ଗୁରୁବାର ରାଶିଫଳ ( ୦୯-୧୦-୨୦୨୫ )

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ସାମାଜିକ କାର୍ଯ୍ୟ ପାଇଁ ସମୟ ବାହାର କରିବେ। ଶୁଭ ଖବର ପାଇପାରନ୍ତି। ନୂଆ ଯାନ କିଣିବା ଯୋଗ ଅଛି। ଅଫିସ୍ରେ ସହକର୍ମୀଙ୍କ ସହଯୋଗ ରହିବ।
ବୃଷ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ବ୍ୟବସାୟକୁ ନେଇ ଚିନ୍ତାରେ ରହିପାରନ୍ତି। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଗୁରୁଜନଙ୍କ ସ୍ବାସ୍ଥ୍ୟସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ମିଥୁନ: ବ୍ୟବହାରରେ ସଂଯମତା ରକ୍ଷା କରିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। କାମ ଆରମ୍ଭ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ମାନ ସମ୍ମାନ ବୃଦ୍ଧି ପାଇବ।
କର୍କଟ: ପରିବାର ସହିତ ହସଖୁସିର ସମୟ ବିତାଇବେ। ରାଜନେତାଙ୍କ ପାଇଁ ଦିନଟି ଭଲ। ବାପାମାଆଙ୍କ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।
ସିଂହ: ଯାତ୍ରା ସମୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। କୋର୍ଟ କଚେରୀ ମାମଲାରୁ ଦୂରେଇ ରହିବେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ।
କନ୍ୟା: ବ୍ୟବସାୟରେ ଲାଭ ହେବ। ଆୟଠୁ ଅଧିକ ବ୍ୟୟ କରିବେ। ନୂଆ କାମ ଆରମ୍ଭ କରିବେ। ଛାତ୍ରଛାତ୍ରୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ। କୌଣସି କଥାକୁ ନେଇ ମନ ଉଣା କରିପାରନ୍ତି।
ତୁଳା: ଗୁରୁତ୍ବପୂର୍ଣ୍ଣ ଖବର ମିଳିବ। ପ୍ରତିଯୋଗିତା ମନୋଭାବ ନେଇ ବିଦ୍ୟାର୍ଥୀ ଆଗକୁ ବଢ଼ିବେ। ପାରିବାରିକ ସମସ୍ୟା ସମାଧାନ ହେବ। ହାତେ ମାପି ଚାଖଣ୍ଡେ ଚାଲିବା ଭଲ। ଦାନ ଧର୍ମ କରନ୍ତୁ।
ବିଛା: ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ସାମାଜିକ କାର୍ଯ୍ୟରେ ସାମିଲ ହେବେ।
ଧନୁ: ଅଜଣା ଲୋକଙ୍କଠାରୁ ଦୂରେଇ ରହିବେ। ଧୈର୍ଯ୍ୟର ସହ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇବେ। ଭାବପ୍ରବଣ ହୋଇ ନିଷ୍ପତ୍ତି ନେବାରୁ ନିବୃତ୍ତ ରହିବେ। ଅଫିସ୍ ସହକର୍ମୀଙ୍କ ସହଯୋଗ କରିବେ।
ମକର: ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଚାକିରିଆଙ୍କୁ ନୂତନ ନିଯୁକ୍ତି ମିଳିବ। ସନ୍ତାନ ସୁଖ ପ୍ରାପ୍ତ ହେବ। ପ୍ରେମ ସମ୍ବନ୍ଧରେ ଭୁଲ ବୁଝାମଣା ସୃଷ୍ଟି ହେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
କୁମ୍ଭ: ଧାରକରଜରୁ ଦୂରେଇ ରହିବେ। ବ୍ୟବସାୟ ବୃଦ୍ଧିକୁ ନେଇ ସାବଧାନତା ଅବଲମ୍ବନ କରିବେ। ବିରୋଧୀଙ୍କୁ ସାମ୍ନା କରିବେ। ଚିନ୍ତାଗ୍ରସ୍ତ ରହିବେ। ଜୀବନସାଥୀଙ୍କୁ ମନ କଥା କହିବେ।
ମୀନ: ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। କଳା କ୍ଷେତ୍ରରେ ସଫଳତା ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।