ମନୋରଞ୍ଜନ
Wednesday Horoscope: ବୁଧବାର ରାଶିଫଳ ( ୧୪-୦୧-୨୦୨୬)
ମେଷ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଆୟ ଓ ବ୍ୟୟ ସମାନ ରହିବ। ଅଚାନକ ଖୁସି ଖବର ପାଇବେ। କର୍ମଚଞ୍ଚଳ ରହିବେ। ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ।
ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବେ। ପଡୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ।
ମିଥୁନ: କ୍ୟାରିୟରକୁ ନେଇ ଚିନ୍ତାରେ ରହିପାରନ୍ତି। ପରିବାର ପାଇଁ ସମୟ ବାହାର କରିବେ। ନିବେଶ କରିବା ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ।
କର୍କଟ: ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ସାମାଜିକ କାର୍ଯ୍ୟରେ ଭାଗ ନେବେ।
ସିଂହ: ବ୍ୟବସାୟ ପାଇଁ ଚିନ୍ତାରେ ରହିବେ। ଅର୍ଥ ନିବେଶରୁ ଦୂରେଇ ରହିବେ। ନୂଆ କାମ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ।
କନ୍ୟା: ଆର୍ଥିକ ସମସ୍ୟା ଦେଖା ଦେବ। ଚିନ୍ତାରେ ରହିବେ ଏବଂ ପେଟଜନିତ ସମସ୍ୟା ଦେଖା ଦେବ। ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦେଖାଦେବ।
ତୁଳା: ମନ ପ୍ରସନ୍ନ ରହିବ। ଦିନଟି ଶୁଭଫଳ ପ୍ରଦାନ କରିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମନରୁ ନକାରାତ୍ମକ ଚିନ୍ତାଧାର ଦୂର ହେବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।
ବିଛା: ଜମିବାଡ଼ିକୁ ନେଇ ବିବାଦ ଦେଖା ଦେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିପାରେ।
ଧନୁ: ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
ମକର: ବିବାଦୀୟ କାର୍ଯ୍ୟରୁ ଦୂରେଇ ରହିବେ। ନୂଆ ଗାଡ଼ି କିଣିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଅଫିସ୍ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।
କୁମ୍ଭ: ଅଫିସ୍ରେ ସହକର୍ମୀଙ୍କ ସାହାଯ୍ୟ ମିଳିବ। ପଡ଼ୋଶୀଙ୍କ ସହ ମତାନ୍ତର ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଉଧାର ଟଙ୍କା ଫେରି ପାଇବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
ମୀନ: ବ୍ୟବସାୟରେ ବାଧା ଆସିବ। ଗୀତ, ନାଚରେ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅସହାୟଙ୍କୁ ସାହାଯ୍ୟ କରିବେ।





