Monday Horoscope: ସୋମବାର ରାଶିଫଳ ( ୨୩-୦୨-୨୦୨୬ )

Madhusudan Das Picture
Published On

ମେଷ: ନୂଆ କାମ ଆରମ୍ଭ କରିବା ପାଇଁ ଭଲ ସମୟ। ଧାର କରଜରୁ ଦୂରେଇ ରହିବେ। ବ୍ୟବସାୟରେ କ୍ଷତି ହେବ। ପ୍ରିୟବନ୍ଧୁଙ୍କୁ ନିଜ ମନକଥା କହିବେ। ପ୍ରେମୀଯୁଗଳଙ୍କ ମତାନ୍ତର ଦୂର ହେବ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ କରିବେ। ଅବିବାହିତଙ୍କ ବିବାହ ସ୍ଥିର ହେବ। ବିଦ୍ୟାର୍ଥୀ ପଢ଼ାରେ ମନଯୋଗ ଦେବେ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୦-୦୨-୨୦୨୬ )

ମିଥୁନ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଦୂର ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟୀ ନୂଆ ବ୍ୟବସାୟର ଯୋଜନା କରିବେ। ପ୍ରେମୀ ଯୁଗଳ ସୁନ୍ଦର ସମୟ ଅତିବାହିତ କରିବେ। 

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୮-୦୨-୨୦୨୬)

କର୍କଟ: ପଡ଼ୋଶୀଙ୍କ ସାହାଯ୍ୟ ମିଳିବ। କ୍ରୀଡ଼ାବିତ୍‌ଙ୍କୁ ଶୁଭ ଖବର ମିଳିବ। ଜମି କାରବାରରେ ସଫଳ ହେବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ। ଅଯଥା କାମରେ ସମୟ ନଷ୍ଟ ହେବ। 

ସିଂହ: ମନପସନ୍ଦ କାମରୁ ସଫଳତା ମିଳିବ। ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଚିନ୍ତାରେ ରହିବେ। ଅଫିସ୍‌ କାମ ଠିକ୍‌ ସମୟରେ ଶେଷ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। 

କନ୍ୟା: ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ନାଚ, ଗୀତ ପ୍ରତି ରୁଚି ବଢ଼ିବ। ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ଅଫିସ୍‌ରେ ଅସୁବିଧାର ସମ୍ମୁଖୀନ ହେବେ। ଚାକିରିରେ ବଦଳି ସମ୍ଭାବନା ଅଛି। 

ତୁଳା: ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ନୂଆ ଚାକିରି ମିଳିବା ସମ୍ଭାବନା ଅଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍‌ବୁଝାମଣା ଦେଖା ଦେବ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ।

ବିଛା: ରାଜନୀତିରେ ସକ୍ରିୟ ହେବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ବନ୍ଧୁଙ୍କ କଥା ଖରାପ ଲାଗିବ। ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇବେ। ଆୟ ସହ ଖର୍ଚ୍ଚ ବଢ଼ିବ। 

ଧନୁ: ଚାକିରି ପାଇଁ ବିଦେଶ ଯାତ୍ରା କରିବେ। ପ୍ରିୟଜନଙ୍କ କଥା ଦୁଃଖ ଦେବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପେଟ ଜନିତ ସମସ୍ୟା ଦେଖା ଦେବ। କାର୍ଯ୍ୟରୁ ଆଶାଜନକ ଲାଭ ମିଳିବ ନାହିଁ। 

ମକର: ସମୟର ସଦୁପଯୋଗ କରିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଠକାମିର ଶିକାର ହେବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। କଳାକାର, ଡାକ୍ତରଙ୍କୁ ଶୁଭ ଖବର ମିଳିବ। 

କୁମ୍ଭ: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ସନ୍ତାନଙ୍କ କ୍ୟାରିୟର୍‌କୁ ନେଇ ଚିନ୍ତାରେ ରହିବେ। ବ୍ୟାଙ୍କ ଓ ଆଇଟି କ୍ଷେତ୍ରରେ ସଫଳତା ମିଳିବ। ଚିନ୍ତା ଓ ଅବସାଦରେ ରହିବେ। 

ମୀନ: ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ବିବାହକୁ ନେଇ ଚିନ୍ତାରେ ରହିବେ। ନୂଆ ନିଯୁକ୍ତି ଅବସର ମିଳିବ। ନିଜ ପାଇଁ ସମୟ ବାହାର କରିବେ। ଅର୍ଥ ସଞ୍ଚୟ ଯୋଜନା କରିବେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp