ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌ରେ ଉଦଘାଟିତ ହେଲା ୩୦ ସିଟ୍‌ର ଫ୍ଲୋଟି˚ ରେଷ୍ଟୁରାଣ୍ଟ,ଟେବୁଲ୍‌ ପିଛା ଘଣ୍ଟାକୁ ୧୨ ଶହ

The Sakala Picture
Published On

କଟକ : କଟକ ସହରରେ ବଦଳୁଛି ପର୍ଯ୍ୟଟନର ଚିତ୍ର। ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଓ୍ୱାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ୍‌ ଲିମିଟେଡ୍‌ ମିଳିତ ଉଦ୍ୟମରେ କଟକର ସିଲଭର ସିଟି ବୋଟ୍‌ କ୍ଲବ୍‌ରେ ଆରମ୍ଭ ହୋଇଛି ୩୦ ସିଟ୍‌ ବିଶିଷ୍ଟ ଫ୍ଲୋଟି˚ ରେଷ୍ଟୁରାଣ୍ଟ। ପୂର୍ବରୁ ଏକ ୮ ଟି ସିଟ ବିଶିଷ୍ଟ ଭାସମାନ ରେଷ୍ଟୁରାଣ୍ଟ ବହୁଳ ଆଦୃତ ହେବା ପରେ ଏହି ଭାସମାନ ରେଷ୍ଟୁରାଣ୍ଟର ଉଦଘାଟନ କରାଯାଇଛି ।କଟକର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର […]

କଟକ : କଟକ ସହରରେ ବଦଳୁଛି ପର୍ଯ୍ୟଟନର ଚିତ୍ର। ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଓ୍ୱାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ୍‌ ଲିମିଟେଡ୍‌ ମିଳିତ ଉଦ୍ୟମରେ କଟକର ସିଲଭର ସିଟି ବୋଟ୍‌ କ୍ଲବ୍‌ରେ ଆରମ୍ଭ ହୋଇଛି ୩୦ ସିଟ୍‌ ବିଶିଷ୍ଟ ଫ୍ଲୋଟି˚ ରେଷ୍ଟୁରାଣ୍ଟ। ପୂର୍ବରୁ ଏକ ୮ ଟି ସିଟ ବିଶିଷ୍ଟ ଭାସମାନ ରେଷ୍ଟୁରାଣ୍ଟ ବହୁଳ ଆଦୃତ ହେବା ପରେ ଏହି ଭାସମାନ ରେଷ୍ଟୁରାଣ୍ଟର ଉଦଘାଟନ କରାଯାଇଛି ।କଟକର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଙ୍କ ଦ୍ଵାରା ଉଦଘାଟିତ ହୋଇଛି ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟ।ମହାନଦୀ ରେ ବୋଟିଂ ତା ପରେ ପୁଣି ବିସ୍ତୀର୍ଣ୍ଣ ମହାନଦୀର ଜଳ ରାଶି ଭିତରେ ବିଭିନ୍ନ ସୁସ୍ଵାଦ ଖାଦ୍ୟର ମଜା।

ଆହୁରି ପଢ଼ନ୍ତୁ: ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣେ ଗିରଫ

ଆହୁରି ପଢ଼ନ୍ତୁ: ପୁସ୍ତକ ସମୀକ୍ଷା ଦାୟିତ୍ୱରେ ଥିଲେ ୨୪ ଶିକ୍ଷାବିତ୍‌ ଓ ଅଧିକାରୀ, ତଥାପି ପ୍ରଥମରୁ ଅଷ୍ଟମ ପଢ଼ାବହି ଛପାରେ ମାଳ ମାଳ ତ୍ରୁଟି

୩୦ ସିଟ୍‌ରେ ଅଧିକ ପର୍ଯ୍ୟଟକଙ୍କୁ ମହାନଦୀ ପାଣି ଉପରେ ଖାଇବାର ସୁଯୋଗ ଯୋଗାଇ ଦିଆଯିବ। ଏହି ନୂଆ ଫ୍ଲୋଟି˚ ରେଷ୍ଟୁରାଣ୍ଟରେ ୭ଟି ଟେବୁଲ ପକାଯାଇଛି। ପ୍ରତି ଟେବୁଲ୍‌ର ମୂଲ୍ୟ ଘଣ୍ଟାପ୍ରତି ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି କେହି ସମ୍ପୂର୍ଣ୍ଣ ରେଷ୍ଟୁରାଣ୍ଟକୁ ବୁକ୍‌ କରିବାକୁ ଚାହିଁବେ ତାହେଲେ ସେମାନଙ୍କ ପାଇଁ ଭିନ୍ନଭିନ୍ନ ସମୟ ଓ ଦର ରଖାଯାଇଛି। ସକାଳ ସାଢେ ୧୦ଟାରୁ ଦିନ ସାଢେ ୩ଟା ପର୍ଯ୍ୟନ୍ତ ଏବ˚ ଦ୍ବିତୀୟ ସମୟ ଅପରାହ୍ନ ସାଢେ ୪ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଦୁଇଟି ସ୍ଲଟ୍‌ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଇଂରାଜୀ ବହିକୁ ମାଡ଼ିଗଲା ଓଡ଼ିଆ ଅସ୍ମିତା; ପଞ୍ଚମ ଶ୍ରେଣୀ ଇଂରାଜୀ ବହିରେ ଓଡ଼ିଆ ରଜଦୋଳି ଗୀତ

ଏହି ରେଷ୍ଟୁରାଣ୍ଟ ରେ ଜଣେ ଗୋଟିଏ ଟେବୁଲକୁ ଏକ ଘଣ୍ଟା ପାଇଁ ଦେବାକୁ ପଡିବ ୧୨୦୦ ଟଙ୍କା । ସେହିଭଳି ପୁରା ୩୦ ସିଟର ରେଷ୍ଟୁରାଣ୍ଟ ପାଇଁ ୨ ଘଣ୍ଟାରେ ଦେବାକୁ ପଡିବ ୧୦,୦୦୦ଟଙ୍କା। ଯଦି ଆପଣ ଦିନ ୧୦ ଟା ୩୦ ରୁ ଦିନ ୩ ଟା ୩୦ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟର ମଜା ନେବେ ତାହାଲେ ୨୦,୦୦୦ଟଙ୍କା ଦେବାକୁ ପଡିବ। ସେଇଭଳି ଦିନ ୪ ଟା ୩୦ ରୁ ରାତି ୯ ଟା ୩୦ ପର୍ଯ୍ୟନ୍ତ ପୁରା ରେଷ୍ଟୁରାଣ୍ଟକୁ ମଧ୍ୟ ୨୦,୦୦୦ ଦେବାକୁ ପଡିବ। ପୁରା ଦିନ ଓ ପୁରା ରେଷ୍ଟୁରାଣ୍ଟ ପାଇଁ ଦେବାକୁ ପଡିବ ୩୭,୦୦୦ ଟଙ୍କା । ପର୍ଯ୍ୟଟକମାନେ ଏଠାରେ ଜନ୍ମଦିନ, ବିବାହ, ପାର୍ଟି, କନ୍‌ଫରେନ୍ସ ଇତ୍ୟାଦି ଆୟୋଜନ କରିପାରିବେ।

ଫ୍ଲୋଟି˚ ରେଷ୍ଟୁରାଣ୍ଟରେ ସର୍ବାଧିକ ୫୦ ଜଣ ରହିଲା ଭଳି ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଟେବୁଲ କିମ୍ବା ରେଷ୍ଟୁରାଣ୍ଟ ବୁକ୍‌ କରିବାକୁ ଚାହିଁବେ, ସେମାନେ ପାନ୍ଥନିବାସ କିମ୍ବା ବୋଟ୍‌ କ୍ଲବ୍‌ରେ ସିଧାସଳଖ ବୁକି˚ କରିପାରିବେ ବୋଲି  ଓ୍ୱାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ ଲିମିଟେଡ୍‌ର ଓଡ଼ିଶା ଶାଖା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳ ଦେ’ ସୂଚନା ଦେଇଛନ୍ତି। ରାତି ସମୟରେ ରେଷ୍ଟୁରାଣ୍ଟରେ ଖାଇବାକୁ ଚାହୁଁଥିବା ପର୍ଯ୍ୟଟକମାନେ ସୁସଜ୍ଜିତ ଆଲୋକ ସହିତ ଡିଜେ ଲାଇଟ୍‌ ଆଣ୍ତ ମ୍ୟୁଜିକ୍‌ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରେଷ୍ଟୁରାଣ୍ଟରେ ଲାଇଫ୍‌ଗାର୍ଡ ନିୟୋଜିତ ରହିବେ। ବିଭିନ୍ନ ଜୀବନରକ୍ଷାକାରୀ ଉପକରଣ ସହ ଟ୍ୟୁବ, ଅଗ୍ନିନିର୍ବାପକ ଯନ୍ତ୍ର ସେଠାରେ ମହଜୁଦ୍‌ ରହିବ। ଲାଇଫ୍‌ଗାର୍ଡମାନେ କ୍ଲବ୍‌ର କୂଳ ସହିତ ୱାକିଟକି ମାଧ୍ୟମରେ ନିୟମିତ ଯୋଗାଯୋଗରେ ରହିବେ। ଓଟିଡିସି ରେଷ୍ଟୁରାଣ୍ଟରେ ମିଳୁଥିବା ଖାଦ୍ୟକୁ ପର୍ଯ୍ୟଟକମାନେ ଅର୍ଡର କଲେ କ୍ଲବ୍‌ର କର୍ମଚାରୀମାନେ ତାହାକୁ ବୋଟ୍‌ ପାଖରେ ପହଞ୍ଚାଇବେ ବୋଲି ସୂଚନା ଦିଆଯାଇଛି।

03 Jul 2022 By The Sakala

ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌ରେ ଉଦଘାଟିତ ହେଲା ୩୦ ସିଟ୍‌ର ଫ୍ଲୋଟି˚ ରେଷ୍ଟୁରାଣ୍ଟ,ଟେବୁଲ୍‌ ପିଛା ଘଣ୍ଟାକୁ ୧୨ ଶହ

କଟକ : କଟକ ସହରରେ ବଦଳୁଛି ପର୍ଯ୍ୟଟନର ଚିତ୍ର। ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଓ୍ୱାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ୍‌ ଲିମିଟେଡ୍‌ ମିଳିତ ଉଦ୍ୟମରେ କଟକର ସିଲଭର ସିଟି ବୋଟ୍‌ କ୍ଲବ୍‌ରେ ଆରମ୍ଭ ହୋଇଛି ୩୦ ସିଟ୍‌ ବିଶିଷ୍ଟ ଫ୍ଲୋଟି˚ ରେଷ୍ଟୁରାଣ୍ଟ। ପୂର୍ବରୁ ଏକ ୮ ଟି ସିଟ ବିଶିଷ୍ଟ ଭାସମାନ ରେଷ୍ଟୁରାଣ୍ଟ ବହୁଳ ଆଦୃତ ହେବା ପରେ ଏହି ଭାସମାନ ରେଷ୍ଟୁରାଣ୍ଟର ଉଦଘାଟନ କରାଯାଇଛି ।କଟକର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଙ୍କ ଦ୍ଵାରା ଉଦଘାଟିତ ହୋଇଛି ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟ।ମହାନଦୀ ରେ ବୋଟିଂ ତା ପରେ ପୁଣି ବିସ୍ତୀର୍ଣ୍ଣ ମହାନଦୀର ଜଳ ରାଶି ଭିତରେ ବିଭିନ୍ନ ସୁସ୍ଵାଦ ଖାଦ୍ୟର ମଜା।

୩୦ ସିଟ୍‌ରେ ଅଧିକ ପର୍ଯ୍ୟଟକଙ୍କୁ ମହାନଦୀ ପାଣି ଉପରେ ଖାଇବାର ସୁଯୋଗ ଯୋଗାଇ ଦିଆଯିବ। ଏହି ନୂଆ ଫ୍ଲୋଟି˚ ରେଷ୍ଟୁରାଣ୍ଟରେ ୭ଟି ଟେବୁଲ ପକାଯାଇଛି। ପ୍ରତି ଟେବୁଲ୍‌ର ମୂଲ୍ୟ ଘଣ୍ଟାପ୍ରତି ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି କେହି ସମ୍ପୂର୍ଣ୍ଣ ରେଷ୍ଟୁରାଣ୍ଟକୁ ବୁକ୍‌ କରିବାକୁ ଚାହିଁବେ ତାହେଲେ ସେମାନଙ୍କ ପାଇଁ ଭିନ୍ନଭିନ୍ନ ସମୟ ଓ ଦର ରଖାଯାଇଛି। ସକାଳ ସାଢେ ୧୦ଟାରୁ ଦିନ ସାଢେ ୩ଟା ପର୍ଯ୍ୟନ୍ତ ଏବ˚ ଦ୍ବିତୀୟ ସମୟ ଅପରାହ୍ନ ସାଢେ ୪ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଦୁଇଟି ସ୍ଲଟ୍‌ ରଖାଯାଇଛି।

ଏହି ରେଷ୍ଟୁରାଣ୍ଟ ରେ ଜଣେ ଗୋଟିଏ ଟେବୁଲକୁ ଏକ ଘଣ୍ଟା ପାଇଁ ଦେବାକୁ ପଡିବ ୧୨୦୦ ଟଙ୍କା । ସେହିଭଳି ପୁରା ୩୦ ସିଟର ରେଷ୍ଟୁରାଣ୍ଟ ପାଇଁ ୨ ଘଣ୍ଟାରେ ଦେବାକୁ ପଡିବ ୧୦,୦୦୦ଟଙ୍କା। ଯଦି ଆପଣ ଦିନ ୧୦ ଟା ୩୦ ରୁ ଦିନ ୩ ଟା ୩୦ ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟର ମଜା ନେବେ ତାହାଲେ ୨୦,୦୦୦ଟଙ୍କା ଦେବାକୁ ପଡିବ। ସେଇଭଳି ଦିନ ୪ ଟା ୩୦ ରୁ ରାତି ୯ ଟା ୩୦ ପର୍ଯ୍ୟନ୍ତ ପୁରା ରେଷ୍ଟୁରାଣ୍ଟକୁ ମଧ୍ୟ ୨୦,୦୦୦ ଦେବାକୁ ପଡିବ। ପୁରା ଦିନ ଓ ପୁରା ରେଷ୍ଟୁରାଣ୍ଟ ପାଇଁ ଦେବାକୁ ପଡିବ ୩୭,୦୦୦ ଟଙ୍କା । ପର୍ଯ୍ୟଟକମାନେ ଏଠାରେ ଜନ୍ମଦିନ, ବିବାହ, ପାର୍ଟି, କନ୍‌ଫରେନ୍ସ ଇତ୍ୟାଦି ଆୟୋଜନ କରିପାରିବେ।

ଫ୍ଲୋଟି˚ ରେଷ୍ଟୁରାଣ୍ଟରେ ସର୍ବାଧିକ ୫୦ ଜଣ ରହିଲା ଭଳି ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଟେବୁଲ କିମ୍ବା ରେଷ୍ଟୁରାଣ୍ଟ ବୁକ୍‌ କରିବାକୁ ଚାହିଁବେ, ସେମାନେ ପାନ୍ଥନିବାସ କିମ୍ବା ବୋଟ୍‌ କ୍ଲବ୍‌ରେ ସିଧାସଳଖ ବୁକି˚ କରିପାରିବେ ବୋଲି  ଓ୍ୱାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ ଲିମିଟେଡ୍‌ର ଓଡ଼ିଶା ଶାଖା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳ ଦେ’ ସୂଚନା ଦେଇଛନ୍ତି। ରାତି ସମୟରେ ରେଷ୍ଟୁରାଣ୍ଟରେ ଖାଇବାକୁ ଚାହୁଁଥିବା ପର୍ଯ୍ୟଟକମାନେ ସୁସଜ୍ଜିତ ଆଲୋକ ସହିତ ଡିଜେ ଲାଇଟ୍‌ ଆଣ୍ତ ମ୍ୟୁଜିକ୍‌ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରେଷ୍ଟୁରାଣ୍ଟରେ ଲାଇଫ୍‌ଗାର୍ଡ ନିୟୋଜିତ ରହିବେ। ବିଭିନ୍ନ ଜୀବନରକ୍ଷାକାରୀ ଉପକରଣ ସହ ଟ୍ୟୁବ, ଅଗ୍ନିନିର୍ବାପକ ଯନ୍ତ୍ର ସେଠାରେ ମହଜୁଦ୍‌ ରହିବ। ଲାଇଫ୍‌ଗାର୍ଡମାନେ କ୍ଲବ୍‌ର କୂଳ ସହିତ ୱାକିଟକି ମାଧ୍ୟମରେ ନିୟମିତ ଯୋଗାଯୋଗରେ ରହିବେ। ଓଟିଡିସି ରେଷ୍ଟୁରାଣ୍ଟରେ ମିଳୁଥିବା ଖାଦ୍ୟକୁ ପର୍ଯ୍ୟଟକମାନେ ଅର୍ଡର କଲେ କ୍ଲବ୍‌ର କର୍ମଚାରୀମାନେ ତାହାକୁ ବୋଟ୍‌ ପାଖରେ ପହଞ୍ଚାଇବେ ବୋଲି ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର