ଜାଣନ୍ତୁ ଡେଙ୍ଗୁ ଜ୍ୱରର ଲକ୍ଷଣ ଓ ଏହାର ନିରାକରଣ….

The Sakala Picture
Published On

ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ ଅଟେ। ଏହି ଭୂତାଣୁ ମଶାମାନଙ୍କ ଦ୍ୱାରା ବ୍ୟାପେ। ଜଣେ ପୀଡ଼ିତ ବ୍ୟକ୍ତିକୁ ଯଦି ଡେଙ୍ଗୁ ଭୂତାଣୁ ବାହକ ମଶା କାମୁଡ଼େ, ତେବେ ସେହି ସଂକ୍ରାମକ ମଶା ଯାହାକୁ ବି କାମୁଡ଼େ ସେ ଡେଙ୍ଗୁ ଭୂତାଣୁ ଦ୍ୱାରା ସଂକ୍ରମଣ ହେବା ନିଶ୍ଚିତ ଅଟେ। ତେଣୁ ଏହା ଏକ ସଂକ୍ରାମକ ରୋଗ ଅଟେ। ଏହା ସିଧାସଳଖ ପୀଡ଼ିତ ବ୍ୟକ୍ତିଠାରୁ ଏକ ସୁସ୍ଥ ବ୍ୟକ୍ତିକୁ ସଂକ୍ରମିତ ହୁଏ। ଲକ୍ଷଣ ଡେଙ୍ଗୁକୁ ହାଡ଼ଭଙ୍ଗା ଜ୍ୱର ବୋଲି ମଧ୍ୟ […]

ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ ଅଟେ। ଏହି ଭୂତାଣୁ ମଶାମାନଙ୍କ ଦ୍ୱାରା ବ୍ୟାପେ। ଜଣେ ପୀଡ଼ିତ ବ୍ୟକ୍ତିକୁ ଯଦି ଡେଙ୍ଗୁ ଭୂତାଣୁ ବାହକ ମଶା କାମୁଡ଼େ, ତେବେ ସେହି ସଂକ୍ରାମକ ମଶା ଯାହାକୁ ବି କାମୁଡ଼େ ସେ ଡେଙ୍ଗୁ ଭୂତାଣୁ ଦ୍ୱାରା ସଂକ୍ରମଣ ହେବା ନିଶ୍ଚିତ ଅଟେ। ତେଣୁ ଏହା ଏକ ସଂକ୍ରାମକ ରୋଗ ଅଟେ। ଏହା ସିଧାସଳଖ ପୀଡ଼ିତ ବ୍ୟକ୍ତିଠାରୁ ଏକ ସୁସ୍ଥ ବ୍ୟକ୍ତିକୁ ସଂକ୍ରମିତ ହୁଏ।

ଲକ୍ଷଣ
ଡେଙ୍ଗୁକୁ ହାଡ଼ଭଙ୍ଗା ଜ୍ୱର ବୋଲି ମଧ୍ୟ କୁହାଯାଏ କାରଣ ରୋଗୀ ଶରୀରର ହାଡ଼ରେ ଖୁବ୍ ଯନ୍ତ୍ରଣା  ହୁଏ। ହାଡ଼ରେ ସାଂଘାତିକ ଘୋଳାବିନ୍ଧା ସହିତ ହାଡ଼ ଭାଙ୍ଗିଯିବା ପରି ଅନୁଭବ ହୁଏ। ସାଂଘାତିକ ଜ୍ୱର ଆସିବା ସହିତ ଶରୀରରେ ତାତି ବଢ଼େ। ହାରାହାରି ୧୦୩ ରୁ ୧୦୪ ଜ୍ୱର ରହେ। ଆଖି ଓ ମୁଣ୍ଡରେ ଖୁବ୍ ଯନ୍ତ୍ରଣା ହୁଏ। ସାରା ଶରୀରରେ ପୀଡ଼ା ଅନୁଭବ ହୋଇଥାଏ। ଓକାର ସହିତ ବାନ୍ତି ଏବଂ ଚର୍ମ କୁଣ୍ଡେଇ ହୋଇ ଫଳିଯାଏ। ପେଟରେ ଦରଜ ଅନୁଭବ ହୁଏ  ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୁଏ।

ସାଂଘାତିକ ଲକ୍ଷଣ
ଏହି ରୋଗର ଚିକିତ୍ସା ସଠିକ୍ ଭାବେ ନହେଲେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇ ନାକ ଓ ମାଢ଼ିରୁ ରକ୍ତସ୍ରାବ ହୁଏ ଏବଂ ପ୍ଲେଟ୍‌ଲେଟ୍‌ କମିଯାଏ। ଥରେ ଯଦି ରକ୍ତସ୍ରାବଜନିତ ଡେଙ୍ଗୁ ଜ୍ୱର ଆରମ୍ଭ ହେଇଯାଏ, ଏହାକୁ ତୁରନ୍ତ ଚିକିତ୍ସା ନ କରାଗଲେ ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ।

କାରଣ
ଡେଙ୍ଗୁ ରୋଗ ୮୦୦ ବର୍ଷ ପୂର୍ବେ ଏକ ମାଙ୍କଡ଼ ପ୍ରଜାତିଙ୍କଠାରୁ ମଣିଷ ଶରୀରକୁ ଏଡିସ୍‌ ମଶା ଦ୍ୱାରା ବ୍ୟାପିଥିଲା ବୋଲି କୁହାଯାଏ। ଏହି ଡେଙ୍ଗୁ ଭୂତାଣୁ ବା (ଡିଇ ଏନ୍ ଭି ) ର ପାଞ୍ଚଟି ଷ୍ଟ୍ରେନ୍‌ ଥାଏ, ଯାହାକୁ ସେରୋଟାଇପିସ୍‌ ବୋଲି କୁହାଯାଏ। ପ୍ରାୟତଃ ଏହି ପ୍ରଥମ ଚାରୋଟି ଷ୍ଟ୍ରେନ୍‌ ଦ୍ୱାରା ସଂକ୍ରମଣ ବେଶୀ ହୋଇଥାଏ। ସେହି ଚାରୋଟି ଷ୍ଟ୍ରେନ୍‌ ହେଉଛି – ଡିଇ ଏନ୍ ଭି ୧, ଡିଇ ଏନ୍ ଭି ୨, ଡିଇ ଏନ୍ ଭି ୩, ଡିଇ ଏନ୍ ଭି ୪।

କ’ଣ କରିବା ଉଚିତ
-ଡେଙ୍ଗୁ ଜ୍ବରର ଲକ୍ଷଣ ଦେଖାଯିବା କ୍ଷଣି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
-ସଠିକ୍ ପରିମାଣରେ ନିଦ୍ରା ଯାଆନ୍ତୁ।
-ପ୍ରଚୁର ପାଣି ଓ ବାନ୍ତି ହେଲେ ଓଆର୍‌ଏସ୍‌ ପିଅନ୍ତୁ।
-ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ।
-ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧକୁ ସଠିକ୍ ଭାବରେ ସେବନ କରନ୍ତୁ।
-ଡେଙ୍ଗୁ ଜ୍ବରର କୌଣସି ଟିକାକରଣ ବ୍ୟବସ୍ଥା ନାହିଁ। ତେଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ଘରର ଆଖପାଖରେ ପାଣି ଜମୁଥିବା ସ୍ଥାନକୁ ପରିଷ୍କାର କରନ୍ତୁ। କାରଣ ଏହି ସ୍ଥାନମାନଙ୍କରେ ଡେଙ୍ଗୁ ଭୂତାଣୁର ବାହକ ଏଡିସ୍‌ ମଶା ବଂଶବିସ୍ତାର କରିଥାଏ। ଯଥାସମ୍ଭବ -ମଶାକୁ ଘଉଡ଼େଇ ଦେବାର ବ୍ୟବସ୍ଥା କରନ୍ତୁ। ଶୋଇବା ସମୟରେ ମସାରି ବ୍ୟବହାର କରନ୍ତୁ।

18 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର