ନିର୍ମାଣ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ସଚିବ: ଏ ବର୍ଷ ତିଆରି ହେବ ୩୦୦ ଚେକ୍‍ ଡ୍ୟାମ୍‌

The Sakala Picture
Published On

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ପୋଲ ତଥା ଚେକ୍‍ଡ୍ୟାମ୍‍ ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ୨ ମାସ ମଧ୍ୟରେ ୪୫ଟି ଚେକ୍‍ ଡ୍ୟାମ୍‍ ନିର୍ମାଣ ସରିଥିବା ବେଳେ ଚଳିତ ବର୍ଷ ହିଁ ୩ଶହ ଚେକ୍‍ ଡ୍ୟାମ୍‍ ତିଆରି ହେବ। ତିଆରି ହୋଇଥିବା ଚେକ୍‍ ଡ୍ୟାମ୍‍ ମଧ୍ୟରୁ ପୂର୍ତ୍ତ ବିଭାଗ ୩୧ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ୧୪ଟିର ନିର୍ମାଣ କରିଛି। ଏହା ଛଡ଼ା ଉଭୟ ବିଭାଗ ପକ୍ଷରୁ ପ୍ରାୟ ୪୮୦ଟି ପୋଲ ଚିହ୍ନଟ ହୋଇଛି। ଏହିସବୁ ପୋଲ ତଳେ […]

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ପୋଲ ତଥା ଚେକ୍‍ଡ୍ୟାମ୍‍ ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ୨ ମାସ ମଧ୍ୟରେ ୪୫ଟି ଚେକ୍‍ ଡ୍ୟାମ୍‍ ନିର୍ମାଣ ସରିଥିବା ବେଳେ ଚଳିତ ବର୍ଷ ହିଁ ୩ଶହ ଚେକ୍‍ ଡ୍ୟାମ୍‍ ତିଆରି ହେବ। ତିଆରି ହୋଇଥିବା ଚେକ୍‍ ଡ୍ୟାମ୍‍ ମଧ୍ୟରୁ ପୂର୍ତ୍ତ ବିଭାଗ ୩୧ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ୧୪ଟିର ନିର୍ମାଣ କରିଛି। ଏହା ଛଡ଼ା ଉଭୟ ବିଭାଗ ପକ୍ଷରୁ ପ୍ରାୟ ୪୮୦ଟି ପୋଲ ଚିହ୍ନଟ ହୋଇଛି। ଏହିସବୁ ପୋଲ ତଳେ ଚେକ୍‍ ଡ୍ୟାମ ତିଆରି ହେବ। ଏଥିପାଇଁ ୪୧୩.୮୧ କୋଟି ଖର୍ଚ୍ଚ କରାଯିବ। ଆଜି ଚେକ୍‍ଡ୍ୟାମ ନିର୍ମାଣର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମୀକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ନିର୍ମାଣାଧୀନ ପାଣି ଟାଙ୍କି ଉପରୁ ଠେଲି ସାଙ୍ଗକୁ ହତ୍ୟା !

ଚେକ୍‍ ଡ୍ୟାମ୍‍ ତିଆରି ହୋଇଥିବା ନଦୀ କିମ୍ବା ନାଳର ଉଭୟ ପାର୍ଶ୍ବରେ ପନିପରିବା ଓ ଅନ୍ୟାନ୍ୟ ଅର୍ଥକରି ଫସଲ ଉତ୍ପାଦନ ପାଇଁ ଚାଷୀଙ୍କୁ ସଂଗଠିତ କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଜମିକୁ ଉଠା ଜଳସେଚନ ବ୍ୟବସ୍ଥା ଦ୍ୱାରା ପାଣି ଯୋଗାଇବା ପାଇଁ ଜଳସମ୍ପଦ, ଉଦ୍ୟାନ ଚାଷ, କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ମହାପାତ୍ର। ଏହି ସବୁ ସ୍ୱଳ୍ପ ଖର୍ଚ୍ଚ ଭିତ୍ତିକ ଡ୍ୟାମଗୁଡ଼ିକରୁ ଅଧିକ ଫାଇଦା ମିଳିବ। ପ୍ରତି ଚେକ୍‍ଡ୍ୟାମ୍‍ ଯୋଗୁ ନଦୀ ଶଯ୍ୟାରେ ୧ କିମିରୁ ୧୫ କିମି ଯାଏ ଜଳପତ୍ତନ ବଢ଼଼ିବ। ଏହା ଫଳରେ ଏହାର ପାର୍ଶ୍ବବର୍ତ୍ତୀ ଜମିଗୁଡ଼ିକୁ ଜଳ ଅଭାବ ରହିବ ନାହିଁ ଏବଂ ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇବ। କେବଳ ଚାଷ ନୁହେଁ ନଦୀରେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ମାଛ ଚାଷର ସୁଯୋଗ ମଧ୍ୟ ପାଇବେ। ସମୀକ୍ଷା ବୈଠକରେ ଉପସ୍ଥିତ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା କହିଥିଲେ ଯେ ଏହି ଚେକ୍‍ ଡ୍ୟାମ ଯୋଗୁ ନଦୀ କିମ୍ବା ନାଳର ପ୍ରାକୃତିକ ପ୍ରବାହ ବାଧାପ୍ରାପ୍ତ ହେବନାହିଁ। ନିର୍ଦ୍ଦିଷ୍ଟ ପରିମାଣର ଜଳଧାରଣ ପରେ ଏହା ନିମ୍ନକୁ ପ୍ରବାହିତ ହେବ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ସରକାରଙ୍କ ବିରୋଦ୍ଧରେ ରାଜରାସ୍ତାରେ କନିଷ୍ଠ ଶିକ୍ଷକଙ୍କ ଗର୍ଜ୍ଜନ; ନିୟମିତ କରିବା ଦାବିରେ ଆନ୍ଦୋଳନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର