ଶନିବାର ରାଶିଫଳ (୦୬-୧୨-୨୦୨୫)
ମେଷ: ଅଫିସ୍ରେ ସମସ୍ୟା ଦେଖା ଦେଇପାରେ। ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ରୋଜଗାର ବୃଦ୍ଧି ହେବ। ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହଯୋଗ ମିଳିବ।
ବୃଷ: ଦିନଟି ମିଶ୍ରଫଳ ପ୍ରଦାନ କରିବ। କୌଣସି କାର୍ଯ୍ୟ ବିଗିଡ଼ି ଯାଇପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଆଚରଣରେ ନିୟନ୍ତ୍ରଣ ରକ୍ଷା କରିବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ।
ମିଥୁନ: ବିରୋଧୀଙ୍କ ସହ ମତାନ୍ତର ଦୂର ହେବ। ଆଇନ ସମ୍ବନ୍ଧୀୟ ମାମଲା ଆପଣଙ୍କ ସପକ୍ଷରେ ଯିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
କର୍କଟ: ଦାନଧର୍ମରେ ଦିନଟି ଅତିବାହିତ କରିବେ। ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ। ଗରିବଙ୍କୁ ସାହାଯ୍ୟ କରିବେ। ମାନସିକ ଶାନ୍ତି ମିଳିବ। ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ। ମାନ ସମ୍ମାନ ବୃଦ୍ଧି ପାଇବ।
ସିଂହ: ଆର୍ଥିକ ସମସ୍ୟା ସୃଷ୍ଟି ହେବ। ବ୍ୟବସାୟରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବେ। କାର୍ଯ୍ୟ ଧାରାରେ ପରିବର୍ତ୍ତନ ଆଣିବେ। ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ନିମନ୍ତେ ବିଦେଶ ଯାତ୍ରା କରିପାରନ୍ତି।
କନ୍ୟା: ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବନ୍ଧୁଙ୍କ ସହାୟତାରେ କାମ ପୂରା କରିବେ। ଛାତ୍ରଛାତ୍ରୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ତୁଳା: ଦିନଟିରେ ସଫଳତା ମିଳିବ। ପୈତୃକ ବ୍ୟବସାୟରୁ ଲାଭବାନ ହେବେ। ସକାରାତ୍ମକ ଚିନ୍ତାଧାରାରେ ସମସ୍ତ କାର୍ଯ୍ୟ କରିବେ। ଆର୍ଥିକ ଲାଭ ମିଳିବ। କଣ୍ଠଶିଳ୍ପୀଙ୍କ ପାଇଁ ଦିନଟି ଭଲ।
ବିଛା: ବାଦବିବାଦରୁ ଦୂରେଇ ରହିବେ। ତରବରିଆ ଭାବେ ନିଷ୍ପତ୍ତି ନେବେ ନାହିଁ। କାମରୁ ଲାଭ ଓ ସଫଳତା ମିଳିବ। ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରେମ ସମ୍ପର୍କ ସୁଖମୟ ହେବ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଆତ୍ମବିଶ୍ବାସର ଅଭାବ ରହିବ। ପରିଶ୍ରମ ଅନୁସାରେ ସଫଳତା ମିଳିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।
ମକର: ବିବାହ ପ୍ରସ୍ତାବ ଆସିବ। ଧନଲାଭ ଯୋଗ ଅଛି। କୌଣସି କଥାକୁ ନେଇ ଅଧିକ ଚିନ୍ତା କରିବେ ନାହିଁ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଉଧାର ଟଙ୍କା ଫେରି ପାଇବେ।
କୁମ୍ଭ: ପରନିନ୍ଦାରୁ ଦୂରେଇ ରୁହନ୍ତୁ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତାନ୍ତର ଦେଖା ଦେବ। ରଣନୀତିରେ କାମ କରିବେ ଏବଂ ସଫଳତା ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହେବେ।
ମୀନ: ଅଫିସ୍ରେ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ। କାମ ଆରମ୍ଭ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ବ୍ୟବସାୟୀ କୌଣସି ଶୁଭ ଖବର ପାଇବେ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।





