Monday Horoscope: ସୋମବାର ରାଶିଫଳ ( ୧୬-୦୨-୨୦୨୬ )

Madhusudan Das Picture
Published On

ମେଷ: ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ। ପୁରୁଣା ବନ୍ଧୁଙ୍କ ସହ ଦେଖାସାକ୍ଷାତ ହେବ। ଆର୍ଥିକ ସମସ୍ୟା ଦେଖା ଦେବ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: ଘରକୁ ନୂଆ ଜିନିଷ ଆଣିବେ। ଭାବିଚିନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଗୁରୁଜନଙ୍କ ଆଶୀର୍ବାଦ ନେବେ। ଆର୍ଥିକ କାରବାରରେ ଲାଭ ମିଳିବ। ଦୀର୍ଘଦିନର ସମସ୍ୟା ସମାଧାନ ହେବ। 

ଆହୁରି ପଢ଼ନ୍ତୁ: ମହାଶିବରାତ୍ରିରେ ଦୁର୍ଲଭ ସଂଯୋଗ: ମହାଦେବଙ୍କ କୃପାରୁ ଏହି ୪ ରାଶି ହେବେ ମାଲାମାଲ, ଜାଣନ୍ତୁ କାହା ପାଇଁ ଶୁଭ?

ମିଥୁନ: ଆତ୍ମବିଶ୍ବାସର ସହ ସମସ୍ତ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ମିଳିବ। ବାଦବିବାଦରୁ ଦୂରେଇ ରହିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପରିଶ୍ରମ କରିବେ। 

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୯-୦୨-୨୦୨୬ )

କର୍କଟ: ମାଂସପେଶୀ ଯନ୍ତ୍ରଣା ଅନୁଭବ କରିବେ। ଇଷ୍ଟ ଦେବଙ୍କୁ ସ୍ମରଣ କରିବେ। ସୃଜନାତ୍ମକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଜମି କିଣିବା ଯୋଗ ଅଛି। 

ସିଂହ: ଦିନଟି ହସଖୁସିରେ କଟିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ପ୍ରେମ ମାମଲାରେ ଦିନଟି ଭଲ। ବନ୍ଧୁଙ୍କ କଥା ଆଘାତ ଦେବ। ଗରିବ ଲୋକଙ୍କୁ ସାମର୍ଥ୍ୟ ମୁତାବକ ସାହାଯ୍ୟ କରିବେ। 

କନ୍ୟା: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ରୋଗମୁକ୍ତ ହେବେ। ପରିବାର ସଦସ୍ୟଙ୍କ ମନ ଜିଣିବେ। ନିଯୁକ୍ତିକୁ ନେଇ ଖୁସି ଖବର ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ତୁଳା: ବ୍ୟବସାୟରେ ଲାଭ ହେବ। ପାରିବାରିକ ବିବାଦ ଦେଖା ଦେବ। ଜୀବନସାଥୀଙ୍କ ସହ ନୂଆ ସ୍ଥାନ ବୁଲିବାକୁ ଯିବେ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ଯାତ୍ରା ଲାଭଦାୟକ ହେବ। 

ବିଛା: ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା କରିବେ। ସନ୍ତାନଙ୍କ ସହ ବୁଲିବାକୁ ଯିବେ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ। ବନ୍ଧୁମିଳନ ଯୋଗ ଅଛି। ମାଲିମକଦ୍ଦମା ଲାଗି ସମୟ ଅନୁକୂଳ ନୁହେଁ। 

ଧନୁ: ଯୋଜନାମୁତାବକ ସମସ୍ତ କାର୍ଯ୍ୟ କରିବେ। ଛାତ୍ରଛାତ୍ରୀ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ। ବିରୋଧୀଙ୍କଠାରୁ ଦୂରେଇ ରହିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଦେଖା ଦେବ। 

ମକର: ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେବ। ସମୟର ସଠିକ ଉପଯୋଗ କରିବେ। ସମ୍ପର୍କୀୟଙ୍କ ସହଯୋଗ ମିଳିବ। ଯାନବାହନ ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବେ। 

କୁମ୍ଭ: ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଅଫିସ୍‌ରେ କାର୍ଯ୍ୟଭାର କମ୍ ହେବ। ବୈବାହିକ ଜୀବନ ମଜଭୁତ୍‌ ହେବ। 

ମୀନ: ଇଞ୍ଜିନିୟରିଂ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁ ମିଳନ ଯୋଗ ଅଛି। ଭାଇଭଉଣୀଙ୍କ ମଧ୍ୟରେ ଝଗଡ଼ା ହେବ। ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp