ସଂକ୍ରମଣ ସହ ରାଜଧାନୀରେ ବଢୁଛି କଣ୍ଟେନମେଣ୍ଟ ଜୋନ୍‌ : ବିଏମସି ପକ୍ଷରୁ ଆଉ ୧୧ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

The Sakala Picture
Published On

ଭୁବନେଶ୍ବର : କରୋନା ସଂକ୍ରମଣ ସହ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବଢୁଛି କଣ୍ଟେନମେଣ୍ଟ ଜୋନ୍‌। ୩ ଦିନରେ ବିଏମସିରେ ୨୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିସାରିଲାଣି। ପ୍ରତି ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ପରେ ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟେକ କଣ୍ଟେନମେଣ୍ଟ କଟକଣା ୭ଦିନ ପାଇଁ ବଳବତ୍ତର ରହିବ । ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ବିଏମସି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବ । ଏହାରି ମଧ୍ୟରେ ବିଏମସି ପକ୍ଷରୁ […]

ଭୁବନେଶ୍ବର : କରୋନା ସଂକ୍ରମଣ ସହ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବଢୁଛି କଣ୍ଟେନମେଣ୍ଟ ଜୋନ୍‌। ୩ ଦିନରେ ବିଏମସିରେ ୨୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିସାରିଲାଣି। ପ୍ରତି ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ପରେ ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟେକ କଣ୍ଟେନମେଣ୍ଟ କଟକଣା ୭ଦିନ ପାଇଁ ବଳବତ୍ତର ରହିବ । ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ବିଏମସି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବ ।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ଏହାରି ମଧ୍ୟରେ ବିଏମସି ପକ୍ଷରୁ ଆଉ ୧୧ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଦକ୍ଷିଣ-ପୂର୍ବ ଜୋନର ୭ଟି, ଉତ୍ତର ଜୋନର ୪ଟି ଜୋନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ସବୁ ଅଂଚଳରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ଏହି ଅଂଚଳକୁ କେହି ବାହାର ଲୋକ ଆସିପାରିବେ ନାହିଁ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଗୁଜବକୁ ନେଇ ଭୟଭୀତ ହେବାର କାରଣ ନାହିଁ, ସ୍ପଷ୍ଟ କଲେ ଆଇଏମଡି ଡିଜି

ବୁଦ୍ଧ ପାର୍କ ନିକଟ ୧୪ ନମ୍ବର ୱାର୍ଡର J-208 ପ୍ଲଟ୍ ଓ ନିଳାଦ୍ରୀବିହାର ପ୍ଲଟ ନମ୍ବର S5/166 କଣ୍ଟେନମେଣ୍ଟ ଜୋନ୍ । ସେହିପରି ସତ୍ୟ ବିହାର ୧୮ ନମ୍ବର ୱାର୍ଡର ପ୍ଲଟ 1094 ଓ ଗଜପତି ନଗର ଶିବ ପ୍ଲାଜା ଫ୍ଲାଟ 103କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ସୂଚନା ଦେଇଛନ୍ତି ନର୍ଥ ଯୋନ ଡେ଼ପୁଟି କମିଶନର ପୁରନ୍ଦର ନନ୍ଦ ।

ଆହୁରି ପଢ଼ନ୍ତୁ: ଗଣେଶ ଭସାଣିବେଳେ ଅଘଟଣ, ଜେନେରେଟରରେ ନିଆଁ ଲାଗି ୫ ଶିଶୁ ଗୁରୁତର

ସେହିପରି ବିଏମସି ଦକ୍ଷିଣ ପୂର୍ବ ଯୋନର ୭ଟି ସ୍ଥାନ ହୋଇଛି କଣ୍ଟେନମେଣ୍ଟ । ବମୀଖାଲ ପ୍ଲଟ ନମ୍ବର 223/1752, ସହୀଦ ନଗର ପ୍ଲଟ ନମ୍ବର 20 ଓ 21, ଖାରବେଳ ନଗର ପ୍ଲଟ ନମ୍ବର 09, ବଡଗଡ଼ ପତିତପାବନ ନଗର ଲେନ-1, କେନାଲ ରୋଡ ପ୍ଲଟ ନମ୍ବର 1164/8588, ଟଙ୍କପାଣି ରୋଡ ରତ୍ନ ନିବାସ 19-B, ଓଲଡ଼ ଟାଉନ ଅଖରପୁରୀ ହାଉସିଂ ବୋର୍ଡ଼ ପ୍ଲଟ ନମ୍ବର 14, ଓଲଡ଼ ଟାଉନ ଗଙ୍ଗା ଯମୁନା ରୋଡ ପ୍ଲଟ ନମ୍ବର 3314/4736କୁ କଣ୍ଟେନମେଣ୍ଟ ହୋଇଥିବା ସୂଚନା ଦେଇଛନ୍ତି ବିଏମସି ଦକ୍ଷିଣ ପୂର୍ବ ଯୋନ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୮୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର