ବ୍ୟତିକ୍ରମ

Deviprasad Mohanty Picture
Published On

ରାଜନୀତି ଓ ନୀତି ପରସ୍ପର ଅଙ୍ଗାଙ୍ଗୀ ଜଡ଼ିତ। ନୀତିହୀନ ରାଜନୀତି ସମାଜ ପାଇଁ କ୍ଷତିକାରକ ଓ ବିନା ନୀତିରେ ରାଜନୀତି ମୂଲ୍ୟହୀନ। କ୍ଷମତା ହାସଲ ରାଜନୀତିର ଉଦ୍ଦେଶ୍ୟ ନୁହେଁ; ଉଚ୍ଚ ରାଜନୈତିକ ମୂଲ୍ୟବୋଧ ଦ୍ୱାରା ଲୋକଙ୍କ କଲ୍ୟାଣ କରିବା ଏହାର ପ୍ରମୁଖ ଲକ୍ଷ୍ୟ। ମହାତ୍ମା ଗାନ୍ଧୀଙ୍କ ଅହିଂସା, ଗୌତମବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ, ମହାବୀର ଜୈନଙ୍କ ନିଷ୍କାମ ସାଧନା ଓ ଭୀମଭୋଇଙ୍କ ଜୀବନ ଦର୍ଶନର ଏକ ମିଳିତ ସମ୍ମିଶ୍ରଣ ହେଉଛି ନବୀନଙ୍କ ଜୀବନ। ସେହି ଦୃଷ୍ଟିରୁ ନବୀନ ହେଉଛନ୍ତି ଜଣେ ବ୍ୟତିକ୍ରମ ମୁଖ୍ୟମନ୍ତ୍ରୀ, ଭିନ୍ନ ରାଜନେତା। 

ରାସ୍ତାକୁ ଓହ୍ଲାଇଲେ ଲୋକଙ୍କ ଥାଟପଟାଳି ଭାଙ୍ଗେ, ହାତ ହଲାଇଦେଲେ ଅୟୁତ ହୃଦୟରେ ଆନନ୍ଦର ପ୍ଳାବନ ଖେଳିଯାଏ। ଆଉ ହସିଦେଲେ ଚିର ସୁଗନ୍ଧିତ ଫୁଲର ବାସ୍ନାରେ ମହକି ଯାଏ କୋଟିକୋଟି ଲୋକଙ୍କ ମନ। ଓଡ଼ିଶା ହେଉଛି ତାଙ୍କର ଜୀବନ,  ଓଡ଼ିଶାବାସୀ ହେଉଛନ୍ତି ତାଙ୍କର ପରିବାର, ପ୍ରତ୍ୟେକ ଜୀବନ ତାଙ୍କ ପାଇଁ ମୂଲ୍ୟବାନ। କୋଟିକୋଟି ଓଡ଼ିଆ ପରିବାରର ସେ ଅଘୋଷିତ ମୁରବୀ। କ୍ଷମତାରେ ଥାଆନ୍ତୁ ବା ନ ଥାଆନ୍ତୁ, ଓଡ଼ିଶା ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଓ ପ୍ରତି ଓଡ଼ିଆର ବ୍ୟଥା ତାଙ୍କ ପାଇଁ ମର୍ମାନ୍ତିକ। ଦୀର୍ଘ ୨୪ ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ କେବଳ ଶାସନରେ ରେକର୍ଡ କରି ନାହାନ୍ତି; ଓଡ଼ିଶାକୁ ବିକାଶର ନଭଶ୍ଚୁମ୍ଭୀ ଶିଖରରେ ପହଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। ତାଙ୍କର ନୀତି ଦେଶରେ ‘ନବୀନ ନୀତି’ ରୂପେ ପରିଚିତି ପାଇଛି, ତାଙ୍କର ଆଦର୍ଶ ସାରା ଦେଶରେ ପ୍ରଶଂସିତ ହୋଇଛି, ତାଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ହୋଇଛି। ତାଙ୍କର ଯୋଜନା ‘ନିତି’ ବୈଠକରୁ ଆରମ୍ଭ କରି ଜାତିସଂଘ ପର୍ଯ୍ୟନ୍ତ ଗ୍ରହଣୀୟ ହୋଇଛି।  କର୍ଦ୍ଦମାକ୍ତ ରାଜନୀତି ତାଙ୍କ ବ୍ୟକ୍ତିତ୍ୱକୁ ଛୁଇଁ ପାରିନାହିଁ; ବ୍ୟକ୍ତିଗତ ବିଦ୍ୱେଷ,  ପାରସ୍ପରିକ ଆକ୍ଷେପ, କୁତ୍ସାରଟନା ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବାକୁ ସକ୍ଷମ ହୋଇନାହିଁ। ତାଙ୍କ ମତରେ  ରାଜନୀତି ଓ ନୀତି ପରସ୍ପର ଅଙ୍ଗାଙ୍ଗୀ ଜଡ଼ିତ। ନୀତିହୀନ ରାଜନୀତି ସମାଜ ପାଇଁ କ୍ଷତିକାରକ ଓ ବିନା ନୀତିରେ ରାଜନୀତି ମୂଲ୍ୟହୀନ। କ୍ଷମତା ହାସଲ ରାଜନୀତିର ଉଦ୍ଦେଶ୍ୟ ନୁହେଁ; ଉଚ୍ଚ ରାଜନୈତିକ ମୂଲ୍ୟବୋଧ ଦ୍ୱାରା ଲୋକଙ୍କ କଲ୍ୟାଣ କରିବା ଏହାର ପ୍ରମୁଖ ଲକ୍ଷ୍ୟ। ମହାତ୍ମା ଗାନ୍ଧୀଙ୍କ ଅହିଂସା, ଗୌତମବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ, ମହାବୀର ଜୈନଙ୍କ ନିଷ୍କାମ ସାଧନା ଓ ଭୀମଭୋଇଙ୍କ ଜୀବନ ଦର୍ଶନର ଏକ ମିଳିତ ସମ୍ମିଶ୍ରଣ ହେଉଛି ନବୀନଙ୍କ ଜୀବନ। ସେହି ଦୃଷ୍ଟିରୁ ନବୀନ ହେଉଛନ୍ତି ଜଣେ ବ୍ୟତିକ୍ରମ ମୁଖ୍ୟମନ୍ତ୍ରୀ, ଭିନ୍ନ ରାଜନେତା। 

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ନିରାସକ୍ତି ହେଉଛି ମଣିଷର ସର୍ବୋଚ୍ଚ ଗୁଣ ଓ ଏହା ମଣିଷକୁ ଏକ ମଣିରେ ପରିଣତ କରିପାରେ। ରାଜପଦ ତ୍ୟାଗ କରି ଲୁମ୍ବିନୀ ଓ ବର୍ଦ୍ଧମାନର ଯୁବରାଜ ଯେଉଁ ପଥକୁ ବାଛିଥିଲେ, ତାହା ଥିଲା ସାଧାରଣ ମାନବିକ ପ୍ରକୃତିର ସମ୍ପୂର୍ଣ୍ଣ ବିପରୀତ। ଯୁବରାଜ ଗୌତମ ଉଭୟ ଆସକ୍ତି ତ୍ୟାଗ କରି ନିରାସକ୍ତ ହୋଇଥିଲେ। ଅନୁରୂପ ଭାବରେ ବୁଦ୍ଧ ଓ ମହାବୀରଙ୍କ ପଦାଙ୍କ ଅନୁସରଣ କରି ଏକ ସୁସ୍ଥ, ସ୍ୱଚ୍ଛନ୍ଦ, ସାବଲୀଳ ଜୀବନ ଛାଡ଼ି ଏକ ଆର୍ଥିକ ରୁଗ୍‌ଣ, ବାତ୍ୟା ବିଧ୍ୱସ୍ତ ରାଜ୍ୟର ଶାସନ ଭାର ନେବାକୁ ଆଗେଇ ଆସିଥିଲେ ନବୀନ ପଟ୍ଟନାୟକ। ସମ୍ଭ୍ରାନ୍ତ ବନ୍ଧୁଙ୍କ ସାନ୍ନିଧ୍ୟ ଛାଡ଼ି ଓଡ଼ିଶାର ଚାଷୀ, ମହିଳା, ଆଦିବାସୀଙ୍କ ସେବା କରିବା ଲାଗି ପଣ କରିଥିଲେ। ଏହାର ଫଳଶ୍ରୁତି ଥିଲା ଅତ୍ୟନ୍ତ ଚମକପ୍ରଦ। ବଦଳି ଯାଇଥିଲା ଦେଶର ସବୁଠୁ ଦୁର୍ବଳ, ଆର୍ଥିକ ରୁଗ୍‌ଣ, ମହାବାତ୍ୟା ଓ ମହାମାରୀ ପ୍ରବଣ ଓଡ଼ିଶାର କାୟାକଳ୍ପ। ତାଙ୍କ ହାତର କାଉଁରୀ ଛୁଆଁ ଓଡ଼ିଶାର ସଫଳତା ଓ ସୁନାମକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲା। 
ଓଡ଼ିଆଙ୍କ ବିକାଶ, ସମୃଦ୍ଧ  ଓଡ଼ିଶା ଗଠନ ନିମନ୍ତେ ସ୍ୱପ୍ନ ଦେଖୁଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପଦାଙ୍କ ଅନୁସରଣ କରି ନବୀନ ଆଙ୍କିଥିଲେ ବିକାଶ ନକ୍ସା। ତାଙ୍କର ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା, ମହିଳା ଓ କୃଷକଙ୍କ ସଶକ୍ତିକରଣ, ଶିଳ୍ପ ସ୍ଥାପନ, ସ୍ଥାନୀୟ ନିଯୁକ୍ତି କାର୍ଯ୍ୟକ୍ରମ ବଦଳାଇ ଦେଇଥିଲା ଓଡ଼ିଶାର ରୂପରେଖ।  ସାଧାରଣ ଗରିବ ରୋଗୀର ଘରୋଇ ଡାକ୍ତରଖାନାରେ ଚିକିତ୍ସା ସ୍ୱପ୍ନକୁ ପୂରଣ କରିଥିଲା ‘ବିଏସ୍‌କେୱାଇ’। ରାଜ୍ୟର ୮୦ଲକ୍ଷ ମହିଳାଙ୍କୁ ଆର୍ଥିକ ଓ ସାମାଜିକସ୍ତରରେ ସ୍ୱାବଲମ୍ବୀ କରିଥିବା ‘ମିଶନ ଶକ୍ତି’ ଦେଶର ଶ୍ରେଷ୍ଠ ମଡେଲ ଭାବରେ ବିବେଚିତ ହୋଇଥିଲା। ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଥିଲା ‘କାଳିଆ’ ଓ ‘ବଳରାମ’ ପରି ଯୋଜନା। 

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କୁ ପ୍ରାଧାନ୍ୟ ଓଡ଼ିଶାକୁ ସାରା ଦେଶରେ ଦେଇଥିଲା ନୂଆ ପରିଚୟ। ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୧୫% ସଂରକ୍ଷଣ, ‘ନୂଆ-ଓ’ ଯୋଜନାରେ କଲେଜ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ବୃତ୍ତି ଥିଲା ସମ୍ପୂର୍ଣ୍ଣ ନୂତନ ପଦକ୍ଷେପ। ରୂପାନ୍ତରଣ ଯୋଜନାରେ ରାଜ୍ୟର ଶିକ୍ଷାନୁଷ୍ଠାନ ନୂତନ ରୂପ। ପରିକ୍ରମା ପ୍ରକଳ୍ପ ଶ୍ରୀକ୍ଷେତ୍ର ପୁରୀର ଛବିକୁ ବଦଳାଇ ଦେଇଥିଲା। ରୂପାନ୍ତରଣ ଢ଼ାଞ୍ଚାରେ ବଦଳିଥିଲା ମହାପ୍ରଭୁ ଲିଙ୍ଗରାଜ, ତାରାତାରିଣୀ, ସମଲେଶ୍ୱରୀ ସହ ରାଜ୍ୟର ପ୍ରମୁଖ ଧାର୍ମିକ ପୀଠର କାୟାକଳ୍ପ। ସରକାରରେ ସ୍ୱଚ୍ଛତା ସହ ପ୍ରଶାସନକୁ ଦକ୍ଷ କରାଯିବା ନିମନ୍ତେ ଆରମ୍ଭ ହୋଇଥିଲା ‘ମୋ ସରକାର’। ସରକାରୀ କାର୍ଯ୍ୟାନ୍ୱୟନ ପଦ୍ଧତିକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ନିମନ୍ତେ କାର୍ଯ୍ୟକାରୀ ହୋଇଥିଲା ‘୫-ଟି’ ବ୍ୟବସ୍ଥା। ନବୀନଙ୍କ ପଦକ୍ଷେପର ଫଳଶ୍ରୁତି ସ୍ୱରୂପ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାକୁ ମିଳିଥିଲା ଅନ୍ତର୍ଜାତୀୟ ସମ୍ମାନ। ବିପର୍ଯ୍ୟୟ ପରିଚାଳନାରେ ବିପୁଳ ସଫଳତା ପାଇଁ ମିଳିତ ଜାତିସଂଘ ଦେଇଥିଲା ସ୍ୱୀକୃତି। କ୍ରୀଡ଼ା କ୍ଷେତ୍ରର ରୂପାନ୍ତରଣ ଓ କ୍ରୀଡ଼ା ଆୟୋଜନରେ ସଫଳତା ପାଇଁ ଦେଶର କ୍ରୀଡ଼ା ହବ୍‌ରେ ପରିଣତ ହୋଇଥିଲା ଓଡ଼ିଶା। ଭୋକର ଭୂଗୋଳ ଓଡ଼ିଶା ଦେଶର ୪ର୍ଥ ଶ୍ରେଷ୍ଠ ଚାଉଳ ଯୋଗାଣକାରୀ ଓ ନିଅଣ୍ଟିଆରୁ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇ ପାରିଥିଲା। ଜଳସେଚନ, ଜଳ ଯୋଗାଣ, ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ସାମାଜିକ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ବିକାଶର ଅଗ୍ରଦୂତ ସାଜିଥିଲା, ସରକାରୀ ସେବା ହୋଇଥିଲା ଲୋକାଭିମୁଖୀ। 

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ସମାନତା ହେଉଛି ଏକ ରାଜନୈତିକ ମୂଲ୍ୟବୋଧ, ଯାହା ସୁନିଶ୍ଚିତ କରିବା ଶାସନ ମୁଖ୍ୟଙ୍କ ଦାୟିତ୍ୱ। ଜ୍ୟାମିତିକ ସମାନତା ରାଜନୈତିକ ନ୍ୟାୟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥାଏ ଓ ସାଧାରଣ ଲୋକଙ୍କ କଲ୍ୟାଣକୁ ସୁନିଶ୍ଚିତ କରିଥାଏ।  ଶାସ୍ତ୍ରରେ କୁହାଯାଇଛି, ଯେଉଁଠି ଆଇନ ନ୍ୟାୟସଙ୍ଗତ ନୁହେଁ, ତେବେ ତାହା ଅଦରକାରୀ ଓ ସାଧାରଣ ଲୋକଙ୍କ ପାଇଁ ଅହିତକର। ନବୀନ ଏହାକୁ ବୁଝିଥିଲେ ଓ କାର୍ଯ୍ୟରେ ବି ପରିଣତ କରିଥିଲେ।  ସେଇଥିପାଇଁ ନବୀନ ଭିନ୍ନ, ଅନନ୍ୟ ଓ ସ୍ୱତନ୍ତ୍ର। ରାଜନୀତିର ସମୟ ଚକ୍ର ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ପଦଚ୍ୟୂତ କରିଛି ସିନା; ଏବେ ବି ସେ ରାଜ୍ୟର କୋଟିକୋଟି ଲୋକଙ୍କ ହୃଦୟର ମୁଖ୍ୟମନ୍ତ୍ରୀ।  

ଆଜି ତାଙ୍କ ଜନ୍ମ ଦିନ। ଏହି ଅବସରରେ ତାଙ୍କୁ ଅୟୁତ ଅୟୁତ ଶୁଭ କାମନା ଜଣାଉଛୁ ଓ ଦୀର୍ଘ ନିରାମୟ ଜୀବନ କାମନା କରୁଛୁ।

 ାା ମାନସ ମଙ୍ଗରାଜ  ାା
ସାଂସଦ, ରାଜ୍ୟସଭା

16 Oct 2025 By Deviprasad Mohanty

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର