ରବିବାର ରାଶିଫଳ ( ୧୯- ୧୦ - ୨୦୨୫ )

Deviprasad Mohanty Picture
Published On

ମେଷ: ଅଟକି ଥିବା କାର୍ଯ୍ୟ ପୂରଣ କରିବେ। ଆପଣଙ୍କ ପାଇଁ ସମୟ ବହୁତ ଭଲ। ନୂତନ ବନ୍ଧୁଙ୍କ ସହ ସାକ୍ଷାତ ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଦାନଧର୍ମରେ ସମୟ ଅତିବାହିତ ହେବ।

ବୃଷ: କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥଙ୍କଠାରୁ ପ୍ରଶଂସିତ ହେବେ। ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ମହିଳାମାନେ ସନ୍ତାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ଉଧାର ଟଙ୍କା ଫେରି ପାଇବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଆର୍ଥିକ ମାମଲାରେ ସାବଧାନ ରହିବେ। କଥା କହିବା ସମୟରେ ସଂଯମତା ରକ୍ଷା କରନ୍ତୁ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।

କର୍କଟ: ସାହିତ୍ୟ ସମାବେଶରେ ପ୍ରଶଂସିତ ହୋଇପାରନ୍ତି। ସମୟର ସଦୁପଯୋଗ କରନ୍ତୁ। ପାରିବାରିକ କଳହ ଦେଖା ଦେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।

ସିଂହ: ଆୟ ବ୍ୟୟ ସମାନ ହେବ। ଅକସ୍ମାତ୍‌ ଧନ ଲାଭ ଯୋଗ ରହିଛି। ନିର୍ଦ୍ଧାରିତ ଯୋଜନା ମୁତାବକ କାମ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ନିବେଶରୁ ଲାଭ ମିଳିବ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ନିଜ ଟାର୍ଗେଟ୍‌କୁ ପୂରା କରନ୍ତୁ। ନୂତନ ଯାନବାହନ କ୍ରୟ କରିପାରନ୍ତି। ଅଯଥାରେ କାହା ସହିତ ଯୁକ୍ତିତର୍କ କରନ୍ତୁନି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଉତ୍ତମ ବୁଦ୍ଧିରେ କାର୍ଯ୍ୟ ପୂରା କରିବେ। ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ପଡ଼ନ୍ତୁନି। ସକାରାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ନ୍ତୁ।

ବିଛା: ଅଟକି ଥିବା ଦିଗରୁ ଧନ ମିଳିପାରେ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ପରିବାରର ଚାପ ଆପଣଙ୍କ ଉପରେ ଅଧÒକ ରହିବ। ମହିଳାମାନଙ୍କୁ ମୁଖ୍ୟ ଦାୟିତ୍ବ ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ଧନୁ: ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କଠିନ ପରିଶ୍ରମ କରିବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ପାଇପାରନ୍ତି। ଦୂରସ୍ଥାନ ଯାତ୍ରା କରିପାରନ୍ତି। ରାଜନେତାଙ୍କ ପାଇଁ ଦିନଟି ଭଲ।

ମକର: ସରକାରୀ ଚାକିରିଆଙ୍କ ପାଇଁ ଆଜିର ଦିନଟି ବହୁତ ଭଲ। ବନ୍ଧୁଙ୍କ ସହିତ ମନୋରଞ୍ଜନ କରିବେ। ପିଲାମାନେ ପଢ଼ା ପ୍ରତି ଅଧିକ ଧ୍ୟାନ ଦେବେ । ଦିନଟି ବେଶ୍‌ ହସଖୁସିରେ ବିତିବ।

କୁମ୍ଭ: ଅଚାନକ ଆପଣଙ୍କ ମନ ଭିତରେ ପରିବର୍ତ୍ତନ ଆସିବ। ଆର୍ଥିକ ସମସ୍ୟା ରହିବନି। ଅନ୍ୟକୁ ଉଧାର ଦେଇ ଠକି ପାରନ୍ତି। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ।

ମୀନ: ପାରିବାରିକ ମତଭେଦ ଦେଖା ଦେଇପାରେ । ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ମହିଳାମାନେ ଅଯଥା ଖର୍ଚ୍ଚ କରିବେ। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ।

Join Us @ WhatsApp

About The Author