ଇ-ସ୍କିନ୍‌: ଅନୁଭବ କରିହେବ ସ୍ପର୍ଶ ଓ ଦରଜ

The Sakala Picture
Published On

ଇଲେଟ୍ରୋନିକ୍‌ ସ୍କିନ୍‌ ବା ଇ-ସ୍କିନ୍‌କୁ ଏବେ ରୋବଟ୍‌ ତିଆରିରେ ବ୍ୟବହାର କରାଯିବା ସହିତ କେତେକ ପ୍ରୋସ୍ଥୋଟିକ୍ସ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଉଛି। ତେବେ ଏହା ଦେଖିବାକୁ ଜୀବନ୍ତ ଲାଗୁଥିଲେ ମଧ୍ୟ ସ୍ପର୍ଶ ବା ଅନୁଭବ ବିହୀନ ହୋଇଥାଏ। କିନ୍ତୁ ଆଗାମୀ ଦିନରେ ଏହି ଇ-ସ୍କିନ୍‌ ବା କୃତ୍ରିମ ତ୍ବଚାରେ ସାଧାରଣ ମଣିଷ ଭଳି ସ୍ପର୍ଶ ଓ ଦରଜର ଅନୁଭବ ହୋଇପାରିବ। ବୈଜ୍ଞାନିକମାନେ ଏ ଦିଗରେ ଗବେଷଣା କରି ସଫଳତା ହାସଲ କରିଛନ୍ତି। ଗ୍ଲାସ୍‌କୋ ବିଶ୍ବବିଦ୍ୟାଳୟର ଜେମ୍ସ […]

ଇଲେଟ୍ରୋନିକ୍‌ ସ୍କିନ୍‌ ବା ଇ-ସ୍କିନ୍‌କୁ ଏବେ ରୋବଟ୍‌ ତିଆରିରେ ବ୍ୟବହାର କରାଯିବା ସହିତ କେତେକ ପ୍ରୋସ୍ଥୋଟିକ୍ସ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଉଛି। ତେବେ ଏହା ଦେଖିବାକୁ ଜୀବନ୍ତ ଲାଗୁଥିଲେ ମଧ୍ୟ ସ୍ପର୍ଶ ବା ଅନୁଭବ ବିହୀନ ହୋଇଥାଏ। କିନ୍ତୁ ଆଗାମୀ ଦିନରେ ଏହି ଇ-ସ୍କିନ୍‌ ବା କୃତ୍ରିମ ତ୍ବଚାରେ ସାଧାରଣ ମଣିଷ ଭଳି ସ୍ପର୍ଶ ଓ ଦରଜର ଅନୁଭବ ହୋଇପାରିବ। ବୈଜ୍ଞାନିକମାନେ ଏ ଦିଗରେ ଗବେଷଣା କରି ସଫଳତା ହାସଲ କରିଛନ୍ତି। ଗ୍ଲାସ୍‌କୋ ବିଶ୍ବବିଦ୍ୟାଳୟର ଜେମ୍ସ ୱାଟ୍‌ ସ୍କୁଲ୍‌ ଅଫ୍ ଇଞ୍ଜିନିୟରିଂ ବିଭାଗର ଏକ ଗବେଷକ ଟିମ୍‌ ଏହି ଚମତ୍କାର କରି ଦେଖାଇଛନ୍ତି। କୃତ୍ରିମ ତ୍ବଚାକୁ ସ୍ପର୍ଶକାତର କରିବା ପାଇଁ ବା ଅଧିକ ପ୍ରୋସ୍ଥୋଟିକ୍‌ କରିବା ଦିଗରେ ଏଭଳି ଏକ ବଡ଼ ଧରଣର ପରୀକ୍ଷାନିରୀକ୍ଷା କରାଯାଇଛି।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ଗବେଷଣାତ୍ମକ ତଥ୍ୟ ଅନୁଯାୟୀ, ଏହାଦ୍ବାରା ନ୍ୟୁରୋମୋର୍ଫିିକ୍‌ ପ୍ରିଣ୍ଟେଡ୍‌, ଇ-ସ୍କିନ୍‌ ପାଇଁ ସ୍ପର୍ଶର ଅନୁଭବ ଦେବାରେ ସକ୍ଷମ ହୋଇପାରିବ। ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି ଯେ, ମଣିଷ ଶରୀରର ତ୍ବଚା କୌଣସି ସ୍ପର୍ଶ ବା ଦରଜକୁ ଅନୁଭବ କରିପାରେ ଏବଂ ଦରଜକୁ ଦୂରେଇବା ପାଇଁ କୌଣସି ଆଘାତ ପ୍ରତି ସଚେତନ ରହିଥାଏ। ଏହି ପ୍ରକ୍ରିୟାକୁ ଏବେ ଇ-ସ୍କିନ୍‌ ବା କୃତ୍ରିମ ତ୍ବଚାରେ ସଫଳ କରିବା ପାଇଁ ଏକ ଡିଭାଇସ୍‌ ପ୍ରସ୍ତୁତ କରାଯାଇଛି। ଏହା ଏକ ହାର୍ଡୱେର୍‌ ଭାବେ ଇ-ତ୍ବଚା ସହିତ ଜଡ଼ିତ ହେବ, ଯାହା ସ୍ପର୍ଶକୁ ଅନୁଭବ କରିପାରିବ ଏବଂ ଏକ ସିଗ୍‌ନାଲ୍‌ ଦ୍ବାରା ଜଣାପଡ଼ିବ। ପ୍ରିଣ୍ଟେଡ୍‌ ସିନୋପ୍ଟିକ୍‌ ଟ୍ରାଞ୍ଜିଷ୍ଟର୍‌ ଆଧାରିତ ଏହି ଇ-ସ୍କିନ୍‌ରେ ଜିଙ୍କ୍‌-ଅକ୍ସାଇଡ୍‌ର ୧୬୮ଟି ନାନୋୱାୟର୍‌(ସୂକ୍ଷ୍ମ ତାର) ଟ୍ରାଞ୍ଜିଷ୍ଟର୍‌ ଗ୍ରୀଡ୍‌ ସହିତ ସଂଯୁକ୍ତ କରାଯିବ। ସେନୋପ୍ଟିକ୍‌ ଟ୍ରାଞ୍ଜିଷ୍ଟର୍‌ରେ ପ୍ରତିକ୍ରିୟା ହେଲେ, ତାହା ସେନ୍ସର୍‌କୁ ସତର୍କ କରିଥାଏ। ଏହାପରେ ନାନୋୱାୟର୍‌ରେ ଚାପ ପ୍ରୟୋଗ ହୁଏ ଏବଂ ଏହା ଦରଜ କିମ୍ବା ସ୍ପର୍ଶର ମାତ୍ରାକୁ ସୂଚାଇ ଥାଏ। ଏହି ସମାନ ପ୍ରକ୍ରିୟା ଶରୀର ଭିତରେ ଥିବା ନ୍ୟୁରନ୍ସ ଦ୍ବାରା ହୋଇଥାଏ, ଯାହାଦ୍ବାରା ଆମେ କୌଣସି ସ୍ପର୍ଶକୁ ଅନୁଭବ କରିପାରୁ। ତେଣୁ ଏହି ପ୍ରକ୍ରିୟାକୁ ଆଧାର କରି ଇ-ସ୍କିନ୍‌କୁ ସ୍ପର୍ଶ ଆହରଣକାରୀ ଭାବେ ପ୍ରସ୍ତୁତ କରାଯାଇଛି। ଆଗାମୀ ଦିନରେ ଏହି ସଫଳ ପରୀକ୍ଷଣ ପ୍ରୋସ୍ଥୋଟିକ୍‌ ସର୍ଜରୀ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ବୈଜ୍ଞାନିକମାନେ ଆଶାପୋଷଣ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp