ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ୧୨ଦିନ: ଯୋଗଦେବେ ଦେଶରୁ ୬୦ ମନ୍ଦିରର କର୍ମକର୍ତ୍ତା, ୬୫୦ ଅତିଥି

The Sakala Picture
Published On

ପୁରୀ: ଆଉ ମାତ୍ର ୧୨ ଦିନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଲୋକାର୍ପଣ ଉତ୍ସବରେ ଦେଶ ବିଦେଶରୁ ଅତିଥି ଯୋଗଦେଉଥିବାରୁ ସମସ୍ତ କାର୍ଯ୍ୟକ୍ରମ ଯେପରି ଶୃଙ୍ଖଳିତ ଏବଂ ଆକର୍ଷଣୀୟ ହେବ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଗୁରୁବାର ଗୁରୁବାର ଶ୍ରୀନହରରେ ଗଜପତି ମହାରାଜା ଦିବ୍ୟସିଂ ଦେବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବୈଠକରେ ଯେଉଁସବୁ ଆଲୋଚନା […]

ପୁରୀ: ଆଉ ମାତ୍ର ୧୨ ଦିନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଲୋକାର୍ପଣ ଉତ୍ସବରେ ଦେଶ ବିଦେଶରୁ ଅତିଥି ଯୋଗଦେଉଥିବାରୁ ସମସ୍ତ କାର୍ଯ୍ୟକ୍ରମ ଯେପରି ଶୃଙ୍ଖଳିତ ଏବଂ ଆକର୍ଷଣୀୟ ହେବ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଗୁରୁବାର ଗୁରୁବାର ଶ୍ରୀନହରରେ ଗଜପତି ମହାରାଜା ଦିବ୍ୟସିଂ ଦେବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବୈଠକରେ ଯେଉଁସବୁ ଆଲୋଚନା ଏବଂ ଦାୟିତ୍ୱ ଦିଆଯାଇଥିଲା ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ତା’ ଉପରେ ବିଶେଷ ଭାବେ ତର୍ଜମା କରାଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆସନ୍ତା ୧୨ ତାରିଖରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ। ତିନିଦିନ ଧରି ଭବ୍ୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ।୧୭ ତାରିଖରେ ଦେଶର ପ୍ରମୁଖ ୬୦ଟି ମନ୍ଦିରର କର୍ମକର୍ତ୍ତା ଯୋଗଦେବେ।ଅତିଥିଙ୍କୁ ସ୍ୱତନ୍ତ୍ର ଭାବେ ଆତିଥେୟତା ଯୋଗାଇ ଦିଆଯିବ। ଲୋକାର୍ପଣ ଉତ୍ସବରେ କିଏ କେଉଁଠି ବସିବେ ଏବଂ ସେମାନଙ୍କ ରହଣି ଉପରେ ମଧ୍ୟ ଆଲୋଚନା ହୋଇଛି। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେବାୟତ ଟିମ୍‌‌ ସହ ଯାଇଥିବା ବରିଷ୍ଠ ଓଏଏସ୍‌‌ ଅଧିକାରୀ ଅଭ୍ୟର୍ଥନା ଦାୟିତ୍ୱରେ ରହିବେ। ସେହିପରି ଜଗତ୍‌‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପରିଚାଳନା କମିଟି ସଦସ୍ୟମାନେ ଗୋବର୍ଦ୍ଧନ ମଠରେ ଭେଟି ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିବେ ବୋଲି ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଆସନ୍ତା ୧୨ ତାରିଖ ସନ୍ଧ୍ୟାରେ ଶ୍ରୀନହରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ।ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶକ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ହେବ।୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ।୧୭ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ।ପରିକ୍ରମା ଲୋକାର୍ପଣରେ ଯୋଗ ଦେବାକୁ ଆସିଥିବା ଅତିଥି କିଭଳି ସୁନ୍ଦର ଅନୁଭୂତି ନେଇ ଫେରିବେ ସେଥିପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି। ସେହିପରି ଯଜ୍ଞ ଆରମ୍ଭରୁ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ହେବ ଓ ସାଧାରଣ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଯଜ୍ଞ ସହିତ ଶ୍ରୀମନ୍ଦିର ଚାରିଦ୍ୱାରରେ ଚାରିବେଦ ପାଠ ଏବଂ ନାମ ସଙ୍କୀର୍ତ୍ତନ କରାଯିବ। ଯଜ୍ଞରେ କର୍ତ୍ତା ସାଜିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପୂର୍ଣ୍ଣାହୁତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ନେପାଳ ରାଜା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୧୭ ତାରିଖ ପୂର୍ଣ୍ଣାହୁତି ପରେ ୧୮ ତାରିଖରୁ ଜାନୁୟାରୀ ମାସ ତମାମ ରାଜ୍ୟର ଅବଶିଷ୍ଟ ଛୋଟ ବଡ଼ ମନ୍ଦିର ତଥା ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ଆସି ଯାତ୍ରୀ ପରିକ୍ରମାପ୍ରକଳ୍ପ ବୁଲି ଦେଖିବେ। ୧୭ ତାରିଖ ଲୋକାର୍ପଣ ଉତ୍ସବ ଦିନ ରାଜ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଲୋକେ ଦେଖିପାରିବାର ବ୍ୟବସ୍ଥା ହେବ।ଏଥିସହ ପ୍ରତ୍ୟେକ ଘରୁ ଗୁଆ, ଅରୁଆ ଚାଉଳ ସଂଗ୍ରହ ପାଇଁ ନିବେଦନ କରାଯାଇଛି।ଯଜ୍ଞ ପାଇଁ ୧୦୮ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ଏବଂ ସଙ୍କୀର୍ତ୍ତନ ପାଇଁ ୧୦୦ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହେବେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପ୍ରସ୍ତୁତି ବର୍ତ୍ତମାନ କେଉଁ ସ୍ଥିତିରେ ରହିଛି ତାହା ଗଜପତି ମହାରାଜାଙ୍କୁ ଅବଗତ କରାଯାଇଥିଲା। ଆଗକୁ କ’ଣ କରାଯିବ ତା’ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ୧୨ ତାରିଖରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ।୧୪, ୧୫ ଓ ୧୬ ତାରିଖରେ ଭବ୍ୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରାଯିବ। ୧୭ ତାରିଖରେ ଆସିବାକୁ ଥିବା ଅତିଥି କେଉଁଠି ବସିବେ, ଯଜ୍ଞ କେଉଁଠି ହେବ ଏ ସବୁ ବିଷୟ ଉପରେ ଆଲୋଚନା ହୋଇଛି। ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଛନ୍ତି, ଲୋକାର୍ପଣ କାର୍ଯ୍ୟକ୍ରମରେ ୬୫୦ ନିମନ୍ତ୍ରିତ ଅତିଥି ଯୋଗଦେବେ। ଯଜ୍ଞସ୍ଥଳୀରେ ସୀମିତ ନିମନ୍ତ୍ରିତ ଅତିଥି ବସିବା ପାଇଁ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

05 Jan 2024 By The Sakala

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ୧୨ଦିନ: ଯୋଗଦେବେ ଦେଶରୁ ୬୦ ମନ୍ଦିରର କର୍ମକର୍ତ୍ତା, ୬୫୦ ଅତିଥି

ପୁରୀ: ଆଉ ମାତ୍ର ୧୨ ଦିନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଲୋକାର୍ପଣ ଉତ୍ସବରେ ଦେଶ ବିଦେଶରୁ ଅତିଥି ଯୋଗଦେଉଥିବାରୁ ସମସ୍ତ କାର୍ଯ୍ୟକ୍ରମ ଯେପରି ଶୃଙ୍ଖଳିତ ଏବଂ ଆକର୍ଷଣୀୟ ହେବ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଗୁରୁବାର ଗୁରୁବାର ଶ୍ରୀନହରରେ ଗଜପତି ମହାରାଜା ଦିବ୍ୟସିଂ ଦେବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବୈଠକରେ ଯେଉଁସବୁ ଆଲୋଚନା ଏବଂ ଦାୟିତ୍ୱ ଦିଆଯାଇଥିଲା ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ତା’ ଉପରେ ବିଶେଷ ଭାବେ ତର୍ଜମା କରାଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆସନ୍ତା ୧୨ ତାରିଖରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ। ତିନିଦିନ ଧରି ଭବ୍ୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ।୧୭ ତାରିଖରେ ଦେଶର ପ୍ରମୁଖ ୬୦ଟି ମନ୍ଦିରର କର୍ମକର୍ତ୍ତା ଯୋଗଦେବେ।ଅତିଥିଙ୍କୁ ସ୍ୱତନ୍ତ୍ର ଭାବେ ଆତିଥେୟତା ଯୋଗାଇ ଦିଆଯିବ। ଲୋକାର୍ପଣ ଉତ୍ସବରେ କିଏ କେଉଁଠି ବସିବେ ଏବଂ ସେମାନଙ୍କ ରହଣି ଉପରେ ମଧ୍ୟ ଆଲୋଚନା ହୋଇଛି। ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେବାୟତ ଟିମ୍‌‌ ସହ ଯାଇଥିବା ବରିଷ୍ଠ ଓଏଏସ୍‌‌ ଅଧିକାରୀ ଅଭ୍ୟର୍ଥନା ଦାୟିତ୍ୱରେ ରହିବେ। ସେହିପରି ଜଗତ୍‌‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପରିଚାଳନା କମିଟି ସଦସ୍ୟମାନେ ଗୋବର୍ଦ୍ଧନ ମଠରେ ଭେଟି ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିବେ ବୋଲି ନିଷ୍ପତ୍ତି ହୋଇଛି।

ଆସନ୍ତା ୧୨ ତାରିଖ ସନ୍ଧ୍ୟାରେ ଶ୍ରୀନହରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ।ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶକ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ହେବ।୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ।୧୭ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ।ପରିକ୍ରମା ଲୋକାର୍ପଣରେ ଯୋଗ ଦେବାକୁ ଆସିଥିବା ଅତିଥି କିଭଳି ସୁନ୍ଦର ଅନୁଭୂତି ନେଇ ଫେରିବେ ସେଥିପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି। ସେହିପରି ଯଜ୍ଞ ଆରମ୍ଭରୁ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ହେବ ଓ ସାଧାରଣ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଯଜ୍ଞ ସହିତ ଶ୍ରୀମନ୍ଦିର ଚାରିଦ୍ୱାରରେ ଚାରିବେଦ ପାଠ ଏବଂ ନାମ ସଙ୍କୀର୍ତ୍ତନ କରାଯିବ। ଯଜ୍ଞରେ କର୍ତ୍ତା ସାଜିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପୂର୍ଣ୍ଣାହୁତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ନେପାଳ ରାଜା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୧୭ ତାରିଖ ପୂର୍ଣ୍ଣାହୁତି ପରେ ୧୮ ତାରିଖରୁ ଜାନୁୟାରୀ ମାସ ତମାମ ରାଜ୍ୟର ଅବଶିଷ୍ଟ ଛୋଟ ବଡ଼ ମନ୍ଦିର ତଥା ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ଆସି ଯାତ୍ରୀ ପରିକ୍ରମାପ୍ରକଳ୍ପ ବୁଲି ଦେଖିବେ। ୧୭ ତାରିଖ ଲୋକାର୍ପଣ ଉତ୍ସବ ଦିନ ରାଜ୍ୟରେ ପ୍ରତ୍ୟେକ ପଞ୍ଚାୟତରେ ଲୋକେ ଦେଖିପାରିବାର ବ୍ୟବସ୍ଥା ହେବ।ଏଥିସହ ପ୍ରତ୍ୟେକ ଘରୁ ଗୁଆ, ଅରୁଆ ଚାଉଳ ସଂଗ୍ରହ ପାଇଁ ନିବେଦନ କରାଯାଇଛି।ଯଜ୍ଞ ପାଇଁ ୧୦୮ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ଏବଂ ସଙ୍କୀର୍ତ୍ତନ ପାଇଁ ୧୦୦ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହେବେ।

ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପ୍ରସ୍ତୁତି ବର୍ତ୍ତମାନ କେଉଁ ସ୍ଥିତିରେ ରହିଛି ତାହା ଗଜପତି ମହାରାଜାଙ୍କୁ ଅବଗତ କରାଯାଇଥିଲା। ଆଗକୁ କ’ଣ କରାଯିବ ତା’ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ୧୨ ତାରିଖରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ।୧୪, ୧୫ ଓ ୧୬ ତାରିଖରେ ଭବ୍ୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରାଯିବ। ୧୭ ତାରିଖରେ ଆସିବାକୁ ଥିବା ଅତିଥି କେଉଁଠି ବସିବେ, ଯଜ୍ଞ କେଉଁଠି ହେବ ଏ ସବୁ ବିଷୟ ଉପରେ ଆଲୋଚନା ହୋଇଛି। ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଛନ୍ତି, ଲୋକାର୍ପଣ କାର୍ଯ୍ୟକ୍ରମରେ ୬୫୦ ନିମନ୍ତ୍ରିତ ଅତିଥି ଯୋଗଦେବେ। ଯଜ୍ଞସ୍ଥଳୀରେ ସୀମିତ ନିମନ୍ତ୍ରିତ ଅତିଥି ବସିବା ପାଇଁ ବ୍ୟବସ୍ଥା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର