୂଲ୍ୟବାନ ପରାମର୍ଶ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ହକି ବିଶ୍ୱକପ୍ ନେଇ ୫-ଟି ସଚିବ ଭି. କେ ପାଣ୍ଡିଆନ ଦର୍ଶକଙ୍କ ସହ ଲାଇଭ ବିଚାରବିମର୍ଶ କରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମରୁ ଇନଷ୍ଟାଗ୍ରାମରେ ଲାଇଭ ଆସି ବିଶ୍ୱକପ୍ ପ୍ରସ୍ତୁତି ସମ୍ପର୍କିତ ସୂଚନା ଦେଇଛନ୍ତି ୫-ଟି ସଚିବ । ସେ କହିଛନ୍ତି, ହକି ବିଶ୍ୱକପ୍ ଓଡ଼ିଶାର ୨ଟି ସହରରେ ଆୟୋଜିତ ହେଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଡାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବ । କ୍ରୀଡାରେ ନିବେଶ ହେଉଛି ଯୁବବର୍ଗଙ୍କ ଉପରେ ନିବେଶ । କ୍ରୀଡ଼ାରେ ନିବେଶ କରିବା ଅର୍ଥ ଯୁବବର୍ଗଙ୍କୁ ଉତ୍ସାହିତ କରିବା ବୋଲି ସେ କହିଛନ୍ତି।

ବିଶ୍ୱରେ କ୍ରୀଡାବିତଙ୍କ ସବୁବେଳେ ସମ୍ମାନ ରହିଆସିଛି । କ୍ରୀଡ଼ାରେ ନିବେଶ ରାଜ୍ୟକୁ ସଫଳତା ଦେଇଛି ବୋଲି କହିଛନ୍ତି ୫-ଟି ସଚିବ । ଅଲିମ୍ପିକ୍ସରେ ପ୍ରଥମ ଗୋଲ୍ଡ ମେଡାଲ ଜିତିଥିଲା ଭାରତୀୟ ଦଳ । ହକି ବିଶ୍ୱକପରେ ଭାରତ ମେଡାଲ ଆଣୁ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ରହିଛି । ଦେଶରେ ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର କାର୍ଯ୍ୟ କରୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଡିସେମ୍ବର ୨୪ରୁ ହକି ଟ୍ରଫି ଟୁର ୩୦ ଜିଲ୍ଲାରେ ହେବ । ରାଜ୍ୟର ସମସ୍ତ ମହାନଗରରେ ବିଶ୍ୱକପ ହକି ପାଇଁ ଉତ୍ସବ ଆୟୋଜନ ହେବ । ସ୍ୱାଧିନତା ସଂଗ୍ରାମ ସହ ହକିର ନିବିଡ଼ ସମ୍ପର୍କ ରହିଛି ।

ବିଜୁବାବୁଙ୍କ ହକି ପ୍ରେମ ନେଇ ସ୍ମୃତିଚାରଣ କରିଛନ୍ତି ଭିକେ ପାଣ୍ଡିଆନ । ଏ ମାଟିରୁ ଭାରତ ହକି ବିଶ୍ୱକପ୍ ଜିତୁ, ଶ୍ରୀଜିଉଙ୍କ ନିକଟରେ ସେ ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି ୫-ଟି ସଚିବ । ହକି ପାଇଁ ୩୦ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କୋଚିଂ ଦିଆଯିବ । ଆପଣମାନଙ୍କ ଚିୟରଅପ୍ ମୁଁ ଏବେଠୁ ଶୁଣିପାରୁଛି । ହକି ପ୍ରଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ସୁବିଧା ସରକାର ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଯେ ଜଣେ ଓଡ଼ିଆ ଅଲିମ୍ପିକରେ ପଦକ ହାସଲ କରନ୍ତୁ । ସେହି ସମାରୋହରେ ଓଡ଼ିଆ କ୍ରିଡାବିତ୍‌ଙ୍କ ପାଇଁ ଭାରତର ଜାତୀୟ ସଂଗୀତ ଗାନ ହେବ। ଯାହା ଶୁଣିବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ।

ସେ କହିଛନ୍ତି ଯେ, ରାଜ୍ୟର ସ୍କୁଲ କଲେଜଗୁଡ଼ିକରେ ହକି ପାଇଁ ପ୍ରଶିକ୍ଷଣ ଦିଆଯିବ । ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଏହି ବିଶ୍ୱକପ୍ ଲୋକଙ୍କ ଦ୍ୱାରା ହେଉ । ପ୍ରତି ଜିଲ୍ଲାର ଗୋଟିଏ ହାଇସ୍କୁଲରେ ଏହି ସୁବିଧା ଯୋଗାଇ ଦିଆଯାଉଛି । ଆଶା ଯେ ଚଳିତଥର ଭାରତ ହକି ବିଶ୍ୱକପ୍ ନିଶ୍ଚୟ ଜିତିବ ବୋଲି କହିଛନ୍ତି ୫-ଟି ସଚିବ ।

19 Dec 2022 By The Sakala

ଇନଷ୍ଟାଗ୍ରାମରେ କ୍ରୀଡ଼ାପ୍ରେମୀଙ୍କ ସହ 5T ସଚିବଙ୍କ ଲାଇଭ ବିଚାରବିମର୍ଶ, ହକି ବିଶ୍ବକପ୍‌ ଉପରେ ବିଭିନ୍ନ ପ୍ରଶ୍ନର ଦେଲେ ଉତ୍ତର

ଭୁବନେଶ୍ବର :  ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ଆସନ୍ତା ମାସ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ। ଚଳିତ ଥର ଭୁବନେଶ୍ବର ସମେତ ରାଉରକେଲାରେ ହକି ବିଶ୍ବକପ୍‌ ଖେଳାଯିବ। କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମୋଟ ୪୪ଟି ମ୍ୟାଚ ଯେଉଁଥିରେ ରାଉରକେଲାରେ ୨୦ ଓ ଭୁବନେଶ୍ବରରେ ୨୪ଟି ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ଲଗାତର ଦ୍ବିତୀୟ ଥର ପାଇଁ ଓଡିଶା ହକି ବିଶ୍ବକପ୍‌ ଆୟୋଜନ କରୁଥିବା ବେଳେ ଏହାକୁ ନେଇ ସାରା ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି। ହକି ବିଶ୍ବକପ୍‌ ପାଇଁ ଅନ୍‌ଲାଇନ ଟିକେଟ ବ୍ରିକି ସରିଥିବା ବେଳେ ଆଜିଠୁ ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଅଫଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି। ତେବେ ଟିକେଟ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଟିକେଟ କାଉଣ୍ଟର ଦିନ ୧୧ଟାରେ ଖୋଲୁଥିବା ବେଳେ କ୍ରୀଡ଼ାପ୍ରେମୀ ଭୋର ୫ଟାରୁ ଲାଇନ୍‌ରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।

ଚଳିତ ହକି ବିଶ୍ବକପ୍‌କୁ ପୂର୍ବ ଅପେକ୍ଷା ଅଧିକ ରୋମାଞ୍ଚକର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ଆଜି ସନ୍ଧ୍ୟା ୭ଟାରେ ଇନଷ୍ଟାଗ୍ରାମରେ ଲାଇଭ ଆସି ୫ଟି ସଚିବ ଭିକେ ପାଣ୍ଡିଆନ ହକି ବିଶ୍ୱକପ୍ ୨୦୨୩ ଉପରେ ଦର୍ଶକଙ୍କ ସହ ଯୋଗାଯୋଗ କରିବା ସହ ଆଗାମୀ ମେଗା ଇଭେଣ୍ଟ ବିଷୟରେ ମୂଲ୍ୟବାନ ପରାମର୍ଶ ନେଇଛନ୍ତି।

ହକି ବିଶ୍ୱକପ୍ ନେଇ ୫-ଟି ସଚିବ ଭି. କେ ପାଣ୍ଡିଆନ ଦର୍ଶକଙ୍କ ସହ ଲାଇଭ ବିଚାରବିମର୍ଶ କରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମରୁ ଇନଷ୍ଟାଗ୍ରାମରେ ଲାଇଭ ଆସି ବିଶ୍ୱକପ୍ ପ୍ରସ୍ତୁତି ସମ୍ପର୍କିତ ସୂଚନା ଦେଇଛନ୍ତି ୫-ଟି ସଚିବ । ସେ କହିଛନ୍ତି, ହକି ବିଶ୍ୱକପ୍ ଓଡ଼ିଶାର ୨ଟି ସହରରେ ଆୟୋଜିତ ହେଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଡାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବ । କ୍ରୀଡାରେ ନିବେଶ ହେଉଛି ଯୁବବର୍ଗଙ୍କ ଉପରେ ନିବେଶ । କ୍ରୀଡ଼ାରେ ନିବେଶ କରିବା ଅର୍ଥ ଯୁବବର୍ଗଙ୍କୁ ଉତ୍ସାହିତ କରିବା ବୋଲି ସେ କହିଛନ୍ତି।

ବିଶ୍ୱରେ କ୍ରୀଡାବିତଙ୍କ ସବୁବେଳେ ସମ୍ମାନ ରହିଆସିଛି । କ୍ରୀଡ଼ାରେ ନିବେଶ ରାଜ୍ୟକୁ ସଫଳତା ଦେଇଛି ବୋଲି କହିଛନ୍ତି ୫-ଟି ସଚିବ । ଅଲିମ୍ପିକ୍ସରେ ପ୍ରଥମ ଗୋଲ୍ଡ ମେଡାଲ ଜିତିଥିଲା ଭାରତୀୟ ଦଳ । ହକି ବିଶ୍ୱକପରେ ଭାରତ ମେଡାଲ ଆଣୁ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ରହିଛି । ଦେଶରେ ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର କାର୍ଯ୍ୟ କରୁଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଡିସେମ୍ବର ୨୪ରୁ ହକି ଟ୍ରଫି ଟୁର ୩୦ ଜିଲ୍ଲାରେ ହେବ । ରାଜ୍ୟର ସମସ୍ତ ମହାନଗରରେ ବିଶ୍ୱକପ ହକି ପାଇଁ ଉତ୍ସବ ଆୟୋଜନ ହେବ । ସ୍ୱାଧିନତା ସଂଗ୍ରାମ ସହ ହକିର ନିବିଡ଼ ସମ୍ପର୍କ ରହିଛି ।

ବିଜୁବାବୁଙ୍କ ହକି ପ୍ରେମ ନେଇ ସ୍ମୃତିଚାରଣ କରିଛନ୍ତି ଭିକେ ପାଣ୍ଡିଆନ । ଏ ମାଟିରୁ ଭାରତ ହକି ବିଶ୍ୱକପ୍ ଜିତୁ, ଶ୍ରୀଜିଉଙ୍କ ନିକଟରେ ସେ ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି ୫-ଟି ସଚିବ । ହକି ପାଇଁ ୩୦ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କୋଚିଂ ଦିଆଯିବ । ଆପଣମାନଙ୍କ ଚିୟରଅପ୍ ମୁଁ ଏବେଠୁ ଶୁଣିପାରୁଛି । ହକି ପ୍ରଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ସୁବିଧା ସରକାର ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଯେ ଜଣେ ଓଡ଼ିଆ ଅଲିମ୍ପିକରେ ପଦକ ହାସଲ କରନ୍ତୁ । ସେହି ସମାରୋହରେ ଓଡ଼ିଆ କ୍ରିଡାବିତ୍‌ଙ୍କ ପାଇଁ ଭାରତର ଜାତୀୟ ସଂଗୀତ ଗାନ ହେବ। ଯାହା ଶୁଣିବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ।

ସେ କହିଛନ୍ତି ଯେ, ରାଜ୍ୟର ସ୍କୁଲ କଲେଜଗୁଡ଼ିକରେ ହକି ପାଇଁ ପ୍ରଶିକ୍ଷଣ ଦିଆଯିବ । ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଏହି ବିଶ୍ୱକପ୍ ଲୋକଙ୍କ ଦ୍ୱାରା ହେଉ । ପ୍ରତି ଜିଲ୍ଲାର ଗୋଟିଏ ହାଇସ୍କୁଲରେ ଏହି ସୁବିଧା ଯୋଗାଇ ଦିଆଯାଉଛି । ଆଶା ଯେ ଚଳିତଥର ଭାରତ ହକି ବିଶ୍ୱକପ୍ ନିଶ୍ଚୟ ଜିତିବ ବୋଲି କହିଛନ୍ତି ୫-ଟି ସଚିବ ।

https://www.thesakala.in/latest-odisha-news/5t-secretary-live-interactive-session-on-instagram-about-hockey-world-cup-and-answered-various-questions-of-sports-fans/article-17508
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର