ସ୍ବାସ୍ଥ୍ୟ ବିଜ୍ଞାନୀମାନଙ୍କୁ ଆଉ ଏକ ସଫଳତା, ଶରୀରରେ ବିକଶିତ ହୋଇପାରିବ ନୂତନ ଲିଭର୍‌

The Sakala Picture
Published On

ବିଜ୍ଞାନର ବିକାଶ ଯୋଗୁଁ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ବଡ଼ ପରିବର୍ତ୍ତନ ଆସିଛି, ଯାହାଦ୍ବାରା ରୋଗୀ ମୃତ୍ୟୁହାର ଦିନକୁ ଦିନ କମ୍ ହେବାରେ ଲାଗିଛି। ଏବେ ଏହି ଧାରାରେ ସ୍ବାସ୍ଥ୍ୟ ବିଜ୍ଞାନୀମାନଙ୍କୁ ଆଉ ଏକ ସଫଳତା ମିଳିଛି। ଲିଭର୍‌ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହା ପ୍ରଯୁଜ୍ୟ ହୋଇପାରିବ। ଜଟିଳ ଲିଭର୍‌ ରୋଗର ଚିକିତ୍ସା ପାଇଁ ଅନ୍ୟ ଜଣଙ୍କ ଲିଭର୍‌ ରୋଗୀର ଶରୀରରେ ପ୍ରତ୍ୟାରୋପଣ କରିବାକୁ ହେଉଥିଲା। କିନ୍ତୁ ଅଙ୍ଗଦାନ କ୍ଷେତ୍ରରେ ଯଥେଷ୍ଟ ସଚେତନତା ଅଭାବରୁ ଅନେକ ରୋଗୀ […]

ବିଜ୍ଞାନର ବିକାଶ ଯୋଗୁଁ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ବଡ଼ ପରିବର୍ତ୍ତନ ଆସିଛି, ଯାହାଦ୍ବାରା ରୋଗୀ ମୃତ୍ୟୁହାର ଦିନକୁ ଦିନ କମ୍ ହେବାରେ ଲାଗିଛି। ଏବେ ଏହି ଧାରାରେ ସ୍ବାସ୍ଥ୍ୟ ବିଜ୍ଞାନୀମାନଙ୍କୁ ଆଉ ଏକ ସଫଳତା ମିଳିଛି। ଲିଭର୍‌ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହା ପ୍ରଯୁଜ୍ୟ ହୋଇପାରିବ। ଜଟିଳ ଲିଭର୍‌ ରୋଗର ଚିକିତ୍ସା ପାଇଁ ଅନ୍ୟ ଜଣଙ୍କ ଲିଭର୍‌ ରୋଗୀର ଶରୀରରେ ପ୍ରତ୍ୟାରୋପଣ କରିବାକୁ ହେଉଥିଲା। କିନ୍ତୁ ଅଙ୍ଗଦାନ କ୍ଷେତ୍ରରେ ଯଥେଷ୍ଟ ସଚେତନତା ଅଭାବରୁ ଅନେକ ରୋଗୀ ମୃତ୍ୟୁବରଣ କରୁଥିଲେ। ଆଗାମୀ ଦିନରେ ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

କାରଣ ଏବେ ବୈଜ୍ଞାନିକମାନେ ଏମିତି ଏକ ଚିକିତ୍ସା କୌଶଳ ଉଦ୍ଭାବନ କରିଛନ୍ତି ଯେ, ଯେଉଁଥିରେ ରୋଗୀର ଶରୀରରେ ପ୍ରାକୃତିକ ଭାବେ ନୂତନ ଲିଭର୍‌ ବିକଶିତ ହୋଇପାରିବ। ପ୍ରଥମେ ଘୁଷୁରି ଶରୀରରେ ଏହାର ପରୀକ୍ଷଣ କରାଯାଇଛି। ଘୁଷୁରିର ଲିମ୍ଫନୋଡ୍‌ରେ ଲିଭର୍‌ ସେଲ୍‌କୁ ବିକଶିତ କରାଯାଇଛି। ଏହାର ସଫଳତା ପରେ ମାନବ ଶରୀରରେ ଏହି ପରୀକ୍ଷଣ କରାଯିବ। ଏହା ସଫଳ ହେଲେ, ଭବିଷ୍ୟତରେ ଲିଭର୍‌ ପ୍ରତ୍ୟାରୋପଣର ଆବଶ୍ୟକତା ପଡ଼ିବ ନାହିଁ। ଏହି ନୂତନ ଚିକିତ୍ସା କୌଶଳ ଦ୍ବାରା ମାନବ ଶରୀରରେ ୬ଥର ପର୍ଯ୍ୟନ୍ତ ନୂତନ ଲିଭର୍‌ ବିକଶିତ ହୋଇପାରିବ। ଏହି ନୂତନ ପଦ୍ଧତି ମାଧ୍ୟମରେ ଅଙ୍ଗଦାତାଙ୍କ ଲିଭର୍‌ ସେଲ୍‌କୁ ଆଣି ରୋଗୀର ଲିମ୍ଫନୋଡ୍‌ରେ ଇନ୍‌ଜେକ୍ଟ କରାଯିବ। ଏହି ସେଲ୍‌ ବୃଦ୍ଧି ହୋଇ ନୂତନ ଲିଭର୍‌ ବିକଶିତ ହୋଇପାରିବ। ଏହି ଚିକିତ୍ସା ପଦ୍ଧତି ଦ୍ବାରା ଗୋଟିଏ ସୁସ୍ଥ ଲିଭର୍‌, ପ୍ରାୟ ୭୫ ଜଣ ରୋଗୀଙ୍କ ଜୀବନ ବଞ୍ଚାଇପାରିବ ବୋଲି ଗବେଷକମାନେ କହିଛନ୍ତି। ତେବେ ମାନବଶରୀର ଉପରେ ଏହାର ପ୍ରୟୋଗ ସଫଳ ହେବା ପରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ସଫଳତା ମିଳିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp