କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବିବାରରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ପରିବାର ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସୋମ, ମଙ୍ଗଳ, ବୁଧବାରରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ।  ଗୁରୁ, ଶୁକ୍ର, ଶନିବାରରେ ବାଦବିବାଦରେ ପଡ଼ିଯାଇପାରନ୍ତି। ନିଜ ବୁଦ୍ଧି ଓ ବିବେକ ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୧୬-୦୨-୨୦୨୬ )

ବୃଷ: ରବିବାରରେ ଅର୍ଥ ସମ୍ବନ୍ଧୀୟ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସୋମ, ମଙ୍ଗଳ, ବୁଧବାରରେ ଚାକିରି ଓ ବେପାର କ୍ଷେତ୍ରରେ  ଲାଭ ମିଳିବ । ଜୀବନରେ କିଛି ନୂତନ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିବେ । ଗୁରୁ, ଶୁକ୍ର, ଶନିବାରରେ ଜରୁରି କାମ ପ୍ରତି ଅଧିକ ଧ୍ୟାନ ଦେବେ । ସମାଜରେ ମାନସମ୍ମାନ ବୃଦ୍ଧି ହେବ । 

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୦-୦୨-୨୦୨୬ )

ମିଥୁନ: ରବିବାରରେ କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ସୋମ, ମଙ୍ଗଳ, ବୁଧବାରରେ  ସାମାଜିକ କାର୍ଯ୍ୟରେ ଭାଗନେବେ । ଜୀବନରେ ନୂତନ ଯୋଜନାକୁ ପୂରା କରିବା ପାଇଁ  ଚେଷ୍ଟା କରିବେ । ଗୁରୁ, ଶୁକ୍ର, ଶନିବାରରେ ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୨୧-୦୨-୨୦୨୬)

କର୍କଟ: ରବିବାରରେ ସମସ୍ୟା ବୃଦ୍ଧ । ପାଇପାରେ, ବିବାଦରୁ ଦୂରେଇ ରୁହନ୍ତୁ। ସୋମ, ମଙ୍ଗଳ, ବୁଧବାରରେ ସମାଜରେ କୀର୍ତ୍ତି ସ୍ଥାପନ କରିବେ। ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବା ପାଇଁ ସକ୍ଷମ ହେବେ । ଗୁରୁ, ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଅଧିକାରୀମାନଙ୍କ ସହଯୋଗ ପ୍ରାପ୍ତ ହେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । 

ସିଂହ: ରବିବାରରେ କିଛି ସମସ୍ୟାରେ ଜଡ଼ିତ ରହିବେ। ସୋମ, ମଙ୍ଗଳ, ବୁଧବାରରେ ପରିବାର ସଦସ୍ୟଙ୍କ ସହ ଆନନ୍ଦଦାୟକ ସମୟ କଟିବ। ଗୁରୁ, ଶୁକ୍ର, ଶନିବାରରେ ଅଟକି ରହିଥିବା କାମ ପୂରଣ ହେବ । ସନ୍ତାନଙ୍କଠାରୁ ଶୁଭ ଖବର ପ୍ରାପ୍ତ ହେବ । ଉଚ୍ଚସ୍ତରରେ ନିଯୁକ୍ତି ପାଇବାର ସୁଯୋଗ ରହିଛି।

କନ୍ୟା: ରବିବାରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ଗୁରୁଜନଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ।  ସୋମ, ମଙ୍ଗଳ, ବୁଧବାରରେ ଜୀବନରେ ଅକସ୍ମାତ୍ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବ୍ୟବସାୟୀମାନେ ଲାଭବାନ ହେବେ । ଗୁରୁ, ଶୁକ୍ର, ଶନିବାରେ କୌଣସି ପୁରୁଣା ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ । ସମସ୍ୟାର ସମାଧନ ବାଟ ପାଇବେ।

ତୁଳା: ରବିବାରରେ ପରିଜନଙ୍କ ସ୍ନେହ ଓ ସହଯୋଗ ପ୍ରାପ୍ତ ହେବ । ନୂତନ କଳା କୌଶଳର ଅଧିକାରୀ ହେବେ। ସୋମ, ମଙ୍ଗଳ, ବୁଧବାରରେ ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ । ଗୁରୁ, ଶୁକ୍ର, ଶନିବାରରେ ଜୀବନସାଥୀଙ୍କ ସହ ତାଳମେଳ ଠିକ୍ ରଖିବା ପାଇଁ ପ୍ରୟାସ କରନ୍ତୁ । ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ ।  

ବିଛା: ରବିବାରରେ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ପରେ ମନ ପ୍ରସନ୍ନ ରହିବ। ସୋମ, ମଙ୍ଗଳ, ବୁଧବାରରେ କାର୍ଯ୍ୟ ଶେଷ କରିବା ପାଇଁ ନୂଆ ଯୋଜନା ଚିନ୍ତା କରିବେ। ଜୀବନସାଥୀଙ୍କ ପାଇଁ କିଛି ଖାସ୍ କରିବାକୁ ପ୍ରୟାସ କରିବେ । ଗୁରୁ, ଶୁକ୍ର, ଶନିବାରରେ ନିବେଶ କରିବା ପାଇଁ ସମୟ ଭଲ ରହିବ । 

ଧନୁ: ରବିବାରରେ ମାନସିକ ଶାନ୍ତି ଫେରିପାଇବେ। ପରିବାରର ସହଯୋଗ ଓ ସୁଖ ମିଳିବ। ସୋମ, ମଙ୍ଗଳ, ବୁଧବାରରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ସକାରାତ୍ମକ ଚିନ୍ତା ରଖି କାର୍ଯ୍ୟ କରିବେ। ଗୁରୁ, ଶୁକ୍ର, ଶନିବାରରେ ବିଗିଡ଼ି ଯାଇଥିବା କାମ ପୂରଣ ହେବ। କାର୍ଯ୍ୟ ସ୍ଥଳରେ ପଦୋନ୍ନତି ହେବାର ସମ୍ଭାବନା ରହିଛି।

ମକର: ରବିବାରରେ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବା ସହ ବ୍ୟବସାୟରେ ସମସ୍ତ କାମ ପୂରଣ ହେବ । ସୋମ, ମଙ୍ଗଳ, ବୁଧବାରରେ  ପରିବାରରେ ଗୁରୁଜନ ତଥା ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ  ସଫଳତା ନପାଇ ନିରାଶ ରହିବେ । ଗୁରୁ, ଶୁକ୍ର, ଶନିବାରରେ ଜୀବନରେ କିଛି ଖାସ୍ ପରିବର୍ତ୍ତନ ହୋଇପାରେ । ଅଯଥା ଖର୍ଚ୍ଚରେ  ପଡ଼ିପାରନ୍ତି।

କୁମ୍ଭ: ରବିବାରରେ ବିଭିନ୍ନ ପ୍ରକାର କାର୍ଯ୍ୟରେ ସହ ଜଡ଼ିତ ରହିବେ। ସୋମ, ମଙ୍ଗଳ, ବୁଧବାରରେ ଆଶା ଅନୁସାରେ ଫଳ ପାଇବେ। ମହିଳାଙ୍କ ପାଇଁ ସମୟ ମିଶ୍ରିତ ରହିବ। ଅନ୍ୟ କଥାରେ କାର୍ଯ୍ୟ କରି କଷ୍ଟ ପାଇବେ । ଗୁରୁ, ଶୁକ୍ର, ଶନିବାରରେ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ। ଉଧାର ଦେଇଥିବା ଅର୍ଥ ଫେରି ପାଇବେ।

ମୀନ: ରବିବାରରେ କ୍ରୋଧାନ୍ବିତ ହେବା ଫଳରେ କାମ ବିଗିଡ଼ି ଯାଇପାରେ । ଜୀବନସାଥୀଙ୍କ ସହ ତାଳମେଳ ଠିକ୍ ରହିବ । ସୋମ, ମଙ୍ଗଳ, ବୁଧବାରରେ  କର୍ମକ୍ଷେତ୍ରରେ କୌଣସି ବଡ଼ କାମ ପୂରା କରିବା ପାଇଁ ଅବସର ମିଳିପାରେ। ଗୁରୁ, ଶୁକ୍ର, ଶନିବାରରେ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଅଧିକ ସମୟ ଲାଗିବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp