ଜାଣନ୍ତୁ ସବୁବେଳେ ଆଖିରୁ ଲୁହ ବାହାରୁଥିବାର କାରଣ ଓ ଅବଲମ୍ବନ କରନ୍ତୁ ସାବଧାନତା….

The Sakala Picture
Published On

ଲୁହ ରୋଗପ୍ରତିରୋଧକ ଶକ୍ତିର ଏକ ଅଂଶ ଭାବେ ପରିଗଣିତ, ଯାହାକୁ ଆଖିକୁ ବିଭିନ୍ନ ପ୍ରକାର ଦୂଷିତ କଣିକାରୁ ରକ୍ଷା କରିଥାଏ। ଆଖିରେ କୌଣସି ଧୂଳିକଣା ପଡ଼ିଗଲେ, ସଙ୍ଗେ ସଙ୍ଗେ ଆଖିରୁ ଲୁହ ବାହାରିଥାଏ। ଏହା କ୍ବଚିତ୍‌ ଦେଖାଯାଏ। କିନ୍ତୁ ଅନେକ ଲୋକଙ୍କ ଆଖିରୁ ଅନବରତ ଲୁହ ବାହାରିଥାଏ। ଡାକ୍ତରୀ ଭାଷାରେ ଏହାକୁ ଏପିଫୋରା ବା ଟିୟରିଙ୍ଗ୍‌ ବୋଲି କୁହାଯାଏ। ଏହି ସମୟରେ ଯଦି କେହି ଆଖିକୁ ରଗଡ଼ିଥାନ୍ତି, ତେବେ ଆଖି ଲାଲ୍‌ ପଡ଼ିଯାଏ। ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ […]

ଲୁହ ରୋଗପ୍ରତିରୋଧକ ଶକ୍ତିର ଏକ ଅଂଶ ଭାବେ ପରିଗଣିତ, ଯାହାକୁ ଆଖିକୁ ବିଭିନ୍ନ ପ୍ରକାର ଦୂଷିତ କଣିକାରୁ ରକ୍ଷା କରିଥାଏ। ଆଖିରେ କୌଣସି ଧୂଳିକଣା ପଡ଼ିଗଲେ, ସଙ୍ଗେ ସଙ୍ଗେ ଆଖିରୁ ଲୁହ ବାହାରିଥାଏ। ଏହା କ୍ବଚିତ୍‌ ଦେଖାଯାଏ। କିନ୍ତୁ ଅନେକ ଲୋକଙ୍କ ଆଖିରୁ ଅନବରତ ଲୁହ ବାହାରିଥାଏ। ଡାକ୍ତରୀ ଭାଷାରେ ଏହାକୁ ଏପିଫୋରା ବା ଟିୟରିଙ୍ଗ୍‌ ବୋଲି କୁହାଯାଏ। ଏହି ସମୟରେ ଯଦି କେହି ଆଖିକୁ ରଗଡ଼ିଥାନ୍ତି, ତେବେ ଆଖି ଲାଲ୍‌ ପଡ଼ିଯାଏ। ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଆପେ ଆପେ ଭଲ ହୋଇଯାଏ। କିନ୍ତୁ ଆଉ କେତେଜଣଙ୍କ କ୍ଷେତ୍ରରେ ଏହି ସମସ୍ୟା ଗମ୍ଭୀର ସ୍ଥିତିକୁ ଆସିଯାଏ। ତେଣୁ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ବାରା ଏହାର ପରୀକ୍ଷା କରାଇବା ସହ କିଛି ସାବଧାନତା ଅବଲମ୍ବନ କରିବା ଉଚିତ। ସବୁବେଳେ ଆଖିରୁ ଲୁହ ବାହାରିବାର ଅନେକ କାରଣ ମଧ୍ୟ ଅଛି।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

-ଆଖି ମାତ୍ରାଧିକ ଶୁଷ୍କ ହୋଇଗଲେ, ଲୁହ ଏବଂ ଏକ ତୈଳାକ୍ତ ପଦାର୍ଥ ମଧ୍ୟରେ ସନ୍ତୁଳନ ସଠିକ୍‌ ରହେ ନାହିଁ। ତେଣୁ ଅଚାନକ ଆଖିରୁ ବହୁତ ଲୁହ ବାହାରିଥାଏ। ଏହା ଶୁଷ୍କ ଆଖି ସମସ୍ୟାର ଲକ୍ଷଣ ବୋଲି ଜଣାପଡ଼ିଥାଏ।

-ଶିଶୁ ଏବଂ ବୟସ୍କଙ୍କ ମଧ୍ୟରେ ଆଖିଜନିତ ଗୋଟିଏ ସମସ୍ୟା ଦେଖାଯାଏ, ଯାହାକୁ ପିଙ୍କ୍‌ଆଇ ବୋଲି କୁହାଯାଏ। କୌଣସି ସଂକ୍ରମଣ କାରଣରୁ ଏହି ସମସ୍ୟା ଦେଖାଯାଏ ଏବଂ ଏଥିରେ ଆଖି ଅଧିକ ଲାଲ୍‌ ହୋଇ ଆଖିରୁ ସବୁବେଳେ ପାଣି ବାହାରିଥାଏ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିବାୟୋଟିକ୍‌ ଆଇ ଡ୍ରପ୍‌ ପକାଇବା ଉଚିତ।

-ଅନେକ ସମୟରେ କୌଣସି ଆଲର୍ଜି ଯୋଗୁଁ ଆଖିରୁ ପାଣି ବାହାରିଥାଏ। ତେଣୁ ଆଲର୍ଜିର କାରଣ ସମ୍ପର୍କରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। କାରଣ ଏହି ଆଲର୍ଜି ଯୋଗୁଁ ଦୃଷ୍ଟିଶକ୍ତି ହ୍ରାସ ହୋଇପାରେ।

-ଆଖି ଉପରେ ଥିବା ଲୁହ ଗ୍ରନ୍ଥିରୁ ଲୁହ ବାହାରିଥାଏ। ଏହି ଲୁହ ଆଖିର ଡୋଳା ଉପରକୁ ଆସି ଆଖିର କୋଣରେ ଜମା ହୋଇଯାନ୍ତି। ତେଣୁ ଏହି ଗ୍ରନ୍ଥିଗୁଡ଼ିକ ବନ୍ଦ ହୋଇଗଲେ, ଆଖିରୁ ଲୁହ ବାହାରିପାରେ ନାହିଁ ଏବଂ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ।

-ଆଖିର ପଲକ ଝପକାଇବା ଦ୍ବାରା ଆଖିର ଜଳୀୟ ଅଂଶ ଠିକ୍‌ ରହିଥାଏ। କିନ୍ତୁ ଯଦି ଆଖିର ପଲକ ଭିତର ପଟକୁ ରହିଛି, ତେବେ ଏହା ଡୋଳା ସହିତ ଘଷି ହୋଇଥାଏ, ଯାହାକୁ ଏଣ୍ଟ୍ରୋପିୟନ୍‌ କୁହାଯାଏ। ଏହି କାରଣରୁ ଆଖିରୁ ସବୁବେଳେ ପାଣି ବାହାରିଥାଏ।

-ସଂକ୍ରମଣ, ଧୂଳି କିମ୍ବା କର୍ଣ୍ଣିଆରେ କୌଣସି ସୂକ୍ଷ୍ମ ଆଘାତ ହେଲେ ମଧ୍ୟ ଆଖିରୁ ଲୁହ ବାହାରିଥାଏ। ଏହି ସମସ୍ୟା ୨ରୁ ୩ ଦିନ ଭିତରେ ଠିକ୍‌ ହୋଇଯାଏ। ତଥାପି ସୁରକ୍ଷା ଦୃଷ୍ଟିରୁ ଚକ୍ଷୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

-ଥାଇରଏଡ୍‌ ସମସ୍ୟା, ରୁମାଟାଇଡ୍‌ ଆର୍ଥ୍ରାଇଟିସ୍‌ କିମ୍ବା ଅନ୍ୟ କୌଣସି ଜଟିଳ ରୋଗ ଯୋଗୁଁ ମଧ୍ୟ ବାରମ୍ବାର ଆଖିରୁ ଲୁହ ବାହାରିଥାଏ। ତେଣୁ ଆଖି ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp