Wednesday Horoscope: ବୁଧବାର ରାଶିଫଳ ( ୨୫-୦୨-୨୦୨୬)

Madhusudan Das Picture
Published On

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ଗରିବ ଲୋକଙ୍କୁ ସାହାଯ୍ୟ କରିବେ। ନୂଆ ପ୍ରୋଜେକ୍ଟ  ଆରମ୍ଭ କରିବା ପାଇଁ ଅନୁକୂଳ ସମୟ। ବରିଷ୍ଠ ଅଧିକାରୀ କାର୍ଯ୍ୟ ପାଇଁ ପ୍ରଶଂସା କରିବେ। 

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୧୯-୦୨-୨୦୨୬ )

ବୃଷ: ଭାଇ ଭଉଣୀଙ୍କଠାରୁ ଉପହାର ମିଳିବ। ଧାର କରଜରୁ ଦୂରେଇ ରହିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଲେଖକ ଲେଖିକାଙ୍କୁ ସଫଳତା ମିଳିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ଶୁଭ ଖବର ପ୍ରାପ୍ତ ହେବ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ। ନୂଆ ଯୋଜନା ସହ କାର୍ଯ୍ୟ କରିବେ। ସଂଗୀତ କ୍ଷେତ୍ର ପ୍ରତି ରୁଚି ବଢ଼ିବ। 

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୨୪-୦୨-୨୦୨୬ )

କର୍କଟ: ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ କରିବେ। କ୍ୟାରିୟର ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହ ବୁଲିବାକୁ ଯିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। 

ସିଂହ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ନୂଆ ପରିକଳ୍ପନା ସହ ବ୍ୟବସାୟ ଆରମ୍ଭ କରିବେ। ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମର ଉଚିତ ଫଳ ମିଳିବ। ଅଫିସ୍‌ କାର୍ଯ୍ୟରେ ସଫଳତା ଲାଭ କରିବେ। 

କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ହେବ। ଅଫିସ୍‌ କାର୍ଯ୍ୟରେ ସହକର୍ମୀଙ୍କ ସାହାଯ୍ୟ ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଯୋଗ, ବ୍ୟାୟାମ ପ୍ରତି ଆଗ୍ରହ ବଢ଼ିବ। 

ତୁଳା: ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। କଠିନ କାମକୁ ସଫଳତାପୂର୍ବକ ଶେଷ କରିବେ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସନ୍ତାନ ସୁଖ ପ୍ରାପ୍ତ ହେବ। ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିବେ। 

ବିଛା: ଯାନବାହନ କିଣିବା ଯୋଗ ଅଛି। ସମାଜରେ ପ୍ରତିଷ୍ଠା ବଢ଼ିବ। ପୈତୃକ ସମ୍ପତ୍ତିକୁ ନେଇ ଘରେ ଅଶାନ୍ତି ସୃଷ୍ଟି ହେବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସାମ୍ନାରେ ନିଜ ପକ୍ଷ ରଖିବେ। 

ଧନୁ: କର୍ମଚଞ୍ଚଳ ରହିବେ। ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମେଡିକାଲ କ୍ଷେତ୍ରରେ ସଫଳତା ମିଳିବ। ବୈବାହିକ ଜୀବନ ସୁଖମୟ ହେବ। 

ମକର: ଧାର କରଜରୁ ଦୂରେଇ ରହିବେ। ଅଫିସ୍‌ରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବେ। ଘରକୁ ଅତିଥିଙ୍କ ଆଗମନ ହେବ। ଦୀର୍ଘଦିନର କାମ ପୂରା କରିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। 

କୁମ୍ଭ: ଜୀବନସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ। ଯାନବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବେ। ସମସ୍ୟାରେ ପଡ଼ିବା ସମ୍ଭାବନା ଅଧିକ। 

ମୀନ: ବ୍ୟବସାୟରେ ଉନ୍ନତି ହେବ। ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତ ରହିବେ। ଧୈର୍ଯ୍ୟର ସହ ପ୍ରତ୍ୟେକ କାର୍ଯ୍ୟ କରିବେ। କୋର୍ଟକଚେରୀ ମାମଲାରେ ବିଜୟ ଲାଭ କରିବେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp