ନଖ ଉପରେ ଧଳା ଦାଗ କାହିଁକି ହୁଏ, ଜାଣନ୍ତୁ ଏହାର କାରଣ….

The Sakala Picture
Published On

ଅନେକଥର ନଖ ଉପରେ ଧଳା ରଙ୍ଗର ଦାଗ ଦେଖାଯାଏ। ଏହି ଦାଗ କିଛିଦିନ ରହିବା ପରେ ଆପେ ଆପେ ଚାଲିଯାଏ। ଆଉ କେତେଜଣଙ୍କ କ୍ଷେତ୍ରରେ ଏହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦିଏ। ନଖରେ କୌଣସି ଆଘାତ ଦ୍ବାରା ସୃଷ୍ଟି ହେଉଥିବା ଧଳା ଦାଗକୁ ଲ୍ୟୁକୋନିଚିୟା ବୋଲି କୁହାଯାଏ। ଆଲର୍ଜି ବା କୌଣସି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଭାବେ ମଧ୍ୟ ନଖରେ ଧଳାଦାଗ ଦେଖାଯାଏ। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଶରୀରରେ କେତେକ ପୋଷକତତ୍ତ୍ବର ଅଭାବ ହେଉଛି […]

ଅନେକଥର ନଖ ଉପରେ ଧଳା ରଙ୍ଗର ଦାଗ ଦେଖାଯାଏ। ଏହି ଦାଗ କିଛିଦିନ ରହିବା ପରେ ଆପେ ଆପେ ଚାଲିଯାଏ। ଆଉ କେତେଜଣଙ୍କ କ୍ଷେତ୍ରରେ ଏହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦିଏ। ନଖରେ କୌଣସି ଆଘାତ ଦ୍ବାରା ସୃଷ୍ଟି ହେଉଥିବା ଧଳା ଦାଗକୁ ଲ୍ୟୁକୋନିଚିୟା ବୋଲି କୁହାଯାଏ। ଆଲର୍ଜି ବା କୌଣସି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଭାବେ ମଧ୍ୟ ନଖରେ ଧଳାଦାଗ ଦେଖାଯାଏ।

ଆହୁରି ପଢ଼ନ୍ତୁ: ମହିଳାମାନେ ସାବଧାନ! ମାଇଗ୍ରେନ୍ କେବଳ ମୁଣ୍ଡବିନ୍ଧା ନୁହେଁ, ବଢ଼ାଇପାରେ ହାଇ ବ୍ଲଡ୍‌ ପ୍ରେସର ବିପଦ

କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଶରୀରରେ କେତେକ ପୋଷକତତ୍ତ୍ବର ଅଭାବ ହେଉଛି ଏହାର ପ୍ରକୃତ କାରଣ। ଶରୀରରେ ଜିଙ୍କ ଓ କ୍ୟାଲ୍‌ସିୟମ୍‌ର ଅଭାବ ହେଲେ ନଖ ଉପରେ ଧଳା ଦାଗ ଦେଖାଯାଏ। କ୍ୟାଲସିୟମ୍‌ର ଅଭାବ ହାଡ଼ ଦୁର୍ବଳ କରିଥାଏ। ତେଣୁ ନଖ ଉପରେ ଧଳା ଦାଗ ଦେଖାଯିବା ମାତ୍ରେ ନିଜ ଖାଦ୍ୟରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ବ ସହିତ ଜିଙ୍କ୍‌ ଓ କ୍ୟାଲସିୟମ୍‌କୁ ସାମିଲ କରିବା ଉଚିତ। ଏହା ବ୍ୟତୀତ କେମୋଥେରାପି, କିଡ୍‌ନି ସମସ୍ୟା, ହୃଦ୍‌ରୋଗ, ଏନିମିଆ ଓ ମଧୁମେହ ଆଦି ସମସ୍ୟାରେ ମଧ୍ୟ ନଖରେ ଧଳାଦାଗ ସମସ୍ୟା ଦେଖାଯାଏ। ଏହା ସହିତ କେତେକ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଦ୍ବାରା ମଧ୍ୟ ଏହି ସମସ୍ୟା ଦେଖାଦେଇପାରେ। ତେଣୁ ନଖରେ ଧଳା ଦାଗ ଦେଖାଗଲେ, ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ଉଚିତ।

ଆହୁରି ପଢ଼ନ୍ତୁ: ୪୦ ଟପିଥିଲେ ମହିଳାମାନେ ଖାଆନ୍ତୁ ଏହି ପରିବା; ବୟସ ବଢ଼ିଲେ ବି ଦିଶିବେ ଯବାନ ଓ ରହିବେ ଫିଟ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp