କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

Madhusudan Das Picture
Published On

ମେଷ: ରବି, ସୋମବାରରେ କୋର୍ଟକଚେରି ମାମଲାରେ ପଡ଼ିଯାଇପାରନ୍ତି। ମଙ୍ଗଳ, ବୁଧବାରରେ ଆୟର ନୂତନ ସ୍ରୋତ ଉନ୍ମୋଚନ ହେବ। ଧନ ସମ୍ପତ୍ତି ବୃଦ୍ଧି ପାଇବ। ଗୁରୁ, ଶୁକ୍ର, ଶନିବାରରେ କଠିନ ପରିଶ୍ରମର ଫଳ ପାଇବେ।

ଆହୁରି ପଢ଼ନ୍ତୁ: ବୁଧବାର ରାଶିଫଳ ( ୨୯-୧୦-୨୦୨୫)

ବୃଷ:  ରବି, ସୋମବାରରେ ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ। ମଙ୍ଗଳ, ବୁଧବାରରେ ଆର୍ଥିକ କ୍ଷେତ୍ରରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଗୁରୁ ଶୁକ୍ର, ଶନିବାରରେ  ଗୁରୁଜନଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ନିଅନ୍ତୁ। ମହିଳାମାନେ  ଅବହେଳାର ଶିକାର ହେବେ। 

ଆହୁରି ପଢ଼ନ୍ତୁ: ଶନିବାର ରାଶିଫଳ ( ୧-୧୧- ୨୦୨୫ )

ମିଥୁନ: ରବି, ସୋମବାରରେ ପରିଶ୍ରମର ଫଳ ପାଇବେ। ମଙ୍ଗଳ, ବୁଧବାରରେ  ସମସ୍ୟା ସମାଧାନର ରାସ୍ତା ପାଇବେ। ବନ୍ଧୁବାନ୍ଧବଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ବ୍ୟବସାୟରେ ସମସ୍ୟା  ଦେଖାଦେବ। ହେବାକୁ ଯାଉଥିବା କାମ ବିଗିଡ଼ି ଯାଇପାରେ। 

ଆହୁରି ପଢ଼ନ୍ତୁ: ଗୁରୁବାର ରାଶିଫଳ ( ୩୦-୧୦-୨୦୨୫ )

କର୍କଟ: ରବି, ସୋମବାରରେ ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ। ମଙ୍ଗଳ, ବୁଧବାରରେ ତରବରିଆ ଭାବରେ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ବିଭିନ୍ନ କ୍ଷେତ୍ରରୁ ମିଶ୍ରିତ ଫଳ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ବ୍ୟବସାୟିକ ସମସ୍ୟା ଦେଖାଦେଇପାରେ।

ସିଂହ: ରବି, ସୋମବାରରେ  ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ମଙ୍ଗଳ, ବୁଧବାରରେ  କୌଣସି ଖବର ପାଇ ଉତ୍ସାହିତ ରହିବେ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ଗୁରୁ, ଶୁକ୍ର, ଶନିବାରରେ ଧର୍ମାଦି କାର୍ଯ୍ୟରେ  ମନ ବଳାଇବେ। ମହିଳାମାନେ ଚଳଚଞ୍ଚଳ ରହିବେ।

କନ୍ୟା: ରବି, ସୋମବାରରେ ପଦୋନ୍ନତିର ଯୋଗ ରହିଛି। କର୍ମକ୍ଷେତ୍ରରେ ଦାୟିତ୍ବ ବୃଦ୍ଧି ହେବ।  ମାନସମ୍ମାନର ଅଧିକାରୀ ହେବେ। ମଙ୍ଗଳ, ବୁଧବାରରେ ପରିବାର ସହ ତୀର୍ଥସ୍ଥାନ ଦର୍ଶନ କରିବାକୁ ଯାଇପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ ନୂତନ ସାହସ ସଂଚାର କରି ଆଗକୁ ବଢ଼ିବେ।

ତୁଳା: ରବି, ସୋମବାରରେ ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିଯାଇପାରନ୍ତି।  ମଙ୍ଗଳ, ବୁଧବାରରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହେବେ। ଗୁରୁ, ଶୁକ୍ର, ଶନିବାରରେ ନିଜ ବୁଦ୍ଧି ବଳରେ ସଫଳତା ପାଇବେ।

ବିଛା: ରବି, ସୋମବାରରେ ସାଙ୍ଗସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମଙ୍ଗଳ, ବୁଧବାରରେ ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ପଡ଼ିଯାଇ ପାରନ୍ତି। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ। ଗୁରୁ ,ଶୁକ୍ର, ଶନିବାରରେ  ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ନୂତନ ସୁଯୋଗ ପାଇବେ।

ଧନୁ: ରବି, ସୋମବାରରେ ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। ମଙ୍ଗଳ, ବୁଧବାରରେ ମନର ଶାନ୍ତି ପାଇଁ ଏକୁଟିଆ ରହିବାକୁ ପସନ୍ଦ କରିବେ। ଗୁରୁ ,ଶୁକ୍ର, ଶନିବାରରେ ଉଚ୍ଚ ବିଚାର ଏବଂ ସକାରାତ୍ମକ ଚିନ୍ତାଧାରା ଧରି ଆଗକୁ ବଢ଼ିବେ।  

ମକର: ରବି, ସୋମବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିେବ।  ମଙ୍ଗଳ, ବୁଧବାରରେ ଶୁଭ ସମାଚାର ପାଇପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ ଭୂ-ସଂପତ୍ତି କ୍ରୟ କରିପାରନ୍ତି। ପାରିବାରିକ ମିଳାମିଶା ଓ ସୁଖସମୃଦ୍ଧି ବୃଦ୍ଧି ପାଇବ। 

କୁମ୍ଭ: ରବି, ସୋମବାରରେ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ । ମଙ୍ଗଳ, ବୁଧବାରରେ ଉତ୍ସାହିତ ହୋଇ ଅଯଥା ଖର୍ଚ୍ଚ କରିପାରନ୍ତି। ଗୁରୁ, ଶୁକ୍ର, ଶନିବାରରେ  ଭାଙ୍ଗିଯାଇଥିବା ସମ୍ପର୍କ ପୁନଶ୍ଚ ଯୋଡ଼ି ହୋଇଯିବ। ଭ୍ରମଣ ଯୋଗ ରହିଛି।

ମୀନ: ରବି, ସୋମବାରରେ ଅଯଥା ଚିନ୍ତା କରି ମାନସିକ ଅବସାଦରେ ରହିପାରନ୍ତି। ମଙ୍ଗଳ, ବୁଧବାରରେ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଗୁରୁ, ଶୁକ୍ର, ଶନିବାରରେ ନୂତନ ସମ୍ପର୍କରେ ବାନ୍ଧି ହୋଇପାରନ୍ତି। ପରିବାରରେ ଅଶାନ୍ତି ଲାଗି ରହିବ। 

Join Us @ WhatsApp

About The Author

Google News
Join Us @ WhatsApp