ଟ୍ରମ୍ପଙ୍କ ଆଉ ଏକ ବିବାଦୀୟ ବୟାନ : ‘ଅପରେସନ୍ ସିନ୍ଦୂର’ରେ ୫ଟି ଜେଟ୍ ବିମାନ ଖସିଛି

The Sakala Picture
Published On

ୱାସିଂଟନ : ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ ନେଇ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ ଗତ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷ ସମୟରେ ୫ଟି ଜେଟ୍ ବିମାନକୁ ଧ୍ବଂସ କରାଯାଇଛି। ତେବେ ଯୁଦ୍ଧ ବିମାନ କାହାର ଖସିଛି ଏବଂ କିଏ ଖସାଇଛି, ତାହା ସେ କହି ନାହାନ୍ତି। ଏହାସହିତ ସେ ପୁଣି ଦୋହରାଇଛନ୍ତି ଯେ ତାଙ୍କର […]

ୱାସିଂଟନ : ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ ନେଇ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ ଗତ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷ ସମୟରେ ୫ଟି ଜେଟ୍ ବିମାନକୁ ଧ୍ବଂସ କରାଯାଇଛି। ତେବେ ଯୁଦ୍ଧ ବିମାନ କାହାର ଖସିଛି ଏବଂ କିଏ ଖସାଇଛି, ତାହା ସେ କହି ନାହାନ୍ତି। ଏହାସହିତ ସେ ପୁଣି ଦୋହରାଇଛନ୍ତି ଯେ ତାଙ୍କର ମଧ୍ୟସ୍ଥତା ଯୋଗୁଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ହ୍ବାଇଟ୍ ହାଉସରେ ରିପବ୍ଲିକାନ ସିନେଟରଙ୍କ ସମ୍ମାନରେ ଆୟୋଜିତ ନୈଶଭୋଜି ସଭାରେ ରାଷ୍ଟ୍ରପତି ଟ୍ରମ୍ପ ଦେଇଥିବା ଉପରୋକ୍ତ ବୟାନ ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। କାରଣ ଭାରତ ବାରମ୍ବାର କହି ଆସୁଛି ଯେ ଭାରତ-ପାକ୍ ଯୁଦ୍ଧ ବିରତିରେ ତୃତୀୟ ପକ୍ଷର କୌଣସି ଭୂମିକା ନଥିଲା। ନୈଶଭୋଜି ସଭାରେ ଟ୍ରମ୍ପ କହିଲେ ଯେ ଭାରତ ଓ ପାକିସ୍ତାନ ଭୟଙ୍କର ଭାବେ ଲଢ଼ୁଥିଲେ। ଏଥିରେ ୫ଟି ଜେଟ୍ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା। ଉଭୟ ଦେଶ ପରସ୍ପରକୁ ମାଡ଼ କରୁଥିଲେ। ଭାରତ ଏବଂ ପାକିସ୍ତାନ ପରମାଣୁ ରାଷ୍ଟ୍ର ହୋଇଥିବାରୁ ଏହି ସଂଘର୍ଷ ପରମାଣୁ ଯୁଦ୍ଧ ଆଡ଼କୁ ମୁହାଁଉଥିବା ଭଳି ମନେ ହେଉଥିଲା। ଏହା ହୋଇଥିଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାଆନ୍ତା। ଏଥିରେ ସେ ତୁରନ୍ତ ହସ୍ତକ୍ଷେପ କରି ଉଭୟ ଦେଶକୁ ଯୁଦ୍ଧବିରତି ପାଇଁ ରାଜି କରାଇଥିଲେ। ସେମାନଙ୍କୁ କୁହାଯାଇଥିଲା ଯେ ଯୁଦ୍ଧବିରତି ନକଲେ ଆମେରିକା ସେମାନଙ୍କ ସହିତ ବାଣିଜ୍ୟ କାରବାର ବନ୍ଦ କରିଦେବ। ଏହାପରେ ଯୁଦ୍ଧବିରତି ହୋଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଟ୍ରମ୍ପଙ୍କ ଏହି ବୟାନ ପୁଣି ବିବାଦ ସୃଷ୍ଟି କରିଛି। କାରଣ ସେ କହିଛନ୍ତି ଏହି ୪ ଦିନର ସଂଘର୍ଷରେ ୫ଟି ଜେଟ୍ ବିମାନ ଖସିଛି। ତେବେ ଏହି ଲଢ଼ୁଆ ବିମାନ କାହାର ଥିଲା ଏବଂ କିଏ ଖସାଇଛି। ଲଢ଼ୁଆ ବିମାନ ଉଭୟ ଦେଶର ଥିଲା ନା ଗୋଟିଏ ଦେଶର ଥିଲା, ତାହା ସେ ସ୍ପଷ୍ଟ କରି ନାହାନ୍ତି। କାରଣ ଭାରତ ସରକାର ଏହାର ୪ କି ୫ଟି ଜେଟ୍ ବିମାନକୁ ଖସାଇଥିଲା ବୋଲି ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା। ପୁଣି ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା ନେଇ ଟ୍ରମ୍ପଙ୍କ ଦାବିକୁ ଭାରତ ମିଛ ବୋଲି କହି ଆସୁଛି। ଏହାସତ୍ତ୍ବେ ଟ୍ରମ୍ପ ଆଜିକୁ ମିଶାଇ ୨୦ରୁ ଅଧିକ ଥର କହିଲେଣି ଯେ ତାଙ୍କର ମଧ୍ୟସ୍ଥତା ଯୋଗୁଁ ଭାରତ-ପାକିସ୍ତାନ ସଂଘର୍ଷ ବିରତି ହୋଇଛି।

ଆହୁରି ପଢ଼ନ୍ତୁ: "ଭଉଣୀକୁ ଘରେ ରଖିବି ନାହିଁ": ମେଘାଳୟ ହନିମୁନ୍ ହତ୍ୟା ମାମଲାରେ ସୋନମ ରଘୁବଂଶୀଙ୍କୁ ଜାମିନ ମିଳିବା ପରେ ଭାଇଙ୍କ ବଡ଼ ବୟାନ

ସୂଚନାଯୋଗ୍ୟ ଯେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପ୍ରଥମ ପର୍ଯ୍ୟାୟରେ ମେ ୭ ତାରିଖରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପାକିସ୍ତାନର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିଲା। ୪ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ପାକିସ୍ତାନର ବ୍ୟାପକ ସାମରିକ କ୍ଷତି ହୋଇଥିଲା। ଶେଷରେ ପାକିସ୍ତାନ ଅନୁରୋଧ କ୍ରମେ ମେ ୧୦ ତାରିଖରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା।

20 Jul 2025 By The Sakala

ଟ୍ରମ୍ପଙ୍କ ଆଉ ଏକ ବିବାଦୀୟ ବୟାନ : ‘ଅପରେସନ୍ ସିନ୍ଦୂର’ରେ ୫ଟି ଜେଟ୍ ବିମାନ ଖସିଛି

ୱାସିଂଟନ : ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ ନେଇ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ ଗତ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷ ସମୟରେ ୫ଟି ଜେଟ୍ ବିମାନକୁ ଧ୍ବଂସ କରାଯାଇଛି। ତେବେ ଯୁଦ୍ଧ ବିମାନ କାହାର ଖସିଛି ଏବଂ କିଏ ଖସାଇଛି, ତାହା ସେ କହି ନାହାନ୍ତି। ଏହାସହିତ ସେ ପୁଣି ଦୋହରାଇଛନ୍ତି ଯେ ତାଙ୍କର ମଧ୍ୟସ୍ଥତା ଯୋଗୁଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା।

ହ୍ବାଇଟ୍ ହାଉସରେ ରିପବ୍ଲିକାନ ସିନେଟରଙ୍କ ସମ୍ମାନରେ ଆୟୋଜିତ ନୈଶଭୋଜି ସଭାରେ ରାଷ୍ଟ୍ରପତି ଟ୍ରମ୍ପ ଦେଇଥିବା ଉପରୋକ୍ତ ବୟାନ ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। କାରଣ ଭାରତ ବାରମ୍ବାର କହି ଆସୁଛି ଯେ ଭାରତ-ପାକ୍ ଯୁଦ୍ଧ ବିରତିରେ ତୃତୀୟ ପକ୍ଷର କୌଣସି ଭୂମିକା ନଥିଲା। ନୈଶଭୋଜି ସଭାରେ ଟ୍ରମ୍ପ କହିଲେ ଯେ ଭାରତ ଓ ପାକିସ୍ତାନ ଭୟଙ୍କର ଭାବେ ଲଢ଼ୁଥିଲେ। ଏଥିରେ ୫ଟି ଜେଟ୍ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା। ଉଭୟ ଦେଶ ପରସ୍ପରକୁ ମାଡ଼ କରୁଥିଲେ। ଭାରତ ଏବଂ ପାକିସ୍ତାନ ପରମାଣୁ ରାଷ୍ଟ୍ର ହୋଇଥିବାରୁ ଏହି ସଂଘର୍ଷ ପରମାଣୁ ଯୁଦ୍ଧ ଆଡ଼କୁ ମୁହାଁଉଥିବା ଭଳି ମନେ ହେଉଥିଲା। ଏହା ହୋଇଥିଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାଆନ୍ତା। ଏଥିରେ ସେ ତୁରନ୍ତ ହସ୍ତକ୍ଷେପ କରି ଉଭୟ ଦେଶକୁ ଯୁଦ୍ଧବିରତି ପାଇଁ ରାଜି କରାଇଥିଲେ। ସେମାନଙ୍କୁ କୁହାଯାଇଥିଲା ଯେ ଯୁଦ୍ଧବିରତି ନକଲେ ଆମେରିକା ସେମାନଙ୍କ ସହିତ ବାଣିଜ୍ୟ କାରବାର ବନ୍ଦ କରିଦେବ। ଏହାପରେ ଯୁଦ୍ଧବିରତି ହୋଇଥିଲା।

ଟ୍ରମ୍ପଙ୍କ ଏହି ବୟାନ ପୁଣି ବିବାଦ ସୃଷ୍ଟି କରିଛି। କାରଣ ସେ କହିଛନ୍ତି ଏହି ୪ ଦିନର ସଂଘର୍ଷରେ ୫ଟି ଜେଟ୍ ବିମାନ ଖସିଛି। ତେବେ ଏହି ଲଢ଼ୁଆ ବିମାନ କାହାର ଥିଲା ଏବଂ କିଏ ଖସାଇଛି। ଲଢ଼ୁଆ ବିମାନ ଉଭୟ ଦେଶର ଥିଲା ନା ଗୋଟିଏ ଦେଶର ଥିଲା, ତାହା ସେ ସ୍ପଷ୍ଟ କରି ନାହାନ୍ତି। କାରଣ ଭାରତ ସରକାର ଏହାର ୪ କି ୫ଟି ଜେଟ୍ ବିମାନକୁ ଖସାଇଥିଲା ବୋଲି ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲା। ପୁଣି ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା ନେଇ ଟ୍ରମ୍ପଙ୍କ ଦାବିକୁ ଭାରତ ମିଛ ବୋଲି କହି ଆସୁଛି। ଏହାସତ୍ତ୍ବେ ଟ୍ରମ୍ପ ଆଜିକୁ ମିଶାଇ ୨୦ରୁ ଅଧିକ ଥର କହିଲେଣି ଯେ ତାଙ୍କର ମଧ୍ୟସ୍ଥତା ଯୋଗୁଁ ଭାରତ-ପାକିସ୍ତାନ ସଂଘର୍ଷ ବିରତି ହୋଇଛି।

ସୂଚନାଯୋଗ୍ୟ ଯେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପ୍ରଥମ ପର୍ଯ୍ୟାୟରେ ମେ ୭ ତାରିଖରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପାକିସ୍ତାନର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିଲା। ୪ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ପାକିସ୍ତାନର ବ୍ୟାପକ ସାମରିକ କ୍ଷତି ହୋଇଥିଲା। ଶେଷରେ ପାକିସ୍ତାନ ଅନୁରୋଧ କ୍ରମେ ମେ ୧୦ ତାରିଖରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର