ନଭେମ୍ବର ୩୦ରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ, ଯୋଗଦେବେ ଦେଶ ବିଦେଶର ୩୦୦୦ରୁ ଊର୍ଦ୍ଧ୍ବ ଶିଳ୍ପ ଉଦ୍ୟୋଗୀ

The Sakala Picture
Published On

ଭୁବନେଶ୍ବର : ବ୍ୟବସାୟ ଓ ଶିଳ୍ପ ସ୍ଥାପନ ନିମନ୍ତେ ସରଳ ନୀତି, ଜମି ଓ ମାନବସମ୍ବଳର ସହଜଲଭ୍ୟତା, ଏକକବାତାୟନ ମଞ୍ଜୁରୀ ବ୍ୟବସ୍ଥା ଯୋଗୁଁ ଓଡ଼ିଶରେ ନିବେଶ ଲାଗି ନିବେଶକମାନଙ୍କ ଆଗ୍ରହ ବଢ଼ୁଛି । ଗତ ୧୦୦ ମାସ ମଧ୍ୟରେ ରାଜ୍ୟରେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ନିମନ୍ତେ ବୁଝାମଣା ହୋଇଛି। ଏପରିକି କୋଭିଡ଼ ମହାମାରୀ କାଳରେ ଦେଶର ଅନ୍ୟାନ୍ୟ ରାଜ୍ୟ ସଙ୍କଟଗ୍ରସ୍ତ ହୋଇଥିବା ବେଳେ ଓଡ଼ିଶାକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି […]

ଭୁବନେଶ୍ବର : ବ୍ୟବସାୟ ଓ ଶିଳ୍ପ ସ୍ଥାପନ ନିମନ୍ତେ ସରଳ ନୀତି, ଜମି ଓ ମାନବସମ୍ବଳର ସହଜଲଭ୍ୟତା, ଏକକବାତାୟନ ମଞ୍ଜୁରୀ ବ୍ୟବସ୍ଥା ଯୋଗୁଁ ଓଡ଼ିଶରେ ନିବେଶ ଲାଗି ନିବେଶକମାନଙ୍କ ଆଗ୍ରହ ବଢ଼ୁଛି । ଗତ ୧୦୦ ମାସ ମଧ୍ୟରେ ରାଜ୍ୟରେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ନିମନ୍ତେ ବୁଝାମଣା ହୋଇଛି। ଏପରିକି କୋଭିଡ଼ ମହାମାରୀ କାଳରେ ଦେଶର ଅନ୍ୟାନ୍ୟ ରାଜ୍ୟ ସଙ୍କଟଗ୍ରସ୍ତ ହୋଇଥିବା ବେଳେ ଓଡ଼ିଶାକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସି ପାରିଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ଦୁବାଇ ନିବେଶକ ସମ୍ମେଳନରେ ଓଡ଼ିଶରେ ନିବେଶ ପାଇଁ ବହୁ ଆନ୍ତର୍ଜାତୀୟ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ । ଏହି କ୍ରମରେ ଆସନ୍ତା ନଭେମ୍ବର ୩୦ରୁ ଡ଼ିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଭୁବନେଶ୍ବରେ ଆୟୋଜିତ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଏଥିନିମନ୍ତେ ଫିକି ଓ ଇପିକଲ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏଥିରେ ଦେଶ ତଥା ଦେଶ ବାହାରୁ ପୁଞ୍ଜିପତିମାନେ ଯୋଗଦେବେ। ପୂର୍ବଥର ଭଳି ଏଥର ମଧ୍ୟ କନକ୍ଲେଭ ପାଇଁ ରାଜ୍ୟ ସରକାର ରୋଡ୍ ସୋ’ କରିବେ। ଅଗଷ୍ଟ ୮ରୁ ଅହମ୍ମଦାବାଦରୁ ଏହି ରୋଡ୍ ସୋ’ ଆରମ୍ଭ କରାଯିବା ନେଇ ଯୋଜନା ରହିଛି। ‘ମେକ୍ ଇନ୍ ଓଡିଶା କନକ୍ଲେଭ୍’ ତୃତୀୟ ସଂସ୍କରଣ ନିମନ୍ତେ ରାଜ୍ୟ ସରକାର ଫିକିକୁ ଜାତୀୟ ଶିଳ୍ପ ସହଯୋଗୀ ଭାବେ ଗ୍ରହଣ କରିଛନ୍ତି। ଗୁରୁବାର ଇପିକଲ୍ ପକ୍ଷରୁ ଏମ୍ଡି ଭୂପିନ୍ଦ୍ର ସିଂ ପୁନିଆ ଏବଂ ଫିକି ପକ୍ଷରୁ ମୌସୁମୀ ଘୋଷ ଏମ୍ଓୟୁରେ ସ୍ବାକ୍ଷର କରିଥିଲେ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଏହି ଅବସରରେ ରାଜ୍ୟ ଶିଳ୍ପ ଏବଂ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତିଯେ ୨୦୧୬ ଏବଂ ୨୦୧୮ରେ ମେକ୍ ଇନ୍ ଓଡିଶା କନକ୍ଲେଭକୁ ଆଶାତୀତ ସମର୍ଥନ ମିଳିଥିଲା। ୨୦୨୦ରେ କୋଭିଡ୍ ମହାମାରୀ ପାଇଁ ଏହାର ଆୟୋଜନ ହୋଇପାରି ନ ଥିଲା। ଚଳିତଥର ଏହାକୁ ପୂର୍ବ ଦୁଇଥର ତୁଳନାରେ ଅଧିକ ପ୍ରତିକ୍ରିୟା ମିଳିବ। ୨୦୧୬ରେ ୨ ଲକ୍ଷ କୋଟି ଏବଂ ୨୦୧୮ରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରତିଶ୍ରୁତି ମିଳିଥିଲା। ସେଥିରୁ ୫୩ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ଆରମ୍ଭ ହୋଇଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଆମର ପ୍ରାକୃତିକ ସମ୍ପଦ ଏବଂ ଇକୋସିଷ୍ଟମ୍ ସୁବିଧା ଯୋଗୁଁ ଓଡ଼ିଶା ଧାତବ ଏବଂ ଆନୁଷଙ୍ଗିକ ଶିଳ୍ପ ପାଇଁ ପସନ୍ଦର କ୍ଷେତ୍ର ପାଲଟିଛି ବୋଲି ସେ କହିଛନ୍ତି। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସୂଚନା ଅନୁସାରେ ,ଏମ୍ଓୟୁ ପରେ ଏବେ ନିବେଶକମାନଙ୍କୁ କନକ୍ଲେଭ୍‌ର ନିମନ୍ତେ ଆମନ୍ତ୍ରଣ କରାଯିବ। ଦେଶର ସବୁ ମେଟ୍ରୋ ସହରରେ ପ୍ରତ୍ୟେକ ମାସରେ ଏଥିପାଇଁ ରୋଡ୍ ସୋ’ କରାଯିବ। ୨୦୧୮ରେ କନକ୍ଲେଭକୁ ୩୦୦୦ ଶିଳ୍ପୋଦ୍ୟୋଗୀ ଆସିଥିଲେ। ଏଥର ଆମେ ତା’ଠାରୁ ଅଧିକ ଶିଳ୍ପୋଦ୍ୟୋଗୀଙ୍କ ଉପସ୍ଥିତି ଆଶା କରୁଛୁ। ତେବେ ବିଦେଶରେ ମଧ୍ୟ ରୋଡ୍ ସୋ’ ନେଇ ଫିକି ସହ ଯୋଜନା କରାଯିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଫିକିର ମହାନିର୍ଦ୍ଦେଶକ ଅରୁଣ ଚାୱଲା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ନିବେଶ ହୋଇଛି। ‘ମେକ୍ ଇନ୍ ଓଡିଶା କନକ୍ଲେଭ୍’ର ତୃତୀୟ ସଂସ୍କରଣକୁ ସଫଳ କରିବା ଲାଗି ଫିକି ତା’ର କ୍ଷେତ୍ରଭିତ୍ତିକ ଅଭିଜ୍ଞତାକୁ ସମସ୍ତ ଶିଳ୍ପୋଦ୍ୟୋଗୀ ଏବଂ ଶିଳ୍ପାନୁଷ୍ଠାନ ସହ ଯୋଡିବ।

ମେକ୍ ଇନ୍ ଓଡ଼ିଶା ପାଇଁ ଖର୍ଚ୍ଚ ହୋଇଛି କେତେ ଟଙ୍କା? ଆସିଛି କେତେ ପୁଞ୍ଜିନିବେଶ….

ଆସନ୍ତା ନଭେମ୍ବର ୩୦ରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ ହେବ। ତେବେ ପୂର୍ବରୁ ହୋଇଥିବା ଦୁଇଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରୁ ଓଡ଼ିଶାକୁ କଣ ଫାଇଦା ମିଳିଛି ଓ କେତେ ପୁଞ୍ଜିନିବେଶ ଆସିଛି ସେନେଇ ଗୃହରେ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏପରିକି ମେକ୍ ଇନ୍ ଓଡ଼ିଶା ଜରିଆରେ ଯେଉଁ ଶିଳ୍ପରେ ପୁଞ୍ଜିନିବେଶ ହୋଇଛି ସେଠାରେ କେତେ ନିଯୁକ୍ତି ସୃଷ୍ଟି ହୋଇଛି ତାହାର ବିଷଦ ତଥ୍ୟ ବିଧାନସଭାରେ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ତାରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପ୍ରତାପ କହିଛନ୍ତି, ରାଜ୍ୟରେ ଶିଳ୍ପର ପ୍ରସାର ଓ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାକୁ ପୂର୍ବରୁ ୨୦୧୬ ଓ ୨୦୧୮ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ହୋଇଛି । ୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ୨୧.୨୬ କୋଟି ଓ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ୩୩.୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୬ ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ସ୍ଥାପନ ପାଇଁ ୮୪ଟି ଆଗ୍ରହ ପ୍ରସ୍ତାବ ଆସିଥିବା ବେଳେ ୨.୦୩.୨୩୫ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ଏହା ମାଧ୍ୟମରେ ୧,୩୭,୬୩୪ଟି ନିଯୁକ୍ତିର ଆକଳନ କରାଯାଇଥିଲା ।

ସେହିଭଳି ୨୦୧୮ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ସ୍ଥାପନ ପାଇଁ ୨୦୨ଟି ପ୍ରସ୍ତାବ ସହ ୪,୨୩,୧୧୪.୫୩ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଥିଲା । ଏହା ମାଧ୍ୟମରେ ୫,୯୧,୮୪୭ଟି ନିଯୁକ୍ତିର ଆକଳନ କରାଯାଇଥିଲା । ଆସିଥିବା ମୋଟ ପ୍ରସ୍ତାବ ମଧ୍ୟରୁ ୧୬୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆଉ ଏହା ମଧ୍ୟରୁ ୧୬ଟି ବୃହତ୍ତ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ଓ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏହା ମାଧ୍ୟମରେ ୫୬୭୪.୫୬ କୋଟି ଟଙ୍କାର ପୁଞ୍ଜିନିବେଶ ଓ ୫୮୭୮ଟି ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି ।

29 Jul 2022 By The Sakala

https://www.thesakala.in/latest-odisha-news/3rd-edition-of-make-in-odisha-conclave-more-than-3000-industrialists-from-abroad-will-attend/article-13707
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର