ଥାଇରଏଡ୍‌ ନିୟନ୍ତ୍ରଣ ପାଇଁ ଖାଦ୍ୟଶୈଳୀ: ଜାଣନ୍ତୁ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ…

The Sakala Picture
Published On

ଥାଇରଏଡ୍‌ ଗ୍ରନ୍ଥି ଏକ ଅନ୍ତଃସ୍ରାବୀ ଗ୍ରନ୍ଥି, ଏଥିରୁ ଥାଇରଏଡ୍‌ ହର୍ମୋନ୍‌ କ୍ଷରଣ ହୁଏ। ଖାଇବା ଓ ପିଇବାରେ ଅସାବଧାନତା ଯୋଗୁଁ ଏହି ହର୍‌ମୋନ୍‌ ନିର୍ଦ୍ଦିଷ୍ଟ ସ୍ତରରେ ରୁହେନାହିଁ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜି ଥାଏ। ପରିବର୍ତ୍ତିତ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ କାର୍ଯ୍ୟକଳାପରେ ଅଭାବ ଯୋଗୁଁ ଥାଇରଏଡ୍‌ ହର୍ମୋନ୍‌ ଅଧିକ କିମ୍ବା କମ୍‌ ହୋଇଥାଏ। ଏ କ୍ଷେତ୍ରରେ ପୀଡ଼ିତଙ୍କୁ ଡାଏଟ୍‌ ଉପରେ ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। -ଥାଇରଏଡ୍‌ କମ୍‌ କିମ୍ବା ବୃଦ୍ଧି ହେଲେ, […]

ଥାଇରଏଡ୍‌ ଗ୍ରନ୍ଥି ଏକ ଅନ୍ତଃସ୍ରାବୀ ଗ୍ରନ୍ଥି, ଏଥିରୁ ଥାଇରଏଡ୍‌ ହର୍ମୋନ୍‌ କ୍ଷରଣ ହୁଏ। ଖାଇବା ଓ ପିଇବାରେ ଅସାବଧାନତା ଯୋଗୁଁ ଏହି ହର୍‌ମୋନ୍‌ ନିର୍ଦ୍ଦିଷ୍ଟ ସ୍ତରରେ ରୁହେନାହିଁ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜି ଥାଏ। ପରିବର୍ତ୍ତିତ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ କାର୍ଯ୍ୟକଳାପରେ ଅଭାବ ଯୋଗୁଁ ଥାଇରଏଡ୍‌ ହର୍ମୋନ୍‌ ଅଧିକ କିମ୍ବା କମ୍‌ ହୋଇଥାଏ। ଏ କ୍ଷେତ୍ରରେ ପୀଡ଼ିତଙ୍କୁ ଡାଏଟ୍‌ ଉପରେ ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

-ଥାଇରଏଡ୍‌ କମ୍‌ କିମ୍ବା ବୃଦ୍ଧି ହେଲେ, ହଠାତ୍‌ ଓଜନ ବୃଦ୍ଧି, କେଶ ଝଡ଼ିବା, ଅନିଦ୍ରା, କମ୍‌ଜୋର, ଅବସାଦ ତ୍ବଚା ଶୁଷ୍କ ଆଦି ଲକ୍ଷଣ ଦେଖାଯାଏ। ଥାଇରଏଡ୍‌ ସ୍ତର ଯାଞ୍ଚ୍‌ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିପାରିବେ। ଆର୍‌ଡିକୁ ଅନୁସରଣ କରି ନିଜର ଉଚ୍ଚତା ଏବଂ ଓଜନ ଅନୁସାରେ ଖାଦ୍ୟ ଗ୍ରହଣ କରିପାରିବେ। ଅତି ଅଧିକ କିମ୍ବା ଅତି କମ୍‌ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଋତୁଅନୁଯାୟୀ ପନିପରିବା ଓ ଫଳ ଖାଇବା ଆବଶ୍ୟକ। କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଗ୍ରହଣ ଦ୍ବାରା ଓଜନ ଏବଂ ହରମୋନ୍‌ ସନ୍ତୁଳିତ ରୁହେ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

-ରାତ୍ରିରେ ସିଝା ପନିପରିବା ଖାଇପାରିବେ। ରାତ୍ରି ଭୋଜନରେ ହେଳା କରିବା ଅନୁଚିତ।

-ସେହିପରି ରୁଟି ସହିତ କଳା ଚଣାର ସାଲାଡ୍‌ ଖାଇବା ଦ୍ବାରା ହରମୋନ୍‌ ସନ୍ତୁଳିତ ରହିଥାଏ। ମେଥି ଶାଗ, ଚଣାଜାତୀୟ ଖାଦ୍ୟ, ମାଣ୍ଡିଆ ଜାତୀୟ ଖାଦ୍ୟ, ମିଶ୍ରିତ ଶସ୍ୟର ରୁଟି, ସବୁଜପନିପରିବାର ସନ୍ତୁଳା ଖାଇପାରିବେ।

-ସର୍ବଦା ସନ୍ଧ୍ୟା ୭ଟା ଭିତରେ ରାତି ଭୋଜନ କରିବା ଆବଶ୍ୟକ। ଭଲ ନିଦ ପାଇଁ ଏକ ଗ୍ଲାସ୍‌ ଉଷୁମ ପାଣିରେ ଏକ ଚୁଟ୍‌କି ଜାଇଫଳ ଗୁଣ୍ଡ ମିଳାଇ ଏଥିରେ ୫ରୁ ୬ଟି କେଶର ପତ୍ର, ଅଧାଚାମଚ ପୋସ୍ତ, ୨ରୁ ୩ କୋଲା କଳା କିସ୍‌ମିସ ଭିଜାଇ ପିଇ ପାରିବେ।

-ମୂଳାରେ ରାଫାନିନ୍‌ ଥିବାରୁ ଏହା ଥାଇରଏଡ୍‌ ହରମୋନ୍‌ କ୍ଷରଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ତେଣୁ ମୂଳା ସାଲାଡ୍‌ ଖାଇପାରିବେ। ଓମେଗା -୩ ଫ୍ୟାଟି ଏସିଡ୍‌, ଅଣ୍ଡା, ସବୁଜପତ୍ରଯୁକ୍ତ ଖାଦ୍ୟ ଏହା ପାଇଁ ଉତ୍ତମ।

14 Feb 2025 By The Sakala

ଥାଇରଏଡ୍‌ ନିୟନ୍ତ୍ରଣ ପାଇଁ ଖାଦ୍ୟଶୈଳୀ: ଜାଣନ୍ତୁ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ…

ଥାଇରଏଡ୍‌ ଗ୍ରନ୍ଥି ଏକ ଅନ୍ତଃସ୍ରାବୀ ଗ୍ରନ୍ଥି, ଏଥିରୁ ଥାଇରଏଡ୍‌ ହର୍ମୋନ୍‌ କ୍ଷରଣ ହୁଏ। ଖାଇବା ଓ ପିଇବାରେ ଅସାବଧାନତା ଯୋଗୁଁ ଏହି ହର୍‌ମୋନ୍‌ ନିର୍ଦ୍ଦିଷ୍ଟ ସ୍ତରରେ ରୁହେନାହିଁ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜି ଥାଏ। ପରିବର୍ତ୍ତିତ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ କାର୍ଯ୍ୟକଳାପରେ ଅଭାବ ଯୋଗୁଁ ଥାଇରଏଡ୍‌ ହର୍ମୋନ୍‌ ଅଧିକ କିମ୍ବା କମ୍‌ ହୋଇଥାଏ। ଏ କ୍ଷେତ୍ରରେ ପୀଡ଼ିତଙ୍କୁ ଡାଏଟ୍‌ ଉପରେ ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।

-ଥାଇରଏଡ୍‌ କମ୍‌ କିମ୍ବା ବୃଦ୍ଧି ହେଲେ, ହଠାତ୍‌ ଓଜନ ବୃଦ୍ଧି, କେଶ ଝଡ଼ିବା, ଅନିଦ୍ରା, କମ୍‌ଜୋର, ଅବସାଦ ତ୍ବଚା ଶୁଷ୍କ ଆଦି ଲକ୍ଷଣ ଦେଖାଯାଏ। ଥାଇରଏଡ୍‌ ସ୍ତର ଯାଞ୍ଚ୍‌ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିପାରିବେ। ଆର୍‌ଡିକୁ ଅନୁସରଣ କରି ନିଜର ଉଚ୍ଚତା ଏବଂ ଓଜନ ଅନୁସାରେ ଖାଦ୍ୟ ଗ୍ରହଣ କରିପାରିବେ। ଅତି ଅଧିକ କିମ୍ବା ଅତି କମ୍‌ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଋତୁଅନୁଯାୟୀ ପନିପରିବା ଓ ଫଳ ଖାଇବା ଆବଶ୍ୟକ। କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଗ୍ରହଣ ଦ୍ବାରା ଓଜନ ଏବଂ ହରମୋନ୍‌ ସନ୍ତୁଳିତ ରୁହେ।

-ରାତ୍ରିରେ ସିଝା ପନିପରିବା ଖାଇପାରିବେ। ରାତ୍ରି ଭୋଜନରେ ହେଳା କରିବା ଅନୁଚିତ।

-ସେହିପରି ରୁଟି ସହିତ କଳା ଚଣାର ସାଲାଡ୍‌ ଖାଇବା ଦ୍ବାରା ହରମୋନ୍‌ ସନ୍ତୁଳିତ ରହିଥାଏ। ମେଥି ଶାଗ, ଚଣାଜାତୀୟ ଖାଦ୍ୟ, ମାଣ୍ଡିଆ ଜାତୀୟ ଖାଦ୍ୟ, ମିଶ୍ରିତ ଶସ୍ୟର ରୁଟି, ସବୁଜପନିପରିବାର ସନ୍ତୁଳା ଖାଇପାରିବେ।

-ସର୍ବଦା ସନ୍ଧ୍ୟା ୭ଟା ଭିତରେ ରାତି ଭୋଜନ କରିବା ଆବଶ୍ୟକ। ଭଲ ନିଦ ପାଇଁ ଏକ ଗ୍ଲାସ୍‌ ଉଷୁମ ପାଣିରେ ଏକ ଚୁଟ୍‌କି ଜାଇଫଳ ଗୁଣ୍ଡ ମିଳାଇ ଏଥିରେ ୫ରୁ ୬ଟି କେଶର ପତ୍ର, ଅଧାଚାମଚ ପୋସ୍ତ, ୨ରୁ ୩ କୋଲା କଳା କିସ୍‌ମିସ ଭିଜାଇ ପିଇ ପାରିବେ।

-ମୂଳାରେ ରାଫାନିନ୍‌ ଥିବାରୁ ଏହା ଥାଇରଏଡ୍‌ ହରମୋନ୍‌ କ୍ଷରଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ତେଣୁ ମୂଳା ସାଲାଡ୍‌ ଖାଇପାରିବେ। ଓମେଗା -୩ ଫ୍ୟାଟି ଏସିଡ୍‌, ଅଣ୍ଡା, ସବୁଜପତ୍ରଯୁକ୍ତ ଖାଦ୍ୟ ଏହା ପାଇଁ ଉତ୍ତମ।

https://www.thesakala.in/health/thyroid-disease-causes-symptoms-treatment/article-38698
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp