କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

Madhusudan Das Picture
Published On

ମେଷ: ରବିବାରରେ  ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସୋମ, ମଙ୍ଗଳ, ବୁଧବାରରେ ଘରେ ଶାନ୍ତିଶୃଙ୍ଖଳା ରହିବ। ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ପ୍ରକାଶ ପାଇବ। ଗୁରୁ ,ଶୁକ୍ରବାରରେ ମହିଳାମାନେ ଅନିଶ୍ଚିତତାରେ ରହିବେ। ବିଭିନ୍ନ କ୍ଷେତ୍ରରେ  ବିଫଳତା ପାଇବେ। ଶନିବାରରେ ପଦୋନ୍ନତିର ଯୋଗ ରହିଛି।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୮-୦୨-୨୦୨୬)

ବୃଷ: ରବିବାରରେ  କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ପାଇବେ। ସୋମ, ମଙ୍ଗଳ, ବୁଧବାରରେ ସମାଜରେ ମାନସମ୍ମାନର ଅଧିକାରୀ ହେବେ । ଗୁରୁ,ଶୁକ୍ରବାରରେ ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ଦେଖାଦେବ। ଶନିବାରରେ ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ। ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ।

ଆହୁରି ପଢ଼ନ୍ତୁ: Friday horoscope: ଶୁକ୍ରବାର ରାଶିଫଳ ( ୧୩-୦୨-୨୦୨୬ )

ମିଥୁନ: ରବିବାରରେ କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ସାଙ୍ଗସାଥୀଙ୍କ ସହ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୋମ, ମଙ୍ଗଳ, ବୁଧବାରରେ ବିଭିନ୍ନ କ୍ଷେତ୍ରରେ ଅର୍ଥପ୍ରାପ୍ତି ଯୋଗ ରହିଛି। ଗୁରୁ, ଶୁକ୍ରବାରରେ ଜମିଜମା କଥାକୁ ନେଇ ବିବାଦ ଉପୁଜିପାରେ। ଶନିବାରରେ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି। 

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୧୬-୦୨-୨୦୨୬ )

କର୍କଟ: ରବିବାରରେ  ପରିବାର ସହ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ କରିପାରନ୍ତି।  ସୋମ, ମଙ୍ଗଳ, ବୁଧବାରରେ  ମନରେ ବ୍ୟାକୁଳତା ଅନୁଭବ ହେବ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ଗୁରୁ, ଶୁକ୍ରବାରରେ ଚିନ୍ତାରେ ବୁଡ଼ି ରହିବେ। ଶନିବାରରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ।

ସିଂହ: ରବିବାରରେ ବିଭିନ୍ନ କାର୍ଯ୍ୟରେ ସଫଳତା ପାଇପାରନ୍ତି। ପରିବାରରେ ଲାଗିରହିଥିବା ସମସ୍ୟାରୁ ମୁକ୍ତି ପାଇବେ।  ସୋମ, ମଙ୍ଗଳ, ବୁଧବାରରେ ଭ୍ରମଣଯୋଗ ରହିଛି। ଗୁରୁ, ଶୁକ୍ରବାରରେ ବ୍ୟବସାୟ ପ୍ରସାରିତ ହେବ। ଶନିବାରରେ ସାମାଜିକ ଦାୟିତ୍ବବୋଧ ବୃଦ୍ଧି ପାଇବାକୁ ଲାଗିବ। 

କନ୍ୟା: ରବି,ସୋମବାରରେ ସକାରାତ୍ମକ ଭାବନା ସହ କାର୍ଯ୍ୟ କରିବେ। ପ୍ରିୟଜନଙ୍କ କଥାକୁ ଗୁରୁତ୍ବ ଦେବେ। ମଙ୍ଗଳ, ବୁଧ, ଗୁରୁବାରରେ କଠୋର ପରିଶ୍ରମ ଓ ଧୈର୍ଯ୍ୟ ଶକ୍ତି  ପାଇଁ ସଫଳତା ପାଇବେ। ଶୁକ୍ର, ଶନିବାରରେ ଅନ୍ୟର କଥାରେ ମୁଣ୍ଡ ପୂରାନ୍ତୁ ନାହିଁ।

ତୁଳା: ରବିବାରରେ  ମନ ବିଚଳିତ ହୋଇପାରେ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ସୋମ, ମଙ୍ଗଳ, ବୁଧବାରରେ  କର୍ମକ୍ଷେତ୍ରରେ ପରିବର୍ତ୍ତନ ସହିତ ପ୍ରଗତିର ସମ୍ଭାବନା ରହିଛି। ଗୁରୁ,ଶୁକ୍ରବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଶନିବାରରେ ସମସ୍ୟା ଦୂର ହେବ। ଦୂରଯାତ୍ରା ଯୋଗ ରହିଛି।

ବିଛା: ରବିବାରରେ ମନରୁ  ଖରାପ ଭାବନା ଅପସରିଯିବ। ସୋମ,ମଙ୍ଗଳ,ବୁଧବାରରେ ବ୍ୟୟ କମ୍ ରହିବ ।  ସମୟାନୁବର୍ତ୍ତିତା ପାଇଁ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଗୁରୁ,ଶୁକ୍ରବାରରେ ନିଜର ପ୍ରିୟବନ୍ଧୁଙ୍କ ସହ ମନୋମାଳିନ୍ୟ ଦେଖାଦେବ। ଶନିବାରରେ ମହିଳାମାନେ ସହକର୍ମୀଙ୍କଠାରୁ ସହଯୋଗ ପାଇବେ।

ଧନୁ: ରବିବାରରେ  ପୈତୃକ ସମ୍ପତ୍ତି ହାସଲ କରିବାରେ ଆସୁଥିବା ବାଧା ଦୂର ହେବ। ସୋମ, ମଙ୍ଗଳ, ବୁଧବାରରେ କର୍ମକ୍ଷେତ୍ରରେ ପୂର୍ଣ୍ଣ ଆଗ୍ରହ ସହ କାର୍ଯ୍ୟ କରିବେ। ଗୁରୁ, ଶୁକ୍ରବାରରେ  ଦାମ୍ପତ୍ୟ ଜୀବନରେ ଭୁଲ୍‌ ବୁଝାମଣା ଦେଖାଦେଇପାରେ। ଶନିବାରରେ ବ୍ୟବସାୟୀଙ୍କୁ ଆଶାଠାରୁ ଅଧିକ ଲାଭ ମିଳିପାେର। 

ମକର: ରବିବାରରେ ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ। ସୋମ,ମଙ୍ଗଳ,ବୁଧବାରରେ କର୍ମରେ ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ। ବ୍ୟବସାୟୀମାନେ ଆଶାଠାରୁ ଅଧିକ ସଫଳତା ପାଇବେ। ଗୁରୁ, ଶୁକ୍ରବାରରେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। ଶନିବାରରେ ଭାଇଭଉଣୀଙ୍କ ସହଯୋଗ ପାଇବେ।

କୁମ୍ଭ: ରବିବାରରେ  ଅଫିସ୍ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ସୋମ, ମଙ୍ଗଳ, ବୁଧବାରରେ କୌଣସି ବିହାହ ପ୍ରସ୍ତାବ ଆସିପାରେ। ସଫଳତା ପାଇବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବେ। ଗୁରୁ, ଶୁକ୍ରବାରରେ ମନରେ ପ୍ରସନ୍ନତା ଭାବ ପ୍ରକାଶ ପାଇବ। ଶନିବାରରେ ବ୍ୟବସାୟ ଉତ୍ତମ ହେବ।

ମୀନ: ରବିବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସୋମ, ମଙ୍ଗଳ, ବୁଧବାରରେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇପାରନ୍ତି। ଗୁରୁ, ଶୁକ୍ରବାରରେ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶନିବାରରେ ଜମା ହୋଇଥିବା ଧନରେ ବୃଦ୍ଧି ଘଟିବ। ଜୀବନରେ ନୂତନ ମୋଡ଼ ସୃଷ୍ଟି ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp