କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବିବାରରେ  ପୈତୃକ ସମ୍ପତ୍ତି ହାସଲ କରିବାରେ ଆସୁଥିବା ବାଧା ଦୂର ହେବ। ସୋମ, ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ରରେ ପୂର୍ଣ୍ଣ ଆଗ୍ରହ ସହ କାର୍ଯ୍ୟ କରିବେ। ଗୁରୁ, ଶୁକ୍ରବାରରେ  ଦାମ୍ପତ୍ୟ ଜୀବନରେ ଭୁଲ୍‌ ବୁଝାମଣା ଦେଖାଦେଇପାରେ। ଶନିବାରରେ ବ୍ୟବସାୟୀମାନଙ୍କୁ ଆଶାଠାରୁ ଅଧିକ ଲାଭ ମିଳିପାେର। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: ରବିବାରରେ  ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସୋମ, ମଙ୍ଗଳ, ବୁଧବାରରେ ଘରେ ଶାନ୍ତିଶୃଙ୍ଖଳା ରହିବ। ମହିଳାମାନଙ୍କ ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ପ୍ରକାଶ ପାଇବ। ଗୁରୁ ,ଶୁକ୍ରବାରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ କରି ଅନିଶ୍ଚିତତାରେ ରହିବେ। ବିଭିନ୍ନ କ୍ଷେତ୍ରରେ  ସଫଳତା ପାଇବେ। ଶନିବାରରେ ପଦୋନ୍ନତିର ଯୋଗ ରହିଛି। 

ଆହୁରି ପଢ଼ନ୍ତୁ: Friday horoscope: ଶୁକ୍ରବାର ରାଶିଫଳ ( ୦୬-୦୨-୨୦୨୬ )

ମିଥୁନ: ରବିବାରରେ ମନ ବିଚଳିତ ହୋଇପାରେ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ସୋମ, ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ରରେ ପରିବର୍ତ୍ତନ ସହିତ ପ୍ରଗତିର ସମ୍ଭାବନା ରହିଛି। ଗୁରୁ, ଶୁକ୍ରବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଶନିବାରରେ ସମସ୍ୟା ଦୂର ହେବ। ଦୂରଯାତ୍ରା ଯୋଗ ରହିଛି।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୨-୦୨-୨୦୨୬ )

କର୍କଟ: ରବିବାରରେ ସମାଜରେ ସମ୍ମାନିତ ହେବେ । ଭାଇଭଉଣୀଙ୍କ ସହଯୋଗ ପାଇବେ। ସୋମ, ମଙ୍ଗଳ, ବୁଧବାରରେ କଠୋର ପରିଶ୍ରମ ଓ ଧୈର୍ଯ୍ୟ ଶକ୍ତି  ପାଇଁ ସଫଳତା ପାଇବେ। ଗୁରୁ, ଶୁକ୍ରବାରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଘରକୁ ହଠାତ୍‌ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ଶନିବାର କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ। 

ସିଂହ: ରବିବାରରେ ମନରୁ ଖରାପ ଭାବନା ଅପସରି ଯିବ। ସୋମ, ମଙ୍ଗଳ, ବୁଧବାରରେ ବ୍ୟୟ କମ୍ ରହିବ । ସମୟାନୁବର୍ତ୍ତିତା ପାଇଁ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଗୁରୁ, ଶୁକ୍ରବାରରେ ନିଜର ପ୍ରିୟବନ୍ଧୁଙ୍କ ସହ ମନୋମାଳିନ୍ୟ ଦେଖାଦେବ। ଶନିବାରରେ ମହିଳାମାନେ ସହକର୍ମୀଙ୍କଠାରୁ ସହଯୋଗ ପାଇବେ ।

ତୁଳା: ରବିବାରରେ ବିଭିନ୍ନ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେବ। ପରିବାରରେ ଲାଗିରହିଥିବା ସମସ୍ୟା ଅପସରି ଯିବ।  ସୋମ, ମଙ୍ଗଳ,ବୁଧବାରରେ କ୍ୟାରିୟର ପାଇଁ ଚିନ୍ତିତ ରହିବେ। ଭ୍ରମଣଯୋଗ ରହିଛି। ଗୁରୁ,ଶୁକ୍ରବାରରେ  ବ୍ୟବସାୟ ପ୍ରସାରିତ ହେବ । ଶନିବାରରେ ସାମାଜିକ ଦାୟିତ୍ବବୋଧ ବୃଦ୍ଧି ପାଇବାକୁ ଲାଗିବ।   

କନ୍ୟା: ରବିବାରରେ  କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ପାଇବେ। ସୋମ, ମଙ୍ଗଳ, ବୁଧବାରରେ ସମାଜରେ ମାନସମ୍ମାନର ଅଧିକାରୀ ହେବେ । ଗୁରୁ, ଶୁକ୍ରବାରରେ ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ଦେଖାଦେବ। ଶନିବାରରେ ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ। ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ।

ବିଛା: ରବିବାରରେ  କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ କରିପାରନ୍ତି।  ସୋମ, ମଙ୍ଗଳ, ବୁଧବାରରେ  ମନରେ ବ୍ୟାକୁଳତା ଅନୁଭବ ହେବ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ଗୁରୁ, ଶୁକ୍ରବାରରେ ଚିନ୍ତାରେ ବୁଡ଼ି ରହିବେ। ଶନିବାରରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ। 

ଧନୁ: ରବିବାରରେ  ଅଫିସ୍ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ସୋମ, ମଙ୍ଗଳ, ବୁଧବାରରେ କୌଣସି ବିହାହ ପ୍ରସ୍ତାବ ଆସିପାରେ। ସଫଳତା ପାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବେ। ଗୁରୁ, ଶୁକ୍ରବାରରେ ମନରେ ପ୍ରସନ୍ନତା ଭାବ ପ୍ରକାଶ ପାଇବ। ଶନିବାରରେ ବ୍ୟବସାୟରେ  ଉତ୍ତମ ଲାଭ ହେବ।

ମକର: ରବିବାରରେ କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ସାଙ୍ଗସାଥୀଙ୍କ ସହ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୋମ, ମଙ୍ଗଳ, ବୁଧବାରରେ ବିଭିନ୍ନ କ୍ଷେତ୍ରରେ ଅର୍ଥପ୍ରାପ୍ତି ଯୋଗ ରହିଛି। ଗୁରୁ, ଶୁକ୍ରବାରରେ ଜମିଜମା କଥାକୁ ନେଇ ବିବାଦ ଉପୁଜିପାରେ। ଶନିବାରରେ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି। 

କୁମ୍ଭ: ରବିବାରରେ ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ। ସୋମ, ମଙ୍ଗଳ, ବୁଧବାରରେ କର୍ମରେ ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ। ବ୍ୟବସାୟୀମାନେ  ଆଶାଠାରୁ ଅଧିକ ସଫଳତା ପାଇବେ। ଗୁରୁ,ଶୁକ୍ରବାରରେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। ଶନିବାରରେ ଭାଇଭଉଣୀଙ୍କ ସହଯୋଗ ପାଇବେ।

ମୀନ: ରବିବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସୋମ, ମଙ୍ଗଳ, ବୁଧବାରରେ ଲକ୍ଷ୍ୟରୁ ବିଚ୍ୟୁତ ହୋଇପାରନ୍ତି। ଗୁରୁ, ଶୁକ୍ରବାରରେ ମହିଳାମାନେ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶନିବାରରେ ଧନରେ ବୃଦ୍ଧି ଘଟିବ। ଜୀବନରେ ନୂତନ ମୋଡ଼ ସୃଷ୍ଟି ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp